ରାଜ୍ୟରେ ଅସମ୍ଭାଳ ହେଲାଣି ଜାଡ଼, ୧୦ ଡିଗ୍ରୀ ତଳେ ୯ଟି ସ୍ଥାନ

ଭୁବନେଶ୍ଵର, ୨୮/୧୧ : ରାଜ୍ୟରେ ଜାରି ରହିଛି ଶୀତ ଲହରି। କିଛି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଆସିଛି । ୧୦ ଡିଗ୍ରୀ ତଳେ ୯ଟି ସ୍ଥାନ। କୋରାପୁଟର ସେମିଳିଗୁଡ଼ାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୫.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଜି.ଉଦୟଗିରିରେ ୮ ଡିଗ୍ରୀ, ଫୁଲବାଣୀରେ ୮.୫ ଡିଗ୍ରୀ, କେନ୍ଦୁଝରରେ ୯.୫ ଡିଗ୍ରୀ, କୋରାପୁଟରେ ୯.୫ ଡିଗ୍ରୀ, ଦାରିଙ୍ଗବାଡିରେ ୯.୫ ଡିଗ୍ରୀ, କିରେଇରେ ୯.୫ ଡିଗ୍ରୀ, ଚିପିଲିମାରେ ୯.୮ ଡିଗ୍ରୀ, ଭବାନୀପାଟଣାରେ ୧୦ ଡିଗ୍ରୀ ରେକର୍ଡ ହୋଇଛି।
ସେହିପରି ରାଜ୍ୟର ଅଧିକାଂଶ ଜିଲ୍ଲାରେ ରାତି ତାପମାତ୍ରା ୧୫ଡିଗ୍ରୀ ତଳେ ଅଛି । ଝାରସୁଗୁଡ଼ାରେ ୧୦.୬, ରାଣୀତାଳରେ ୧୧, ଦେବଗଡ଼ରେ ୧୧.୫, ହୀରାକୁଦରେ ୧୧.୮, ସୁନ୍ଦରଗଡରେ ୧୨, ବରଗଡ଼ରେ ୧୨.୪, କୋରାପୁଟରେ ୧୨.୬, ଅନୁଗୁଳରେ ୧୨.୬, ଭବାନୀପାଟଣାରେ ୧୩, ସମ୍ବଲପୁରରେ ୧୩.୫, ବଲାଙ୍ଗୀରରେ ୧୩.୫, ବାଲେଶ୍ୱରରେ ୧୩.୯, ଟିଟିଲାଗଡ଼ରେ ୧୪, ବୌଦ୍ଧରେ ୧୪, ଭଦ୍ରକରେ ୧୪ ଓ କଟକରେ ରାତି ତାପମାତ୍ରା ୧୪.୮ ଡିଗ୍ରୀ ରେକର୍ଡ ହୋଇଛି। ତେବେ ରାଜ୍ୟରେ ଶୀତ ଲହରୀ ଜାରି ରହିବ । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ । ସକାଳେ କୁହୁଡ଼ି ପାଗ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।