PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍ : ୭ ମୃତ, ୪୦ ନିଖୋଜ

କୋଲକାତା, ୦୬/୧୦ : ପଶ୍ଚିମବଙ୍ଗ ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ସମୟରେ ଆସିଲା ଫ୍ଲାସ୍ ଫ୍ଲଡ୍। ବନ୍ୟାରେ ଭାସିଯାଇ ୭ ମୃତ। ବୁଧବାର ସନ୍ଧ୍ୟାରେ ଜଲପାଇଗୁଡ଼ିରେ ମାଲ୍ ନଦୀରେ ଏହି ବନ୍ୟା ଆସିଥିଲା। ଫଳରେ ସେଠାରେ ଉପସ୍ଥିତ ଥିବା ବହୁ ଲୋକ ଏବେ ସୁଦ୍ଧା ନିଖୋଜ ଅଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତକଙ୍କ ପରିବାର ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମବେଦନା ଜଣାଇଛନ୍ତି।

ସୂଚନାନୁଯାୟୀ, ଜଲପାଇଗୁଡ଼ିରେ ଗତକାଲି ରାତି ୯ଟା ବେଳେ ଦେବୀଙ୍କୁ ବିସର୍ଜନ ସମୟରେ ହଠାତ ମାଲ୍ ନଦୀରେ ପାଣି ଚାଲି ଆସିଥିଲା। ଫଳରେ ୭ ଭକ୍ତଙ୍କ ଜୀବନ ଯାଇଛି। ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ସେଠାରେ ଥିବା ଅନେକ ଲୋକ ଏବେ ସୁଦ୍ଧା ନିଖୋଜ ଅଛନ୍ତି। ସେମାନଙ୍କର ପତ୍ତା ମିଳିନାହିଁ। ରାତି ପାଇଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ସକାଳୁ ପୁଣି ଚାଲିଛି।

ସମ୍ବନ୍ଧିତ ଖବର