PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

ବୁଧବାର ରାଶିଫଳ: ଆର୍ଥିକ କ୍ଷତି ଓ ଯାନବାହନରେ ଖର୍ଚ୍ଚାନ୍ତ ସହ ମନରେ ଅସ୍ଥିରତା ଦେଖାଦେବ, ଏହି ରାଶିର ଲୋକଙ୍କ ପାଇଁ ଦିନଟି ଖରାପ…

ଅଦ୍ୟ ତା.୦୬.୦୭.୨୦୨୨ରିଖ, ମିଥୁନ ୨୨ ଦିନ, ଆଷାଢ଼ ମାସ ଶୁକ୍ଳପକ୍ଷ ସପ୍ତମୀ, ବୁଧବାର । ସପ୍ତମୀ-ରାତ୍ରି ୭ଟା ୪୯ ମିନିଟ୍‌, ଉତ୍ତରା ଫାଲଗୁନୀ-ଦିବା ୧୧ଟା ୪୪ ମିନିଟ୍‌ । କନ୍ୟା ଚନ୍ଦ୍ର : ୬୦ ଦଣ୍ଡ ଅହୋରାତ୍ର । ସୂର୍ଯ୍ୟୋଦୟ-୫ଟା ୧୪ ମିନିଟ୍‌ ୦୪ ସେକେଣ୍ଡ, ସୂର୍ଯ୍ୟାସ୍ତ-୬ଟା ୨୮ ମିନିଟ୍‌ ୧୨ ସେକେଣ୍ଡ । ଯୋଗିନୀ ବାୟବ୍ୟେ, ରାତ୍ରି ୭ଟା ୪୯ ମିନିଟ୍‌ ଗତେ ଐଶାନ୍ୟେ । ମୃତେ ଦ୍ୱିପାଦ, ଦିବା ୧୧ଟା ୪୪ ମିନିଟ୍‌ ଗତେ, ରାତ୍ରି ୭ଟା ୪୯ ମିନିଟ୍‌ ମଧ୍ୟେ ଏକପାଦ ପୁଷ୍କର ଦୋଷ । ତାଳ ଖାଇବା ମନା, ଖାଇଲେ ଦେହ ନାଶ, ଦେହରେ ରୋଗ ।

ବୁଧବାର ରାଶିଫଳ
ମେଷ: ରୋଗ, ଋଣ, ଶତ୍ରୁ – ଏ ତିନୋଟିରୁ ମୁକ୍ତ ହେବେ ଏବଂ ଶରୀର ସୁସ୍ଥ ରହିବ । ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଓ ଜନ ସମ୍ପର୍କ ବୃଦ୍ଧି ପାଇବ ଏବଂ ଚାଲିଚଳନ ବ୍ୟବହାର ମାର୍ଜିତ ଓ ସର୍ବଜନ ଆଦୃତ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା, ସହକର୍ମୀଙ୍କ ସହଯୋଗ ଏବଂ ସମସ୍ତଙ୍କର ସ୍ନେହ ଶ୍ରଦ୍ଧା ପ୍ରାପ୍ତ କରିବେ । ଯେଉଁମାନଙ୍କର ଅଶ୍ୱିନୀ ଓ କୃତ୍ତିକା ମେଷ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ-ଲାଲ୍‌, ସଂଖ୍ୟା: ୬, ଆରାଧନା: ମା’ ଚଣ୍ଡୀ ।

ବୃଷ: ଘାତଚନ୍ଦ୍ର ହେତୁ ମାନ, ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା, ପରିବାରରେ ମତାନ୍ତର ଏବଂ ଇତର ଜନଠାରୁ ଅପମାନ ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ ଏବଂ ଆର୍ଥିକ ସଙ୍କଟ ଦେଖାଦେବ । କର୍ମରେ ବିଫଳତା, ସହକର୍ମୀଙ୍କ ସହ ମତାନ୍ତର ଓ ଅପମାନ, ଅପଯଶ ପାଇବେ । ସନ୍ତାନମାନେ ବିଶୃଙ୍ଖଳିତ ହେବେ ଏବଂ ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । ଯେଉଁମାନଙ୍କର ରୋହିଣୀ ବୃଷ ସେମାନେ ସତର୍କ ହେବେ । ଶୁଭରଙ୍ଗ :ସିଲ୍‌ଭର, ସଂଖ୍ୟା: ୨, ଆରାଧନା: ମା’ ସମଲେଶ୍ୱରୀ ।

ମିଥୁନ: ସ୍ୱଜନରେ ବିବାଦ, ପରିବାରରେ ମତାନ୍ତର, ଆର୍ଥିକ କ୍ଷତି, ଆର୍ଥିକ ଠକାମି, ଯାନବାହନରେ ଖର୍ଚ୍ଚାନ୍ତ ଏବଂ ମନରେ ଅସ୍ଥିରତା ଓ ବ୍ୟଗ୍ରତା ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ । କର୍ମରେ ବିଫଳତା, ବାଧାବିଘ୍ନ ଓ ସହକର୍ମୀଙ୍କ ସହ ମତାନ୍ତର ହେବେ । ଯେଉଁମାନଙ୍କର ଆର୍ଦ୍ରା ଓ ପୁନର୍ବସୁ ମିଥୁନ ସେମାନେ ସତର୍କ ହେବେ । ଶୁଭରଙ୍ଗ: ମେରୁନ୍‌, ସଂଖ୍ୟା: ୪, ଆରାଧନା : ମା’ ଛିନ୍ନମସ୍ତା ।

କର୍କଟ: ଘାତବାର ଓ ତୃତୀୟ ଚନ୍ଦ୍ର ହେତୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ମିଳିବ ନାହିଁ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ କିଛିଟା ସୁଧାର ଆସିବ । ପରିବାରରେ ସୁଖଶାନ୍ତିର ପରିବେଶ ରହିବ ଏବଂ ଭାଇଭଉଣୀଙ୍କ ପ୍ରତି ସ୍ନେହ, ଶ୍ରଦ୍ଧାଭାବ ପ୍ରକାଶ ପାଇବ । କର୍ମରେ ସଫଳତା ମିଳିଲେ ମଧ୍ୟ କିଛି ସମସ୍ୟା ଦେଖାଦେବ । ଯେଉଁମାନଙ୍କର ପୁନର୍ବସୁ ଓ ଅଶ୍ଲେଷା କର୍କଟ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ଧଳା, ସଂଖ୍ୟା: ୧, ଆରାଧନା: ଭଗବାନ ଶିବ ।

ସିଂହ: ଆର୍ଥିକ ସ୍ଥିତିରେ ଉନ୍ନତି, କୌଣସି ବିଶେଷ ସୂତ୍ରରୁ ଧନଲାଭ ଏବଂ ଅନ୍ୟକୁ ଦେଇଥିବା ଧନ ଫେରିପାଇବେ । ଖର୍ଚ୍ଚ ଅପେକ୍ଷା ସଞ୍ଚୟରେ ଅଧିକ ଆଗ୍ରହ ରଖିବେ ଏବଂ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ । କର୍ମରେ ସଫଳତା ମିଳିଲେ ମଧ୍ୟ କିଛି ସମସ୍ୟା ଦେଖାଦେବ । ଯେଉଁମାନଙ୍କର ମଘା ସିଂହ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ଲାଲ, ସଂଖ୍ୟା: ୧୧, ଆରାଧନା: ମା’ ମାତଙ୍ଗୀ ।

କନ୍ୟା: ଶ୍ରୀଚନ୍ଦ୍ର, ବୁଧବାର ଓ ସପ୍ତମୀ ତିଥି ହେତୁ ଧନ, ମାନ, ସମ୍ମାନ, ସୁଖାଦ୍ୟ, ସୁବସନ ଏବଂ ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ । ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଓ ସ୍ୱାସ୍ଥ୍ୟ ଉତ୍ତମ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ସ୍ୱଳ୍ପ ପରିଶ୍ରମରେ କର୍ମରେ ଅଧିକ ସଫଳତା ମିଳିବ । ଯେଉଁମାନଙ୍କର ଉତ୍ତରା ଫାଲଗୁନୀ ଓ ଚିତ୍ରା କନ୍ୟା ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: କଫି, ସଂଖ୍ୟା: ୪, ଆରାଧନା: ମା’ ଷୋଡ଼ଶୀ ।

ତୁଳା: ଅଯଥା ଖର୍ଚ୍ଚ, ବଦ୍‌ଖର୍ଚ୍ଚ ଓ ପରିବାରର ଖର୍ଚ୍ଚଭାରରେ ଅତିଷ୍ଠ ହୋଇ ଋଣ କରିବାକୁ ପଡ଼ିପାରେ । ମନରେ ଅସ୍ଥିରତା ଓ ବ୍ୟଗ୍ରତା ପ୍ରକାଶ ପାଇବ ଏବଂ ସମସ୍ତ କର୍ମରେ ଭୁଲ୍‌ ନିଷ୍ପତ୍ତି ନେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ ଏବଂ ବ୍ୟବସାୟ କର୍ମରେ ଦୂରସ୍ଥାନକୁ ନୈଶ ଯାତ୍ରା କରିବେ । କର୍ମରେ ବିଫଳତା ଏବଂ ସମସ୍ତ କର୍ମରେ ଅଯଥା ବିଳମ୍ବ ଦେଖାଦେବ । ଯେଉଁମାନଙ୍କର ଚିତ୍ରା ଓ ସ୍ୱାତୀ ତୁଳା ସେମାନେ ସତର୍କ ହେବେ । ଶୁଭରଙ୍ଗ: ନୀଳ, ସଂଖ୍ୟା: ୬, ଆରାଧନା: ମା’ ଗାୟତ୍ରୀ ।

ବିଛା: ଏକାଦଶ ଚନ୍ଦ୍ର ହେତୁ ଆୟରେ ଓ ବ୍ୟବସାୟରେ ଅଧିକ ଧ୍ୟାନ ଦେବେ । ଆୟ ଅଧିକ କରିବା ପାଇଁ ନୂତନ କଳା କୌଶଳ ଆପଣାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ବ୍ୟବସାୟର ଶାଖା କିମ୍ବା ନୂତନ ବ୍ୟବସାୟ ପାଇଁ ଉଦ୍ୟମ କରିବେ । କୌଣସି ମାଙ୍ଗଳିକ କର୍ମରେ କିମ୍ବା ଶୁଭକର୍ମରେ ଯୋଗ ଦେବେ ଏବଂ କର୍ମରେ ଆଶାଠାରୁ ଅଧିକ ସଫଳତା ପାଇବେ । ଶୁଭରଙ୍ଗ: ହଳଦିଆ, ସଂଖ୍ୟା: ୧୧, ଆରାଧନା: ମା’ ବଗଳାମୁଖୀ ।

ଧନୁ: ନୂତନ କର୍ମାରମ୍ଭ କରିବେ କିମ୍ବା ନୂତନ ନିଯୁକ୍ତିର ଖବର ପାଇବେ । କର୍ମରେ ସଫଳତା ଏବଂ ସମସ୍ତ କର୍ମରେ ଆପଣଙ୍କର କର୍ମକୁଶଳତା ଓ କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ । ଅନୁଚିତ୍‌ କର୍ମରୁ ବିଚ୍ୟୁତ ହୋଇ ଉଚିତ୍‌ କର୍ମରେ ଆଗ୍ରହ ରଖିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା ଓ ସମସ୍ତ କର୍ମରେ ସ୍ୱଚ୍ଛତା ଆପଣାଇବେ । ଯେଉଁମାନଙ୍କର ମୂଳା ଓ ପୂର୍ବଷାଢ଼ା ଧନୁ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ଧଳା, ସଂଖ୍ୟା: ୨, ଆରାଧନା: ମା’ ତାରା ।

ମକର: ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ଉନ୍ନତିମୂଳକ କର୍ମରେ ଅଧିକ ଧ୍ୟାନ ଦେବେ । କୌଣସି ଧାର୍ମିକ କାର୍ଯ୍ୟ, ମାଙ୍ଗଳିକ କାର୍ଯ୍ୟ କିମ୍ବା ଶୁଭକର୍ମରେ ଯୋଗଦାନ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା, ସମ୍ମାନ ଓ ପଦସ୍ଥ କର୍ମଚାରୀଙ୍କ କୃପା ଲାଭ କରିବେ । ଯେଉଁମାନଙ୍କର ଧନିଷ୍ଠା ମକର ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: କଳା, ସଂଖ୍ୟା : ୩, ଆରାଧନା : ମା’ ବିମଳା ।

କୁମ୍ଭ: ଅଷ୍ଟମ ଚନ୍ଦ୍ର ହେତୁ ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ବିବାଦ ଓ ଶାରୀରିକ ପୀଡ଼ା ଭୋଗିବେ । ଚାଲିଚଳନ, ବ୍ୟବହାର ବିବାଦୀୟ ହେବ ଏବଂ ମରେ ବିରକ୍ତିଭାବ ଓ ଚିଡ଼ିଚିଡ଼ାପଣ ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହା ହେବ ତା’ଠାରୁ ଅଧିକ ବଦ୍‌ଖର୍ଚ୍ଚ ହେବ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ । କର୍ମରେ ବିଫଳତା ଓ ବାଧାବିଘ୍ନ ଦେଖାଦେବ । ଯେଉଁମାନଙ୍କର ଶତଭିଷା ଓ ପୂର୍ବଭାଦ୍ର କୁମ୍ଭ ସେମାନେ ସତର୍କ ହେବେ । ଶୁଭରଙ୍ଗ: ମେରୁନ୍‌, ସଂଖ୍ୟା : ୬, ଆରାଧନା : ମା’ ଭୈରବୀ ।

ମୀନ: ସପ୍ତମ ଚନ୍ଦ୍ର, ସପ୍ତମୀ ତିଥି ହେତୁ ମଉଜମସ୍ତି ପ୍ରତି ଅଧିକ ଆଗ୍ରହ ରହିବ ଏବଂ କୌଣସି ମାଙ୍ଗଳିକ କର୍ମ କିମ୍ବା ଶୁଭକର୍ମରେ ଯୋଗଦେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ସ୍ତ୍ରୀ ହେତୁକ ଧନପ୍ରାପ୍ତି ହେବ ଏବଂ ପରିବାର ପ୍ରତି ଅଧିକ ବିନୟୀ ହେବେ । କର୍ମରେ ସଫଳତା ଓ ପଦମର୍ଯ୍ୟାଦା ପ୍ରାପ୍ତି ହେବ । ଯେଉଁମାନଙ୍କର ଉତ୍ତରଭାଦ୍ର ମୀନ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ଲାଲ, ସଂଖ୍ୟା: ୫, ଆରାଧନା: ପ୍ରଭୁ ଗଜାନନ ।
ସୁପୁତ୍ର, ପତିବ୍ରତା ସ୍ତ୍ରୀ ଓ ସଜ୍ଜନଙ୍କ ସହ ଭେଟ ମିଳିଯାଏ, ତା’ହେଲେ ମନୁଷ୍ୟକୁ ଦୁଃଖ, ଚିନ୍ତା, ଅଶାନ୍ତିରୁ କିଛି ମାତ୍ରାରେ ମୁକ୍ତି ମିଳିଯାଏ ।