ନୂଆଦିଲ୍ଲୀ,୦୨/୦୨: ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବ ବିବାହ ଉତ୍ସବ । ଇତିହାସରେ ପ୍ରଥମ ଥର ପାଇଁ ଏପରି ହେବାକୁ ଯାଉଛି । ମଧ୍ୟପ୍ରହେଶର ଶିବପୁରୀର ବାସିନ୍ଦା ପୁନମ ଗୁପ୍ତା ରାଷ୍ଟ୍ରପତି ଭବନରେ ବିବାହ କରିବାକୁ ଯାଉଛନ୍ତି । ଆସନ୍ତା ଫେବୃଆରୀ ୧୨ ତାରିଖରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହେବ । ପୁନମ ଜାମ୍ମୁକାଶ୍ମୀରରେ ନିଯୁକ୍ତରେ ନିଯୁକ୍ତ ଥିବା ସିଆରପିଏଫ ଆସିଣ୍ଡାଣ୍ଟ କମାଣ୍ଡାଣ୍ଟ ଅବନୀଶ କୁମାରଙ୍କୁ ରାଷ୍ଟ୍ରପତି ଭବନରେ ବିବାହ କରିବେ । ପୁନମ ଗୁପ୍ତା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପିଏସଓ ଅଛନ୍ତି ।
କିଏ ପୁନମ୍- ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଆସିଣ୍ଟାଣ୍ଟ କମାଣ୍ଡଣ୍ଟ ଅଛନ୍ତି ପୁନମ୍ ଗୁପ୍ତା । ବର୍ତ୍ତମାନ ସେ ରାଷ୍ଟ୍ରପତିଙ୍କ ପିଏସଓ ଭାବେ ନିଯୁକ୍ତ ଅଛନ୍ତି । ଫେବୃଆରୀ ୧୨ ତାରିଖରେ ସିଆରପିଏଫ ଆସିଣ୍ଡାଣ୍ଟ କମାଣ୍ଡାଣ୍ଟ ଅବନୀଶ କୁମାରଙ୍କୁ ବିବାହ କରିବେ । ଦୁହିଁଙ୍କ ବିବାହକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି । ବିବାହ ପାଇଁ ପୁନମ ଓ ଅବନୀଶଙ୍କ ପରିବାର ଦିଲ୍ଲୀରେ ପହଞ୍ଚି ସାରିଛନ୍ତି । ବିବାହ ଉତ୍ସବରେ ରାଷ୍ଟ୍ରପତିଙ୍କ ସମେତ ବହୁ ରାଜନେତା ସାମିଲ ହେବେ । ୨୦୧୮ରେ ପୁନମ୍ ୟୁପିଏସସି ସିଏପିଏଫ ପରୀକ୍ଷାରେ ୮୧ତମ ରାଙ୍କ ହାସଲ କରିଥିଲେ । ପରେ ସେ ସିଆରପିଏଫରେ ଆସିଣ୍ଡାଣ୍ଟ କମାଣ୍ଡାଣ୍ଟ ହୋଇଥିଲେ । ପର୍ବରୁ ସେ ବିହାରର ନକ୍ସଲ ପ୍ରଭାବିତ ଅଞ୍ଚଳରେ ନିଯୁକ୍ତ ହୋଇଥିଲେ । ୨୦୨୪ ଗଣତନ୍ତ୍ର ଦିବସ ପରେଡରେ ପୁନମ୍ ସିଆରପିଏଫ ମହିଳା ଦଳର ନେତୃତ୍ବ ନେଇଥିଲେ ।
ଏହା ବି ପଢନ୍ତୁ...୧୦ବର୍ଷରେ ପଛରେ ପଡିଯାଇଛି ଦିଲ୍ଲୀ; ମୋତେ ବିଦେଶରେ ଲାଜ ଲାଗୁଛି, କାହିଁକି ଏମିତି କହିଲେ ଜୟଶଙ୍କର
ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭବନରେ ଜଣେ ଅଫିସରଙ୍କର ବିବାହ ହେବାକୁ ଯାଉଛି । ପିଏସଓ ଭାବରେ ନିଯୁକ୍ତ ପୁନମ୍ ଗୁପ୍ତାଙ୍କ ଆଚରଣ ଓ ବ୍ୟବହାରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଭାବିତ ହୋଇଥିଲା । ପୁନମଙ୍କ ବିବାହ ସମ୍ପର୍କରେ ରାଷ୍ଟ୍ରପତି ଜାଣିବା ପରେ ସମସ୍ତ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ରାଷ୍ଟ୍ରପତି ଭବନର ମଦର ଟେରେସା କ୍ରାଉନ କମ୍ପ୍ଲେକ୍ସରେ ପୁନମଙ୍କ ବିବାହ ଉତ୍ସବ ହେବ ।