ପ୍ରମୂଖ ଖବର
  • ଅଶାନ୍ତ ମଣିପୁର; ୫ ଦିନ ୫ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ
  • ||
  • ଭଦ୍ରକ : ଓଲଟିଲା ବାଲି ବୋଝେଇ ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ପରିବାରଲୋକେ
  • ||
  • କୋଲମ୍ବିଆରେ ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲଙ୍କୁ ଗୁଳିମାଡ଼, ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ତତଲା କଢ଼େଇରେ ସିଝୁଛି ଓଡ଼ିଶା: ୩ ଦିନରେ ୨ରୁ ୩ ଡିଗ୍ରୀ ବଢ଼ିବ ତାତି, ସୋମବାର ୪୪ ଡିଗ୍ରୀ ଛୁଇଁପାରେ ପାରଦ
  • ||

ତତଲା କଢ଼େଇରେ ସିଝୁଛି ଓଡ଼ିଶା: ୩ ଦିନରେ ୨ରୁ ୩ ଡିଗ୍ରୀ ବଢ଼ିବ ତାତି, ସୋମବାର ୪୪ ଡିଗ୍ରୀ ଛୁଇଁପାରେ ପାରଦ

Published By : Prameya | June 8, 2025 7:32 AM

ଭୁବନେଶ୍ୱର,୦୮/୦୬:  ଆସନ୍ତା ତିନିଦିନରେ ଦିନ ତାପମାତ୍ରା  ୨ରୁ ୩ ଡିଗ୍ରୀ ସେଲସିୟସ୍‌  ବଢ଼ିଯିବ । ୯ ତାରିଖରେ ତାତି ୪୪  ଡିଗ୍ରୀ ଛୁଇଁପାରେ । ଆଗକୁ ଭୀଷଣ ଗ୍ରୀଷ୍ମପ୍ରବାହ ସହିତ ଅସହ୍ୟ ଗରମ  ଓ ଗୁଳୁଗୁଳି ଅନୁଭୂତ ହେବ ବୋଲି  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

୯ ତାରିଖ ବା ସୋମବାର  ସୁନ୍ଦରଗଡ଼ ଓ ସୋନପୁର ଓ  ଦେବଗଡ଼ରେ ୪୪ ଡିଗ୍ରୀ, ବରଗଡ଼,  ଟିଟିଲାଗଡ଼, ଭବାନୀପାଟଣା, ମାଲକାନଗିରି ଓ ନୟାଗଡ଼ରେ  ୪୨ଡିଗ୍ରୀ ଛୁଇଁପାରେ । ୧୦ ତାରିଖରେ  ସୁନ୍ଦରଗଡ଼ ଓ ଟିଟିଲାଗଡ଼ରେ ୪୪  ଡିଗ୍ରୀ ଛୁଇଁପାରେ । ସମ୍ବଲପୁର ଓ ବଲାଙ୍ଗିରରେ ୪୩, ଭବାନୀପାଟଣା,  ଫୁଲବାଣୀ, ଦେବଗଡ଼, ନୂଆପଡ଼ା  ଓ ବୌଦ୍ଧରେ ତାତି ୪୨ ଡିଗ୍ରୀ  ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । 

ରବିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର,  ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ  ଓ ଗଜପତିରେ ଗରମ ଓ ଗୁଳୁଗୁଳି  ଅନୁଭୂତ ହୋଇପାରେ । ତେବେ  ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି,  କୋରାପୁଟ, ମାଲକାନଗିରି ଓ  ରାୟଗଡ଼ାରେ ଘଡ଼ଘଡ଼ି ସହିତ ବର୍ଷା  ହୋଇପାରେ । ଘଣ୍ଟାପ୍ରତି ୩୦ରୁ ୪୦  କିମି ବେଗରେ ପବନ ବି ବହିପାରେ ।  

ସୋମବାର (୯ ତାରିଖ)  ବାଲେଶ୍ୱର, ଭଦ୍ରକ, ଯାଜପୁର,  କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର,  ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ  ଓ ଗଜପତିରେ ଅସହ୍ୟ ଗରମ ଓ  ଗୁଳୁଗୁଳି ହୋଇପାରେ । କିନ୍ତୁ ରାୟଗଡ଼ା,  ମାଲକାନଗିରି ଓ କୋରାପୁଟରେ ଘଡ଼ଘଡ଼ି  ଓ ବର୍ଷା ସହିତ ପବନ ବହିବ ବୋଲି  ପୂର୍ବାନୁମାନ ରହିଛି । ୧୦ ଓ ୧୧ ତାରିଖରେ  ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର  ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ।  ଶନିବାର ଟିଟିଲାଗଡ଼ରେ  ୧୩ମିମି, ସୁନ୍ଦରଗଡ଼ରେ  ୧୧.୬ ଓ ନବରଙ୍ଗପୁରରେ  ୫ମିମି ବର୍ଷା ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.