ଭୁବନେଶ୍ୱର ୨୩/ ୦୨: ଆଜି ଓ କାଲି ଘଡ଼ଘଡ଼ି ସହ ହାଲୁକା ବର୍ଷା ଆଶଙ୍କା । ରାଜ୍ୟ ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା। ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ହୋଇପାରେ। ଘଡ଼ଘଡ଼ି ସହ ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି , ମୟୁରଭଂଜ,କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଆଲର୍ଟ କରିଛି ପାଣିପାଗ ବିଭାଗ।

 

ଏହି ଜିଲ୍ଲାମାନଙ୍କର କିଛି କିଛି ସ୍ଥାନରେ ଘଡ଼ଘଡି ସହ ବର୍ଷା ସମ୍ଭାବନା ରହିଛି। ଏହା ଛଡ଼ା ପବନର ବେଗ ମଧ୍ୟ ୩୦ ରୁ ୪୦ ବେଗରେ ପବନ ବି ବହିପାରେ । ଏହା ପରେ ୨୫ ତାରିଖରୁ ପାଗ ଶୁଖିଲା ରହିବ । ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ମାର୍ଚ୍ଚ ୧୫ ପରଠୁ ପାରଦ ଉପର ମୁହାଁ ହେବ ଓ ତାତି ଅନୁଭବ କରିବେ ଲୋକେ ବୋଲି ସୂଚନା ଦେଇଛନ୍ତି ସି ଇ ସି ମୁଖ୍ୟ ଶରତ ଚନ୍ଦ୍ର ସାହୁ।

ଆହୁରି ପଢ଼ନ୍ତୁ:- ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ, ଆଜି ୧୫ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ, ଚିନ୍ତାରେ ଚାଷୀ