ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି । ଭାରତ ପାଇଁ ତିନୋଟିଯାକ ଫର୍ମାଟରେ ଅଧିନାୟକତ୍ବ କରିଥିବା ଏହି ମହାନ ଖେଳାଳି ଏବେ କେବଳ ଅନ୍ତର୍ଜାତୀୟ କ୍ରିକେଟରେ ଦିନିକିଆରେ ଖେଳ ଜାରି ରଖିଛନ୍ତି । ଫିଟନେସ ପରେ ମଧ୍ୟ ଟି-୨୦ ଏବଂ ଟେଷ୍ଟରୁ ଅବସର ଘୋଷଣା କରିଛନ୍ତି ବିରାଟ । ୨୯ ଜୁନ୍ ୨୦୨୪ ମସିହାରେ ଦ୍ବିତୀୟଥର ଟି-୨୦ ବିଶ୍ବକପ ଜିତିବା ପରେ ଟି-୨୦ କ୍ରିକେଟକୁ ଅଲବିଦା କରିଥିଲେ କୋହଲି ।

ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଭାରତ ଦ୍ବିତୀୟଥର ପାଇଁ ହାତେଇଥିଲା ଟି-୨୦ ବିଶ୍ବକପ । ଦକ୍ଷିଣଆଫ୍ରିକାକୁ ହରାଇ ଇତିହାସ ରଚିଥିଲା । ଆଉ ଏହି ଟ୍ରଫି ହାତେଇବା ପରେ ରୋହିତଙ୍କ ସହ ବିରାଟ ମଧ୍ୟ ଟି-୨୦ କ୍ରିକେଟକୁ ଅଲବିଦା କହିଥିଲେ । ମାତ୍ର ପୁଣିଥରେ ବିରାଟ ଟି-୨୦ କ୍ରିକେଟକୁ ଫେରିବେ ବୋଲି ଆଲୋଚନା ହେଉଛି । ସେ ନିଜର ଅବସରକୁ ପ୍ରତ୍ୟାହାର କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

୧୨୮ ବର୍ଷ ପରେ ଅଲିମ୍ପିକ୍ସକୁ କ୍ରିକେଟ ଫେରୁଥିବାବେଳେ କ୍ରିକେଟକୁ ସାମିଲ କରାଯାଇଛି । ଏଥିରେ ଟି-୨୦ ଫର୍ମାଟରେ ମ୍ୟାଚ୍ ଅନୁଷ୍ଠି ହେବ । ୨୦୨୮ ମସିହାରେ ଲସ ଆଞ୍ଜେଲ୍ସରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠି ହେବାକୁ ଯାଉଛି । ଆଉ ବିରାଟ ଏଥିରେ ଖେଳିବେ ବୋଲି ଦାବି କରାଯାଉଛି । କାରଣ ବିରାଟ ପୂର୍ବରୁ କହିଛନ୍ତି କି, ଅଲିମ୍ପିକ୍ସରେ ଖେଳିବା ଆଉ ନିଜ ଦେଶ ପାଇଁ ପ୍ରତିନିଧିତ୍ବ କରିବା ଗର୍ବର କଥା । ଏଣୁ ପୁଣିଥରେ ନିଜର ଅବସରକୁ ପ୍ରତ୍ୟାହାର କରିବା ସହ ଏହି ଅଲିମ୍ପିକ୍ସରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି । ମାତ୍ର ଏନେଇ ବରାଟ ନିଜର ପ୍ରତିକ୍ରିୟା ଦେଇନାହାନ୍ତି ।

ଏହାସହ ପଢ଼ନ୍ତୁ : କେତେ ସମ୍ପତ୍ତିର ମାଲିକାଣୀ ଅଗ୍ନିମିତ୍ରା ? ପଶ୍ଚିମବଙ୍ଗର ହେବେ ଉପମୁଖ୍ୟମନ୍ତ୍ରୀ...