ଭୁବନେଶ୍ୱର,୦୭/୦୮: ଆସନ୍ତା ୮ ତାରିଖରେ ଦକ୍ଷିଣ  ବାଂଲାଦେଶ ଓ ପାଶ୍ୱର୍ବର୍ତ୍ତୀ  ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ  ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ । ୭ ତାରିଖରେ କେନ୍ଦୁଝର, ସମ୍ବଲପୁର ଓ ସୁନ୍ଦରଗଡ଼ର  ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଆସନ୍ତା ୨୪ ଘଣ୍ଟା ପାଇଁ ୨୦ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି।  ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ  ଘଡ଼ଘଡ଼ି ସହ ବର୍ଷା ହୋଇପାରେ  ବୋଲି ପାଣିପାଗ ବିଭାଗ ଆକଳନ  କରିଛି । 

୮ ତାରିଖରେ କେନ୍ଦୁଝର  ଓ ସୁନ୍ଦରଗଡ଼ରେ ଭାରୀ ବର୍ଷା  ହୋଇପାରେ । ଉପକୂଳ ଓ  ଆଭ୍ୟନ୍ତରୀଣ ଓଡ଼ିଶା ସମେତ  ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି  ସ୍ଥାନରେ ବର୍ଷା ସମ୍ଭାବନା ଅଛି । ୯, ୧୦ ଏବଂ ୧୧ ତାରିଖରେ ଉତ୍ତର ଓଡ଼ିଶା,  ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଏନେଇ ଆସନ୍ତା ୧୧ ଯାଏ ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ ‌ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।