ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଟିଏମସି ସରକାର ଯିବାର ମାସେ ପୁରିଛି । କ୍ଷମତା ଯିବା ପରେ ଗୋଟିଏ ପରେ ଗୋଟିଏ ଝଟକା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଲାଗୁଛି । କୋଲକାତାର ଟିଏମସି ମେୟର ଫିରହାଦ ହାକିମ ନିଜର ପଦରୁ ଇସ୍ତଫା ଦେଇଛନ୍ତି । ଟିଏମସିରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଏହି ଇସ୍ତଫା ଦିଦିଙ୍କ ଚିନ୍ତା ବଢ଼ାଇ ଦେଇଛି ।

ଇସ୍ତଫା ଦେବା ପରେ ସେ କହିଛନ୍ତି କି, ମୁଁ ଆଉ ପୂର୍ବପରି କାମ କରି ପାରିବି ନାହିଁ । ଏହି କାରଣରୁ ମୁଁ ଇସ୍ତଫା ଦେଉଛି । ,ହି ପଦବୀରେ ରହି କାମ ନକଲେ ପଦବୀ ପ୍ରତି ଅପମାନ ହେବ ବୋଲି କହିଛନ୍ତି । ଏହାସହ କହିଛନ୍ତି କି, ମୋ ପରେ ଯିଏ ବି ଆସିବେ ମୁଁ ତାଙ୍କୁ ଶୁଭକାମନା ଜଣାଇବି । କିଛିଦିନ ପୂର୍ବରୁ ମଧ୍ୟ ମୁଁ ଏହି ପଦବୀରୁ ଇସ୍ତଫା ଦେବା ପାଇଁ ମମତାଙ୍କ ସହ ଆଲୋଚନା କରିଥିଲି । ସେ ମଧ୍ୟ ହଁ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି ସେ ଜନସାଧାରଣଙ୍କ ଆଶା ପୂରଣ କରିବେ ।

କହି ରଖୁଛୁ କି, ଫିରହାନ ହେଉଛନ୍ତି ଟିଏମସିର ଜଣେ ବରିଷ୍ଠ ନେତା । ୨୦୧୮ ମସିହାରୁ ସେ କୋଲକାତାର ମେୟର ରହି ଆସିଛନ୍ତି । ସ୍ବାଧିନତା ପରେ ସେ କୋଲକାତାର ପ୍ରଥମ ମୁସଲିମ ମେୟର । ସେପଟେ ବିଧାୟକଙ୍କ ଜାଲ ଦସ୍ତଖତ ମାମଲାରେ ମଧ୍ୟ ତାଙ୍କୁ ପଶ୍ଚିମବଙ୍ଗ ସିଆଇଡି ପକ୍ଷରୁ ପଚରାଉଚରା କରାଯାଇଛି ।

ଏହାସହ ପଢ଼ନ୍ତୁ: Mohali Office Murder Case: ବ୍ରେକଅପ୍ ପରେ ନୃଶଂସ ହେଲା ପ୍ରେମିକ: ନିଜକୁ ଭୁଶିଲାଏ ପ୍ରେମିକାକୁ ମାରିଲା