ନୂଆଦିଲ୍ଲୀ: ବଙ୍ଗରେ ୧୫ ବର୍ଷର ଟିଏମସି ସରକାରର ଅନ୍ତ ଘଟିଛି । ବିଜେପି ହାସଲ କରିଛି ବଡ଼ ବିଜୟ । ଏହି ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଜଣାଶୁଣା ନେତ୍ରୀ ରୂପା ଗାଙ୍ଗୁଲି । ବଙ୍ଗର ଜଣାଶୁଣା ବିଜେପି ନେତ୍ରୀ । ଅଭିନେତ୍ରୀରୁ ରାଜନେତ୍ରୀ ବନିଥିବା ରୂପାଙ୍କ ନାମ ମୁଖ୍ୟମନ୍ତ୍ରୀ ରେସରେ ମଧ୍ୟ ରହିଥିଲା । ମାତ୍ର ସେ ମୁଖ୍ୟମନ୍ତ୍ରୀ କିମ୍ବା ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ପାଇନାହାନ୍ତି । ତଥାପି ଏହି ନେତ୍ରୀଙ୍କ ପାଖରେ କେତେ ଟଙ୍କାର ସମ୍ପତ୍ତି ରହିଛି ?

ମହାଭାରତର ଦ୍ରୌପଦୀ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତି ଲାଭ କରିଥିଲେ ରୂପା ଗାଙ୍ଗୁଲୀ । ଏହି ଧାରାବାହିକ ତାଙ୍କୁ ଅନେକ ସଫଳତା ଦେଇଛି । ପରେ ଅଭିନେତ୍ରୀରୁ ରାଜନୀତି ମଇଦାନରେ ପାଦ ଥାପିଥିଲେ । ତେବେ ୨୦୨୬ ନିର୍ବାଚନ ସମୟରେ ସେ ନିଜର ସମ୍ପତ୍ତି ତାଲିକା ନିର୍ବାଚନ କମିଶନଙ୍କୁ ପ୍ରଦାନ କରିଛନ୍ତି । ଯେଉଁଥିରୁ ଜଣାପଡ଼ିଛି କି, ସେ ୯.୪ କୋଟି ଟଙ୍କାର ମାଲିକାଣୀ ଅଟନ୍ତି । ସମୁଦାୟ ଏତିକି ଟଙ୍କାର ସେ ମାଲିକାଣୀ ହୋଇଥିବାବେଳେ ତାଙ୍କର କୌଣସି ଋଣ ନଥିବା ସେ ସତ୍ୟପାଠରେ ଦର୍ଶାଇଛନ୍ତି ।

ରୂପାଙ୍କ ପାଖରେ ପ୍ରାୟ₹6.95 କୋଟି ମୂଲ୍ୟର ଅସ୍ଥାବର ସମ୍ପତ୍ତି ଅଛି, ଯେଉଁଥିରେକୋଲକାତାରଟଲିଗଞ୍ଜରେ ଏକ ଫ୍ଲାଟ ଏବଂ ଅନ୍ୟାନ୍ୟ ସମ୍ପତ୍ତି ଅନ୍ତର୍ଭୁକ୍ତ । ସ୍ଥାବର ସମ୍ପତ୍ତିରେ ବ୍ୟାଙ୍କ ବାଲାନ୍ସ, ₹୧.୧ କୋଟିରୁ ଅଧିକ ମୂଲ୍ୟର ମ୍ୟୁଚୁଆଲ୍ ଫଣ୍ଡ ନିବେଶ ଏବଂ ମହିନ୍ଦ୍ରା ସ୍କୋର୍ପିଓ ଏବଂ ହୁଣ୍ଡାଇ ଗ୍ରାଣ୍ଡ i10 ପରି ଯାନ ଅନ୍ତର୍ଭୁକ୍ତ । ରୂପାଙ୍କ ପାଖରେ ₹65,78,305 ମୂଲ୍ୟର 495.398 ଗ୍ରାମ ସୁନା ମଧ୍ୟ ଅଛି।

ଏହାସହ ପଢ଼ନ୍ତୁ : ଅବସର ଫେରାଇ ନେବେ କି କୋହଲି ? ପୁଣି ଖେଳିପାରନ୍ତି ଟି-୨୦ ମୁକାବିଲା....