ନୂଆଦିଲ୍ଲୀ,୧୬/୦୭; ଗ୍ରୁପ୍ ସି’ରେ ୱେଷ୍ଟଇଣ୍ଡିଜ କ୍ରମାନ୍ୱୟରେ ୩ଟି ମ୍ୟାଚ୍‌ରେ ବିଜୟୀ ହୋଇ ସୁପର-୮ରେ ସ୍ଥାନ ସୁରକ୍ଷିତ କରିଛି । ଜାସନ ହୋଲ୍ଡରଙ୍କ ଘାତକ ବୋଲିଂ ଏବଂ ସାଇ ହୋପଙ୍କ ଦୁର୍ଦ୍ଧର୍ଷ ବ୍ୟାଟିଂ ସହାୟତାରେ ଦଳ ନେପାକୁ ୯ ୱିକେଟ୍‌ରେ ପରାଜିତ କରିଥିଲା । ହୋଲ୍ଡର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ଅଧିନାୟକ ହୋପ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଥିଲେ ।

ନେପାଳ ପ୍ରଥମେ ବ୍ୟାଟିଂ କରି ୮ ୱିକେଟରେ ୧୩୩ ରନ୍ କରିପାରେ ସଫଳ ହୋଇଥିଲା । ଦଳ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମଧ୍ୟଭାଗରେ ଦିପେନ୍ଦ୍ର ସିଂ ଅର୍ଦ୍ଧଶତକୀୟ ଇନିଂସ (୫୮) ଖେଳିଥିଲେ କିନ୍ତୁ ଅନ୍ୟ ବ୍ୟାଟରମାନଙ୍କ ବିଫଳତା ଯୋଗୁ ଦଳ ଏକ ବଡ଼ ସ୍କୋର କରିବାରୁ ବଞ୍ଚିତ ହୋଇଥିଲା । ହୋଲ୍ଡର ଏକାକୀ ୪ଟି ୱିକେଟ୍ ନେଇଥିଲେ । କେବଳ ଆସିଫ ଶେଖ (୧୧), ଲୋକେଶ ବାମ (୧୩), ଗୁଲସନ ଝା ( ୧୧) ଏବଂ ସୋମପାଲ କାମି (୨୬ଞ୍ଚ) ଦୁଇ ଅଙ୍କ ଛୁଇଁ ଥିଲେ । ଏହି ସହଜ ଲକ୍ଷ୍ୟକୁ (୧୩୪) ୱେଷ୍ଟଇଣ୍ଡିଜ ମାତ୍ର ୧୫.୨ ଓଭରରେ ୧ ୱିକେଟ ହରାଇ ହାସଲ କରିନେଇଥିଲା ।
​​​​

ଏହା ବି ପଢନ୍ତୁ...ପାକିସ୍ତାନ ବିଜୟରେ ରୋକ୍ ଲଗାଇଲା ଭାରତ : ସୁପର-୮ରେ ସୂର୍ଯ୍ୟ ବାହିନୀ

ବ୍ରାଣ୍ଡନ କିଙ୍ଗ୍ ୨୨ ରନ କରି ଆଉଟ୍ ହୋଇଥିଲେ । ସାଇ ହୋପ୍ ଓ ସିମରନ ହେତମାୟର ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ । ୩୮ ବଲରୁ ହୋପ୍ ଅର୍ଦ୍ଧଶତକ ପୂରଣ କରିଥିଲେ । ସେ ୪୪ ବଲ ସାମ୍ନା କରି ୫ଟି ଚୌକା ଓ ୩ଟି ଛକା ସହାୟତାରେ ୬୧ ଏବଂ ହେତମାୟର ୪୬ ( ୪ ଚୌକା, ୨ ଛକା) ରନ କରି ଅପରାଜିତ ରହିଥିଲେ । ଗ୍ରୁପ୍ ସି’ରେ ୱେଷ୍ଟଇଣ୍ଡିଜ ସର୍ବାଧିକ ୬ ପଏଣ୍ଟ ପାଇ ଟେବୁଲରେ ଶୀର୍ଷରେ ରହିଛି । ଇଂଲଣ୍ଡ ୩ଟି ମ୍ୟାଚରୁ ୪ ପଏଣ୍ଟ ସହ ଦ୍ୱିତୀୟ ଏବଂ ସ୍କଟଲାଣ୍ଡ ୨ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି ।