ଆଜି ପ୍ରବଳ ଛେଚିବ ବର୍ଷା, ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,୦୧/୦୪: ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ଅନ୍ୟ ସ୍ଥାନରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଜଗତସିଂହପୁରର ରେ ସର୍ବାଧିକ ୩୩.୨ ମିଲିମିଟର ବର୍ଷା ହୋଇଛି । ଢେଙ୍କାନାଳର କିଛି ସ୍ଥାନରେ ବି ପ୍ରବଳ ବର୍ଷିଛି ।
ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଏ ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୪୦ରୁ ୫୦ କିମି ବେଗରେ ପବନ ବି ହୋଇପାରେ ବୋଲି ପୂର୍ବାନୁମାନ ଦିଆଯାଇଛି ।
ସେହିଭଳି ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଜଗତସିଂହପୁର ପରେ ଢେଙ୍କାନାଳରେ ସର୍ବାଧିକ ୨୮.୬ମିମି, ନୟାଗଡ଼ରେ ୧୩, ଚାନ୍ଦବାଲିରେ ୧୦.୫,ବାରିପଦାରେ ୭.୮, କଟକରେ ୬.୬, ନୂଆପଡ଼ାରେ ୬.୪, କେନ୍ଦୁଝରରେ ୫.୮, ଯାଜପୁରରେ ୫, ରାଉରକେଲାରେ ୪.୬, ଭୁବନେଶ୍ୱରରେ ୪ ଓ ବଲାଙ୍ଗୀରରେ ୩.୫ମିମି ବର୍ଷା ହୋଇଛି ।
ଗତ ୨୪ ଘଣ୍ଟାରେ ଯାଜପୁର ଦାନଗଦିରେ ୬୯ମିମି, କୋରେଇରେ ୫୯, ଢେଙ୍କାନାଳ ଆଳତମାରେ ୫୦.୬, କେନ୍ଦୁଝର ଘସିପୁରାରେ ୪୯.୧, ଯାଜପୁର ଜେନାପୁରରେ ୪୬, ଢେଙ୍କାନାଳ କଙ୍କଡ଼ାହାଡ଼ ଓ କାମାକ୍ଷାନଗରରେ ୪୨.୨, ସମ୍ବଲପୁର ଯୁଯୁମରାରେ ୪୧.୮, କେନ୍ଦୁଝର ବଂଶପାଳରେ ୩୮.୨ ଓ ଭଦ୍ରକ ଆଖୁଆପଦାରେ ୩୬ ମିମି ବର୍ଷା ହୋଇଛି ।