PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ଭାଗ ହେବନାହିଁ ଅଧିନାୟକ: ଏହି ଖେଳାଳି ଉଭୟ ଟେଷ୍ଟ ଓ ଏକଦିବସୀୟ ଦଳର ଅଧିନାୟକ ରହିବେ

ନୂଆଦିଲ୍ଲୀ ୧୯|୭: ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ଏକଦିବସୀୟ ଏବଂ ଟେଷ୍ଟ ଦଳର ଅଲଗା ଅଲଗା ଅଧିନାୟକ ଚୟନ ହେବା ନେଇ ଚର୍ଚ୍ଚା ହେଉଛି । ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ଭାରତୀୟ ଦଳର ଚୟନ ପାଇଁ ଚୟନ କର୍ତ୍ତାଙ୍କ ବୈଠକରେ ଏନେଇ ଆଲୋଚନା କରାଯିବ । ମାତ୍ର ବିରାଟ କୋହଲି ଓ୍ବେଷ୍ଟଇଣ୍ଡିଜ୍ ଗସ୍ତ ବେଳେ ଏବଂ ତାପରେ ମଧ୍ୟ ଭାରତୀୟ ଦଳର ଅଧିନାୟକ ରହିବେ ବୋଲି ଜଣାପଡିଛି । ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ, ବିରାଟ କୋହଲିଙ୍କ ବଦଳରେ ଏକଦିବସୀୟ ଏବଂ ଟି-୨୦ ମ୍ୟାଚ୍ ପାଇଁ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ବ ଦିଆଯିବ। ମାତ୍ର ଏବେ ଏଭଳି ହେବାର କୌଣସି ଯୋଜନା ନଥିବା ଜଣାପଡିଛି ।

ବିରାଟ କୋହଲି ସବୁ ପ୍ରକାର କ୍ରିକେଟ୍ ଫର୍ମାଟରେ ଜଣେ ଦକ୍ଷ ଖେଳାଳି ଭାବେ ପରିଚିତ । ସେ ଓ୍ବେଷ୍ଟଇଣ୍ଡିଜ୍ ଗସ୍ତ ବେଳେ ଏକଦିବସୀୟ, ଟି-୨୦ ଏବଂ ଟେଷ୍ଟ ମ୍ୟାଚ୍ ରେ ଭାରତୀୟ ଦଳର ଅଧିନାୟକ ରହିବେ ।

୨୦୧୬ ମସିହାରେ ଟେଷ୍ଟ ଏବଂ ଏକଦିବସୀୟ ପାଇଁ ଅଲଗା ଅଲଗା ଭାବେ ଅଧିନାୟକ ରହିଥିଲେ । ସେହି ସମୟରେ ମହେନ୍ଦ୍ର ସିଂ ଧୋନୀ ଏକଦିବସୀୟ ଏବଂ ବିରାଟ କୋହଲି ଟେଷ୍ଟ ମ୍ୟାଚ୍ ର ଅଧିନାୟକ ଥିଲେ । ଏହା ପୂର୍ବରୁ ୨୦୦୭ ନଭେମ୍ବରରୁ ୨୦୦୮ ଅକ୍ଟୋବର ପର୍ଯ୍ୟନ୍ତ ଅନୀଲ କୁମ୍ବଲେ ଟେଷ୍ଟ ଏବଂ ମହେନ୍ଦ୍ର ସିଂ ଧୋନୀ ଟି-୨୦ ଓ ଏକଦିବସୀୟ ପାଇଁ ଅଧିନାୟକତ୍ବ କରିଥିଲେ । ମାତ୍ର ଭାରତୀୟ ଦଳ ପାଇଁ ସ୍ପ୍ଲିଟ୍ କ୍ୟାପଟେନ୍ସି ବେଶୀ ଲାଭଦାୟକ ହୋଇପାରିନଥିଲା ।

ଅଗଷ୍ଟ ୩ ତାରିଖରେ ଭାରତୀୟ କ୍ରିକେଟ୍ ଦଳର ଓ୍ବେଷ୍ଟଇଣ୍ଡିଜ୍ ସହ ମୁକାବିଲା ହେବ । ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ଭାରତୀୟ ଦଳର ଚୟନ ଶୁକ୍ରବାର ହେବାକୁ ଥିଲା । ମାତ୍ର ବିସିସିଆଇର ସଚିବ ଅମିତାଭ ଚୌଧୁରୀ ନଥିବା ଯୋଗୁଁ ଚୟନକର୍ତ୍ତା କମିଟି ବୈଠକକୁ ଘୁଞ୍ଚାଇ ଦିଆଯାଇଥିଲା ।

କେଉଁ କେଉଁ ଦେଶର କ୍ରିକେଟ୍ ରେ ସ୍ପ୍ଲିଟ୍ କ୍ୟାଟେନ୍ସି ଚୟନ କରାଯାଇଥିଲା :

ଭାରତ : ନଭେମ୍ବର ୨୦୦୭ ରୁ ୨୦୦୮ – ଏକଦୀବସୀୟ ଏବଂ ଟି-୨୦ ପାଇଁ ମେହେନ୍ଦ୍ର ସିଂ ଧୋନୀ, ଟେଷ୍ଟ ପାଇଁ ଅନୀଲ କୁମ୍ବଲେ

ଜାନୁଆରୀ ୨୦୧୫ରୁ ଜାନୁଆରୀ ୨୦୧୭- ଏକଦୀବସୀୟ ଏବଂ ଟି-୨୦ ପାଇଁ ମେହେନ୍ଦ୍ର ସିଂ ଧୋନୀ, ଟେଷ୍ଟ ପାଇଁ ବିରାଟ କୋହଲି

ଇଂଲଣ୍ଡ: ଜୁନ୍ ୧୯୯୭ ରୁ ୧୯୯୮ – ଏକଦୀବସୀୟ ପାଇଁ ଆଡମ ହୋଲିଓକ, ଟେଷ୍ଟ ପାଇଁ ଏଲକ ଷ୍ଟିଓ୍ବର୍ଟ

ଜୁନ୍ ୨୦୧୧ ରୁ ୨୦୧୨ – ଏକଦୀବସୀୟ ପାଇଁ ଏଲିଷ୍ଟର କୁକ୍, ଟେଷ୍ଟ ପାଇଁ ଏଣ୍ଡ୍ରୟୁ ଷ୍ଟ୍ରାସ

ଜାନୁଆରୀ ୨୦୧୫ ରୁ ଡିସେମ୍ବର ୨୦୧୬ – ଏକଦୀବସୀୟ ପାଇଁ ଇୟାନ ମୋର୍ଗନ, ଟେଷ୍ଟ ପାଇଁ ଏଲିଷ୍ଟର କୁକ୍

ଜାନୁଆରୀ  ୨୦୧୭ରୁ ବର୍ତ୍ତମାନ ପର୍ଯ୍ୟନ୍ତ – ଏକଦିବସୀୟ ପାଇଁ ଇୟାନ ମୋର୍ଗୋନ, ଟେଷ୍ଟ ପାଇଁ ଜୋ ରୁଟ୍

ଅଷ୍ଟ୍ରେଲିଆ : ଡିସେମ୍ବର ୧୯୯୭ ରୁ ଜାନୁଆରୀ ୧୯୯୯ – ଏକଦୀବସୀୟ ପାଇଁ ଷ୍ଟିଭ ଓ୍ବଗ, ଟେଷ୍ଟ ପାଇଁ ମାର୍କ ଟେଲର

ମାର୍ଚ୍ଚ ୨୦୦୨ରୁ ଜାନୁଆରୀ ୨୦୦୪- ଏକଦୀବସୀୟ ପାଇଁ ରିକି ପଣ୍ଟିଂ, ଟେଷ୍ଟ ପାଇଁ ଷ୍ଟିଭ ଓ୍ବଗ

ସାଉଥଆଫ୍ରିକା : ଅପ୍ରେଲ ୨୦୧୧ରୁ ମାର୍ଚ୍ଚ ୨୦୧୪- ଏକଦିବସୀୟ ପାଇଁ ଦେ ଓ୍ବିଲିୟର୍ସ, ଟେଷ୍ଟ ପାଇଁ ଗ୍ରେମ ସ୍ମିଥ୍

ଜୁନ୍ ୨୦୧୪ରୁ ଜାନୁଆରୀ ୨୦୧୬- ଏକଦିବସୀୟ ପାଇଁ ଅବ୍ ଦେ ଓ୍ବିଲିୟର୍ସ, ଟେଷ୍ଟ ପାଇଁ ହାସିମ ଆମଲା