ପ୍ରମୂଖ ଖବର
  • କଟକ : ଆଉ କିଛି ଘଣ୍ଟାର ଅପେକ୍ଷା, ପ୍ରକାଶ ପାଇବ ମାଟ୍ରିକ୍ ସପ୍ଲିମେଣ୍ଟାରୀ ରେଜଲ୍ଟ
  • ||
  • କାଲିମେଳା : ଲଗାଣ ବର୍ଷାରେ ବୁଡ଼ିଲା ଏମ୍‌ଭି ୯୬ ପୋଲ, ଯାତାୟାତ ଠପ୍
  • ||
  • ଢେଙ୍କାନାଳ : ସୁଇମିଂ ପୁଲ୍‌ରୁ ଉତ୍ତରାଖଣ୍ଡ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ୍ : ଧରାପଡ଼ିଲେ ସ୍କର୍ପିଓ ଡ୍ରାଇଭର ଓ ସହଯୋଗୀ, ଥାର୍ ମାଲିକଙ୍କ ମିଳୁନି ପତ୍ତା
  • ||
  • ବାଲିପାଟଣାରେ ଯୁବକ ପୋଡ଼ି ଘଟଣା, ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକ
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୫ ଦିନ ଛେଚିବ ବର୍ଷା, ଆଜି ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
  • ||
  • ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ଙ୍କ ମଧ୍ୟରେ ୩ ଘଣ୍ଟା ଧରି ଆଲୋଚନା,ବାହାରିଲାନି ନିଷ୍କର୍ସ, ବନ୍ଦ ହେବନି ଋଷ-ୟୁକେନ୍ ଯୁଦ୍ଧ
  • ||

ଲଘୁଚାପ ପ୍ରଭାବ: ଆସନ୍ତା ୫ ଦିନ ଛେଚିବ ବର୍ଷା, ଆଜି ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି

Published By : Manoj | August 16, 2025 7:37 AM

ଭୁବନେଶ୍ୱର,୧୬/୦୮: ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳରେ ଲଘୁଚାପ ସକ୍ରିୟ। ଏହା ପ୍ରଭାବରେ ୨୦ ତାରିଖ ଯାଏ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି।  ଦକ୍ଷିଣ ଓ ଉତ୍ତରର ଓଡ଼ିଶାର ପ୍ରବଳରୁ ଅତି ପ୍ରବଳ ବର୍ଷା ଆକଳନ କରାଯାଇଛି। କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା,  ଗଜପତି, କଳାହାଣ୍ଡି, ଗଞ୍ଜାମ ଓ କନ୍ଧମାଳରେ ପ୍ରବଳ ବର୍ଷା  ହୋଇପାରେ । କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା  ହୋଇପାରେ। ପବନରେ ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ରହିପାରେ । ଶନିବାର ପ୍ରବଳ ବର୍ଷା ନେଇ ୨୦ ଜିଲ୍ଲାକୁ ୟୋଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।  ରବିବାର, ସୋମବାର ବି ଏଭଳି ପାଗ ସମ୍ଭାବନା  ଅଛି । ମଙ୍ଗଳବାରଠାରୁ ବର୍ଷା ପ୍ରକୋପ କମିବ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।



ପାଣିପାଗ ବିଭାଗର ବିସ୍ତାରିତ ପୂର୍ବାନୁମାନ ଅନୁସାରେ  ଆସନ୍ତା ୧୯ ତାରିଖବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗରର  ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାଶ୍ୱର୍ବର୍ତ୍ତୀ ଉତ୍ତର ଓଡ଼ିଶା ଉପକୂଳରେ  ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ହୋଇପାରେ । ଏହା ଉତ୍ତର  ଓଡ଼ିଶା ଆଡ଼କୁ ଗତି କରିବା ସମ୍ଭାବନା ଅଛି । ସେହିପରି  ୨୭ ତାରିଖବେଳକୁ ଗାଙ୍ଗେୟ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା  ଉପକୂଳ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ  ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.