ନୂଆଦିଲ୍ଲୀ, ୨୩/୦୪ : ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ। ନେତା ବାଛୁଛନ୍ତି ଜନତା। ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ୧୬ଟି ଜିଲ୍ଲାରେ ୧୫୨ ଆସନ ପାଇଁ ମତଦାନ ଚାଲିଛି। ମୋଟ ୪୪,୩୭୬ଟି ପୋଲିଂ ଷ୍ଟେସନରେ ମତଦାନ ଚାଲିଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ମୋଟ ୧୪୭୮ ପ୍ରାର୍ଥୀ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ୩.୬ କୋଟି ମତଦାତା ସେମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ। ଶାସକ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ଜୋରଦାର୍ ଟକ୍କର ହେବ। ସେହିପରି ତାମିଲନାଡ଼ୁରେ ସମସ୍ତ ୨୩୪ ଆସନ ପାଇଁ ଭୋଟିଂ ଜାରି ରହିଛି। ୫.୭୩ କୋଟି ଭୋଟର ୪ ହଜାର ୨୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। DMK-AIADMK ଫାଇଟ୍ ମଧ୍ୟରେ ବିଜୟଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଶାନ୍ତିପୂର୍ଣ୍ଣ ଏବଂ ନିଷ୍ପକ୍ଷ ମତଦାନ ସୁନିଶ୍ଚିତ କରିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

​​​​​​​ତାମିଲନାଡୁ ନିର୍ବାଚନ ଆରମ୍ଭ ହେବା ମାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି। ଟ୍ୱିଟରରେ ପୋଷ୍ଟ କରି ମୋଦି ଲେଖିଛନ୍ତି ଯେ, "ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ମତଦାନ ଚାଲିଥିବାରୁ, ମୁଁ ସମସ୍ତ ଭୋଟରଙ୍କୁ ଗଣତନ୍ତ୍ରର ଏହି ପବିତ୍ର ପର୍ବରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ଆହ୍ୱାନ କରୁଛି। ବିଶେଷକରି ତାମିଲନାଡୁର ଯୁବପିଢ଼ି ଏବଂ ମହିଳାମାନଙ୍କୁ ବହୁ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରୁଛି।"

ଏହି ଖବରଟିକୁ ପଢନ୍ତୁ- ଜାଣନ୍ତୁ ଭାରତରୁ ପାକିସ୍ତାନ ଗଲେ କେତେ ହେବ ଖର୍ଚ୍ଚ ?