WFI ବିବାଦ : ସରକାରଙ୍କ ଦ୍ୱାରା ଗଠିତ କମିଟି ଉପରେ କୁସ୍ତିଯୋଦ୍ଧାଙ୍କ ଭରସା ନାହିଁ !

ବଜରଙ୍ଗ ଓ ଭିନେଶ କହିଲେ – ଆମର ମତ ନିଆଯାଇ ନାହିଁ
ନୂଆଦିଲ୍ଲୀ –ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ଓ ପହିଲମାନଙ୍କ ମଧ୍ୟରେ ଲାଗିଥିବା ବିବାଦ ଥମିବାର ନାଁ ହିଁ ନେଉନାହିଁ। ଖେଳ ମନ୍ତ୍ରାଳୟ ଏହି ମାମଲାର ଯାଞ୍ଚ ପାଇଁ ଏକ ତଦାରଖ କମିଟି ଗଠନ କରିଛି। ଖେଳ ମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ କି ଏହି ସମିତି ଅଭିଯୋଗ ଗୁଡ଼ିକର ଯାଞ୍ଚ କରି ମାସକ ଭିତରେ ନିଜର ରିପୋର୍ଟ ପ୍ରଦାନ କରି । କିନ୍ତୁ ଖେଳାଳିମାନେ ଏହି କମିଟିର ବିରୋଧ କରିଛନ୍ତି। ପହିଲମାନଙ୍କ କହିବାନୁସାରେ କମିଟି ଗଠନ ପୂର୍ବରୁ ସେମାନଙ୍କର ରାୟ ନିଆ ଯାଇନାହିଁ ।
ବିରୋଧ ପ୍ରଦର୍ଶନ କରି କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଓ ଭିନେଶ ଫୋଗାଟ ଟ୍ୱିଟ୍ କରିଛନ୍ତି। ସେ କହିଛନ୍ତି କି ଆମକୁ ଆଶ୍ୱାସନା ଦିଆଯାଇ ଥିଲା କି ତଦାରଖ କମିଟିର ଗଠନ ପୂର୍ବରୁ ପରାମର୍ଶ କରାଯିବ। କିନ୍ତୁ ବଡ଼ ଦୁଃଖର କଥା କି ଏହି କମିଟିର ଗଠନ ପୂର୍ବରୁ ଆମ ମତ ବି ନିଆଗଲା ନାହିଁ।
ଏହା ପୂର୍ବରୁ ଅନୁରାଗ ଠାକୁର କହିଥିଲେ କି ଆମେ ଖେଳ ସଂଘ ଗୁଡ଼ିକୁ ରାଜନୀତି ଠାରୁ ଅଲଗା କରିଛୁ। କମିଟିର ଗଠନରେ ମଧ୍ୟ ଏହି କଥାର ବିଶେଷ ଭାବେ ଧ୍ୟାନ ଦିଆଯାଇଛି। ଖେଳ ମନ୍ତ୍ରୀ କହିଥିଲେ କି ସମିତି ଗୁଡ଼ିକରେ କେବଳ ଖେଳାଳିଙ୍କୁ ହିଁ ପଦ ଦିଆଯାଉଛି । ଅଲିମ୍ପିକ ମେଡାଲ ବିଜେତା ମେରି କମ୍ଙ୍କୁ ୫ସଦସ୍ୟ ବିଶିଷ୍ଟ ସମିତିର ଅଧ୍ୟକ୍ଷ କରାଯାଇଛି। ମେରି କମଙ୍କ ବ୍ୟତୀତ ଯୋଗେଶ୍ୱର ଦତ୍ତ ସ ତୃପ୍ତି ମୁରଗୁଣ୍ଡେ , ରାଧିକା ଶ୍ରୀମନ ଓ ରାଜେଶ ରାଜଗୋପାଳନଙ୍କୁ ମଧ୍ୟ ସମିତିରେ ସାମିଲ କରାଯାଇଛି।