ନୂଆଦିଲ୍ଲୀ,୨୩/୦୪; ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଭୋଟିଂ ଜାରି ରହିଛି । ବେଙ୍ଗଲରେ ପ୍ରଥମ ପର୍ଯ୍ୟାୟରେ ୧୬ଟି ଜିଲ୍ଲାରେ ଥିବା ୧୫୨ଟି ଆସନ ଲାଗି ମତଦାନ ଚାଲିଛି । ଏଥିଲାଗି ମୋଟ ୪୪,୩୭୬ଟି ପୋଲିଂ ଷ୍ଟେସନ କରାଯାଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ମୋଟ ୧୪୭୮ ପ୍ରାର୍ଥୀ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ୩.୬ କୋଟି ମତଦାତା ସେମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ । ମୁର୍ଶିଦାବାଦରେ ଭୋଟିଂ ସମୟରେ ସଂଘର୍ଷ ହୋଇଥିବା ରିପୋର୍ଟ ସାମ୍ନାକୁ ଆସୁଛି । ଟିଏମସି ସମର୍ଥକ ପୁଲିସ୍ ଏବଂ ହୁମାୟୁନ କବିରଙ୍କ ସହ ହାତାହାତି ହୋଇଛନ୍ତି ଜଣାପଡିଛି । ଆମ୍ ଜନତା ଉନ୍ନୟନ ପାର୍ଟି ପ୍ରତିଷ୍ଠାତା ହୁମାୟୁନ କବୀରଙ୍କ ପ୍ରତି ଦୁର୍ବ୍ୟବହାରର ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଛି । ଭୋଟିଂ ମଝିରେ ବୋମାମାଡ଼ ହୋଇଛି ଅନେକ ଆହତ ହୋଇଛନ୍ତି । ମୁର୍ଶିଦାବାଦ ବିବାଦକୁ ନେଇ ନିର୍ବାଚନ କମିଶନ ଡିଏମ/ଡିଇଓଙ୍କଠାରୁ ରିପୋର୍ଟ ମାଗିଛନ୍ତି ।
ଶାସକ ତୃଣମୂଳ କଂଗ୍ରେସ ଏବଂ ହୁମାୟୁନ କବୀରଙ୍କ ଆମ ଜନତା ଉନ୍ନୟନ ପାର୍ଟି (AUJP)ର କର୍ମୀମାନଙ୍କ ମଧ୍ୟରେ ଏକ ଭୟଙ୍କର ସଂଘର୍ଷ ଘଟିଛି । ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଘଟଣାସ୍ଥଳରେ ବହୁ ସଂଖ୍ୟକ ପୁଲିସ ଉପସ୍ଥିତ ଅଛନ୍ତି ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରୟାସ ଜାରି ରହିଛି । ବହୁ ସଂଖ୍ୟକ ପୁଲିସ ଏବଂ ଅର୍ଦ୍ଧସାମରିକ ବାହିନୀର କର୍ମଚାରୀ ପରିସ୍ଥିତି ନିୟନ୍ତ୍ରଣ କରୁଥିବା ଦେଖିବାକୁ ମିଳିଛି । ଗୋଟିଏ ପଟେ ହୁମାୟୁନ୍ କବୀର ଅଛନ୍ତି, ଏବଂ ଅନ୍ୟ ପଟେ ଲୋକଙ୍କ ଭିଡ଼ । ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା । ମୁର୍ଶିଦାବାଦରେ ଏଏସପି ମାଜିଦ୍ ଖାନ କହିଛନ୍ତି ଯେ, ପରିସ୍ଥିତି ଶାନ୍ତିପୂର୍ଣ୍ଣ ଅଛି ଏବଂ କୌଣସି ସ୍ଥାନରେ କିଛି ଘଟିନାହିଁ ।
ଏହା ବି ପଢନ୍ତୁ...Assembly Election Live: ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ଭୋଟିଂ ଆରମ୍ଭ, ନେତା ବାଛୁଛନ୍ତି ଜନତା, ଭୋଟ୍ ଦେବାକୁ ମୋଦିଙ୍କ ଅପିଲ୍
#WATCH | West Bengal Elections 2026 | Murshidabad: TMC workers sloganeer and enter into an altercation with the Police as they protest upon the arrival of Aam Janata Unnayan Party (AUJP) founder Humayun Kabir here.
— ANI (@ANI) April 23, 2026
An incident of crude bomb hurling was reported in this area… pic.twitter.com/tHeamSxJTt
ପଶ୍ଚିମବଙ୍ଗରେ ସକାଳ ୯ଟା ସୁଦ୍ଧା ୧୮.୭୬ ପ୍ରତିଶତ ମତଦାନ ହୋଇଛି । ନିର୍ବାଚନକୁ ସ୍ୱଚ୍ଛ, ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ କରିବା ଲାଗି ନିର୍ବାଚନ କମିଶନ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି । ସେଥିମଧ୍ୟରେ କ୍ୱିକ୍ ରେସପନ୍ସ ଟିମ୍ (କ୍ୟୁଆରଟି), ଫ୍ଲାଇଂ ସ୍କ୍ୱାଡ୍ ମୁତୟନ, ପୋଲିଂ ଷ୍ଟେସନରେ ସିସିଟିଭି ଲଗାଇବା ପ୍ରଭୃତି ସାମିଲ । ରାଜ୍ୟରେ ବିଗତ ୧୫ ବର୍ଷ ହେଲା ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (ଟିଏମ୍ସି) କ୍ଷମତାରେ ରହିଛି । ଚଳିତଥର ସେଠାରେ ଟିଏମ୍ସି, ବିଜେପି ଏବଂ ବାମ ଦଳ ମଧ୍ୟରେ ମୁଖ୍ୟତଃ ଲଢ଼େଇ ହେବ । ସେହିପରି ତାମିଲନାଡୁରେ ସମସ୍ତ ୨୩୪ ଆସନରେ ଭୋଟିଂ ଜାରି ରହିଛି । ୯ଟା ସୁଦ୍ଧା ତାମିଲନାଡୁରେ ୧୭.୬୯ ପ୍ରତିଶତ ଭୋଟିଂ ହୋଇଛି ।