ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିବା କକ୍ରୋଚ୍ ଜନତା ପାର୍ଟି ଆଗକୁ ବଡ଼ ଯୋଜନା ରଖିଛି । ଆମେରିକାରେ ପଢ଼ୁଥିବା ଏହାର ମୁଖ୍ୟ ଅଭିଜିତ ଭାରତ ଆସିବେ । ତେବେ ଦିଲ୍ଲୀରୁ ବଡ଼ ଯୋଜନା କରୁଛନ୍ତି । ନିକଟରେ ଏକ ପୋଡକାଷ୍ଟରେ ଯୋଗଦେବା ଅବସରରେ ସେ ଏଭଳି ଘୋଷଣା କରିଛନ୍ତି । ଜୁନ୍ ୬ ତାରିଖରେ ସେ ଭାରତ ଆସୁଛନ୍ତି । ଦିଲ୍ଲୀର ଜନ୍ତର ମନ୍ତରରେ ପ୍ରତିବାଦ ପାଇଁ ଘୋଷଣା କରିଛନ୍ତି । ତେବେ ବିମାନବନ୍ଦରରେ ଏକାଠି ହେବାକୁ ଲୋକଙ୍କୁ ଦାବି କରିଛନ୍ତି । ମାତ୍ର ସେ ଏହା ଉପରେ ସସପେନ୍ସ ରଖିଛନ୍ତି । ତେବେ ଜନ୍ତର ମନ୍ତରରେ ପ୍ରତିବାଦ ପାଇଁ ଘୋଷଣା କରିଥିବାବେଳେ ଏଯାବତ ପୁଲିସ ପକ୍ଷରୁ କୌଣସି ଅନୁମତି ମିଳିନାହିଁ । ଯଦି ଅନୁମତି ନମିଳେ ତାହେଲେ କ’ଣ ହେବ ? ଏହାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।

ଅଭିଜିତ ୬ ଜୁନରେ ଦିଲ୍ଲୀରେ ପହଞ୍ଚିବେ । ସେ ପାର୍ଲାମେଣ୍ଟ ଷ୍ଟ୍ରିଟ୍ ପୁଲିସ ଷ୍ଟେସନକୁ ଯିବେ । ଏଠାରେ ଆଇନ ଅନୁସାରେ ପ୍ରତିବାଦ କରିବା ପାଇଁ ଅନୁମତି ମାଗିବେ । ଏହାସହ ସେ କହିଛନ୍ତି କି, ମୁଁ ଆଇନର ସମ୍ମାନ କରେ । ଯାହାବି କରିବୁ ଆଇନକୁ ମାନି କରିବୁ । ତେବେ ପୁଲିସ ଯଦି ପ୍ରତିବାଦ ପାଇଁ ଅନୁମତି ନଦିଏ ତାହେଲେ କ’ଣ କରିବେ ଏହାକୁ ନେଇ ସସପେନ୍ସରେ ରଖିଛନ୍ତି ଅଭିଜିତ । ତାଙ୍କୁ ଯେତେ ପଚରା ଯାଇଥିଲା ଯଦି ପୁଲିସ ଅନୁମତି ନଦିଏ ତାହେଲେ କଣ କରିବେ ? ପ୍ରଶ୍ନର ଉତ୍ତରରେ କହିଥିଲେ କି, ପୁଲିସ ଅନୁମତି ଦେବ ।

ଏହାସହ ଅଭିଜିତ କହିଛନ୍ତି କି, କଂଗ୍ରେସ ଏବଂ ବିଜେପିଠାରୁ ଅଧିକ ଫଲୋର୍ସ ଥିବା ଆମ ପାର୍ଟିର ପ୍ରତିବାଦରେ ବହୁ ଯୁବକମାନେ ଯୋଗ ଦେବାର ଆଶା ରଖାଯାଇଛି । ଅନେକ ଲୋକ ପଞ୍ଜିକୃତ କରିଥିବାବେଳେ ଲକ୍ଷାଧିକ ଛାତ୍ର ଏବଂ ବହୁ ଯୁବ ସଂଗଠନ ଯୋଗଦେବେ ବୋଲି ମଧ୍ୟ ପ୍ରକାଶ କରିଛନ୍ତି ।

ଏହାସହ ପଢ଼ନ୍ତୁ: Rohit Sharma Afghanistan ODI Series: ଆଫଗାନିସ୍ତାନ ବିପକ୍ଷ ସିରିଜରୁ ରୋହିତ ଏବଂ ହାର୍ଦ୍ଦିକ ପଡ଼ିପାରନ୍ତି ବାଦ୍