ପ୍ରମୂଖ ଖବର
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ନିଶାରେ କନ୍ୟାର ବାନ୍ଧବୀଙ୍କୁ ବରଣମାଳା ପିନ୍ଧାଇଲା ବର: ଚାପୁଡ଼ା ଖାଇଲା, ବାହାଘର ଭାଙ୍ଗିଲା...

Published By : Prameya | February 27, 2025 11:37 AM

ବରେଲି,୨୭/୦୨: ଉତ୍ତର ପ୍ରଦେଶର ବରେଲିରେ  ଏକ ଅଭାବନୀୟ କାଣ୍ଡ ଘଟିଛି । ମଦ ନିଶାରେ ଚୂର୍‌ ଜଣେ ବର ବାଉଳାରେ କନ୍ୟାର ଘନିଷ୍ଠ ବାନ୍ଧବୀଙ୍କୁ ବରଣମାଳା ପିନ୍ଧାଇ  ହଟହଟା ହୋଇଛି । ବାହାଘର ତ ଭାଙ୍ଗିଛି । ମାମଲା ବି ଦାୟର ହୋଇଛି । ବରେଲିର ଭଗୱନ୍ତପୁର ଗ୍ରାମରେ ଏହି ଘଟଣା ଘଟିଛି । 

ଖବର ମୁତାବକ, ବର ରବୀନ୍ଦ୍ର କୁମାର (୨୬) ବରଯାତ୍ରୀଙ୍କୁ ଧରି ବିଳମ୍ବରେ ପହଞ୍ଚିଥିଲା । କିନ୍ତୁ ବିଳମ୍ବରେ ପହଞ୍ଚିବା ନେଇ ବିଚଳିତ ନ ହୋଇ ସେ ନିଜ ବନ୍ଧୁମାନଙ୍କ ସହ ମିଶି ମଦ୍ୟପାନ କରିଥିଲା । କନ୍ୟାପକ୍ଷ ନାପସନ୍ଦ କରିଥିଲେ ସୁଦ୍ଧା ବିବାହ କର୍ମ ଆରମ୍ଭ ହୋଇଥିଲା । ବରଣମାଳା ପିନ୍ଧାଇବା ସମୟ ଆସିଥିଲା ।  ସେତେବେଳକୁ ବର ରବୀନ୍ଦ୍ର ନିଶାରେ ପୂରା ଚୂର୍‌ ହୋଇ  ସାରିଥିଲା । ତେଣୁ ସେ ଭୁଲରେ ନିଜ ଭାବୀ ପତ୍ନୀଙ୍କ ବାନ୍ଧବୀଙ୍କ ଗଳାରେ ବରଣମାଳା ପିନ୍ଧାଇ ଦେଇଥିଲା । ଏହା ଦେଖି କନ୍ୟାପକ୍ଷ  ହତଚକିତ ହୋଇପଡ଼ିଥିଲେ । ଏହା ଦେଖି କନ୍ୟା ରାଧା ଦେବୀ  (୨୧) ରାଗିଯାଇ ରବୀନ୍ଦ୍ରକୁ ଚାପୁଡ଼ା କଷି ପଳାଇଥିଲେ । ନିଶା ଖସିବା ପରେ ରବୀନ୍ଦ୍ର କ୍ଷମା ପ୍ରାର୍ଥନା କରି ବିବାହ ପାଇଁ ଜିଦ୍‌  ଧରିଥିଲା । ରାଧା ଦେବୀ ରାଜି ହୋଇ ନ ଥିଲେ । କନ୍ୟାପକ୍ଷଙ୍କ  ଅଭିଯୋଗ କ୍ରମେ ରବୀନ୍ଦ୍ର ବିରୋଧରେ ମାମଲା ଦାୟର ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.