ନୂଆଦିଲ୍ଲୀ: ପ୍ରେମରେ ବ୍ରେକଅପ୍ ହେବା ପରେ ଅନେକ ପ୍ରେମୀ ଭୁଲ୍ ନିଷ୍ପତ୍ତି ନେଇଥାନ୍ତି । କିଏ ନିଜର ଜୀବନ ନେଇଯାଏ ତ ଆଉ କିଏ ଅନ୍ୟକୁ ମାରିଦିଏ । ଏମିତି ଅନେକ ଉଦାହରଣ ଆପଣମାନେ ଶୁଣିଥିବେ ନିଶ୍ଚୟ । ଏବେ ସାମ୍ନାକୁ ସମାନ ଘଟଣା ଆସିଛି । ବ୍ରେକଅପ୍ ପରେ ପ୍ରେମିକ ନିଜ ପ୍ରେମିକାକୁ ଛୁରୀ ଭୁଶି ହତ୍ୟା କରିଥିବାବେଳେ ନିଜେ ମଧ୍ୟ ଛୁରୀମାରି ଗୁରୁତର ହୋଇଛି । ମୋହାଲୀ ଫେଜ୍-୧୧ରୁ ସାମ୍ନାକୁ ଆସିଛି ଏଭଳି ଏକ ଖବର । ମୃତ ଯୁବତୀ ଜଣକ ହେଲେ ୩୦ ବର୍ଷୀୟ ଡିମ୍ପଲ । ଏବଂ ଆକ୍ରମଣ କରିଥିବା ତାଙ୍କ ପୂର୍ବତନ ପ୍ରେମିକ ହେଲେ ହ୍ୟାରୀ । ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବାବେଳେ ହ୍ୟାରୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଉଭୟ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସେମାନେ ପୂର୍ବରୁ ଉଭୟ ଉଭୟଙ୍କୁ ଭଲ ପାଉଥିଲେ । କିନ୍ତୁ ୬ ମାସ ପୂର୍ବରୁ ସେମାନଙ୍କ ବ୍ରେକଅପ୍ ହୋଇଯାଇଥିଲା । କିନ୍ତୁ ହ୍ୟାରି ପୁଣିଥରେ ଡିମ୍ପଲଙ୍କ ସହ ପ୍ରେମ ସମ୍ପର୍କରେ ରହିବା ପାଇଁ ଚେଷ୍ଟା କରୁଥିଲେ । ମାତ୍ର ଡିମ୍ପଲ ତାଙ୍କଠାରୁ ଦୂରେଇ ଯାଉଥିଲେ । ଘଟଣାଦିନ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତି ତର୍କ ହୋଇଥିଲା । ଝଗଡ଼ା ଏତେ ଆଗକୁ ଚାଲିଯାଇଥିଲା କି, ହ୍ୟାରୀ ଛୁରୀରେ ଡିମ୍ପଲଙ୍କୁ ଆକ୍ରମଣ କରିବାକୁ ଲାଗିଥିଲା । ସେଠାରେ ଉପସ୍ଥିତ ଥିବା ଲୋକେ ମଧ୍ୟ ପାଖକୁ ଯାଇନଥିଲେ । 

ହିମ୍ପଲଙ୍କୁ ଆକ୍ରମଣ କରିବା ପରେ ନିଜ ଛାତିକୁ ମଧ୍ୟ ଛୁରୀ ଭୁଶିବାକୁ ଲାଗିଥିଲେ ହ୍ୟାରୀ । ଉପସ୍ଥିତ ସାଥୀ କର୍ମଚାରୀମାନେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା । ଡାକ୍ତର ଡିମ୍ପଲଙ୍କୁ ମୃତ ଘୋଷଣା କରିଥିଲେ । ତେବେ ହ୍ୟାରୀ ନିଜର ବେକକୁ ଛୁରୀରେ କାଟିବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ । ସେ ଏବେ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେପଟେ ହ୍ୟାରୀ କିଭଳି ଆକ୍ରମଣ କରିଥିଲେ ଏବଂ ନିଜକୁ ମାରିବାକୁ ପ୍ରୟାସ କରିଥିଲେ ଏହାର ସିସିଟିଭି ଭିଜୁଆଲ ଏବେ ଭାଇରାଲ ହେବାରେ ଲାଗିଛି । ଅଫିସରେ ଲାଗିଥିବା ସିସିଟିଭି ଫୁଟେଜରେ ଏହା ରହିଛି । 

ଏହାସହ ପଢ଼ନ୍ତୁ : Office Romance To Breakup: ଅଫିସରେ ପ୍ରେମ, ଧୋକା ପାଇବା ପରେ ନିଜକୁ ସମ୍ଭାଳିବେ କେମିତି ?