PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଭିଜିବ ପୂଜା ! ୨ରେ ଲଘୁଚାପ ସମ୍ଭାବନା, ୪ ଯାଏ ବର୍ଷିପାରେ

ଭୁବନେଶ୍ୱର,୨୫/୦୯: ଏବେ କାଁ ଭାଁ ବର୍ଷା ହେବ । ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । କିନ୍ତୁ ୨୭ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି । ତା’ ପ୍ରଭାବରେ ଦିନେ ଦୁଇଦିନ ବର୍ଷା ହେବ । ଏମିତିକି ଦକ୍ଷିଣ ଓଡ଼ିଶାରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ଚିନ୍ତାର ବିଷୟ ହେଲା, ଦୁର୍ଗାପୂଜାବେଳକୁ ବଡ଼ ବର୍ଷା ହୋଇପାରେ । ଏମିତି ଆକଳନ ଦେଖାଉଛି ପାଣିପାଗ ମଡେଲ। ଅକ୍ଟୋବର ପ୍ରଥମ ସପ୍ତାହରେ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି । ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେଇପାରେ । ଯଦି ଏମିତି ହେବ, ତେବେ ବର୍ଷାରେ ଭିଜିଯାଇପାରେ ଦଶହରା ।

ଦୁଇ ବର୍ଷର କରୋନା ମହାମାରୀ କଟକଣା ପାଇଁ ନିରାଡ଼ମ୍ବର ଥିଲା ଦୁର୍ଗାପୂଜା । ନା ସାଜସଜ୍ଜା ନା ଥିଲା ଗହଳି । ଏ ବର୍ଷ ସବୁଠି ପାର୍ବଣ ପାଇଁ ମହାଆୟୋଜନ । ଏବେଠାରୁ ପାର୍ବଣର ବାସ୍ନା ବାରି ହେଲାଣି । ଲୋକେ ବି ଆଶା ବାନ୍ଧିଛନ୍ତି, ଏବର୍ଷ ପୂଜାକୁ ଜୋରଦାର ଭାବେ ପାଳନ କରି ଦୁଇବର୍ଷର ଦୁଃଖକୁ ଭୁଲିଯିବେ । ମାତ୍ର ପାଣିପାଗର ପ୍ରାକ୍‌ ଆକଳନ କହୁଛି, ଅକ୍ଟୋବର ପ୍ରଥମ ସପ୍ତାହରେ ପ୍ରବଳ ବର୍ଷା ହୋଇପାରେ ।

ପାଣିପାଗ ବିଶେଷଜ୍ଞ ତଥା ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଲା, ଏବେ ଏମିତି ବର୍ଷା ହେବ । ସ୍ଥାନେ ସ୍ଥାନେ ମଝିରେ ମଝିରେ ଅସରାଏ ବର୍ଷା ହେବ । ଅକ୍ଟୋବର ୨ରୁ ବର୍ଷା ବଢ଼ିବ । ଦକ୍ଷିଣ ଚାଇନା ସାଗରରୁ ଏକ ସିଷ୍ଟମ ଆସି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରେ ୩୦ରେ ପହଞ୍ଚିବ । ଏହା ଘୂର୍ଣ୍ଣିବଳୟ ଅବସ୍ଥାରେ ଥିବ, ପରେ ଉତ୍ତର ବଙ୍ଗୋପସାଗର ବାଂଲାଦେଶ ଓ ପଶ୍ଚିମବଙ୍ଗ ସଂଲଗ୍ନରେ ୨ ତାରିଖବେଳକୁ ଲଘୁଚାପ ରୂପ ନେବ । ୩ ତାରିଖ ବେଳକୁ ଓଡ଼ିଶା ଉପକୂଳ ପାଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଥିବା ସମ୍ଭାବନା ଅଛି । ଏହା ଉତ୍ତର ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗ ଛୁଇଁପାରେ । ଏହା ପ୍ରଭାବରେ ୨ରେ ଉପକୂଳବର୍ତ୍ତୀ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା କରାଇବ । ୩ରେ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼ ଓ କନ୍ଧମାଳରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ଅଛି । ୪/୫ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ଏହା ପ୍ରାକ୍‌ ଆକଳନ ।

ଆଗକୁ ସ୍ଥିତି ଅଧିକ ସ୍ପଷ୍ଟ ହେଲେ, ନିର୍ଦ୍ଦିଷ୍ଟ ଭାବେ କହିହେବ । ପାଣିପାଗ ବିଭାଗ ମଧ୍ୟ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଘନୀଭୂତ ହେବା ନେଇ ପ୍ରାକ ଆକଳନ କରିଛି । ବର୍ତ୍ତମାନ ରାଜ୍ୟରେ ସ୍ଥାନେ ସ୍ଥାନେ ବର୍ଷା ହେଉଛି । ୨୭ରେ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି । ଏହା ଲଘୁଚାପ ରୂପ ନେବା ସମ୍ଭାବନା ନାହିଁ । ତଥାପି କିଛି ବର୍ଷା କରାଇବ ।

ସମ୍ବନ୍ଧିତ ଖବର