ଆଜିକାଲି ପ୍ରାୟ ଲୋକ ସାଧାରଣ ଅଟା ପରିବର୍ତ୍ତେ ମଲ୍ଟିଗ୍ରେନ୍ ଅଟାକୁ ବେଶି ପସନ୍ଦ କରୁଛନ୍ତି । କିନ୍ତୁ ଜାଣନ୍ତି କି ଏହାକୁ ଖାଇବା ଦ୍ୱାରା କବ୍ଚ ସମସ୍ୟା ହୋଇପାରେ? ମଲ୍ଟିଗ୍ରେନ୍ ଅଟା ଆଜିକାଲିର ନୂଆ ଟ୍ରେଣ୍ଡ୍ । ପ୍ରାୟ ଲୋକ ଏହାକୁ ଡାଏଟ୍ରେ ସାମିଲ କରିଚାଲିଛନ୍ତି । ପୂର୍ବରୁ କେବଳ ମଧୁମେହ ରୋଗୀ ଏହି ଅଟା ଖାଉଥିଲେ । ମଲ୍ଟିଗ୍ରେନ୍ ଅଟାରେ ଅନେକ ପ୍ରକାରର ମୋଟା ଶସ୍ୟ ସାମିଲ୍ କରାଯାଉଛି । ଫଳରେ ଏହା ଫାଇବରରେ ଭରପୂର ।
ଫାଇବର ହଜମ ପ୍ରକ୍ରିୟାକୁ ବଢାଇବା ସହ ମେଟାବଲିଜିମ୍କୁ ତୀବ୍ର କରିଥାଏ । ଏହାସହ ଅନ୍ତଃନଳୀର ଗତିକୁ ବଢାଇଥାଏ । ଫଳରେ ମଳକୁ ନରମ କରି ପେଟକୁ ସଫା କରିଥାଏ । ଫାଇବର ଶରୀର ପାଇଁ ଜରୁରି କିନ୍ତୁ ମାତ୍ରାଧିକ ଫାଇବର କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ନ୍ୟୁଟ୍ରିନିଷ୍ଟ ଏଡ୍ୱିନ୍ ରାଜ୍ଙ୍କ ଅନୁସାରେ କିଛି ଲୋକଙ୍କୁ ମଲ୍ଟିଗ୍ରେନ୍ ଅଟା ଖାଇବା ଦ୍ୱାରା କବ୍ଚ ହୋଇଥାଏ । ଫାଇବର୍କୁ ହଜମ କରିବା ପାଇଁ ପେଟ ଅଧିକ ପାଣିର ଆବଶ୍ୟକ କରିଥାଏ । ଯଦି ଏହି ସମୟରେ କମ୍ ପାଣି ପିଅନ୍ତି, ତେବେ କବ୍ଚ ସମସ୍ୟା ସୃଷ୍ଟି ହୋଇପାରେ । ଏହାବ୍ୟତୀତ ଯଦି ଅଟାରେ ମକା ବା ବାଜାରା ପରି ଅଧିକ ପାଣି ଟାଣୁଥିବା ଶସ୍ୟ ରହିଥାଏ, ତେବେ ମଳ ଟାଇଟ ହେବା ସ୍ୱାଭାବିକ ।
ଆହୁରି ପଢନ୍ତୁ- ଆପଣ ବି ଖରାଦିନେ ଏହି ସବୁ ଖାଦ୍ୟ ଖାଉଛନ୍ତି କି... ସାବଧାନ!
ସେହିପରି ଯଦି ଅଟା ମିଶ୍ରଣରେ ପର୍ଯ୍ୟାପ୍ତ ଫାଇବର ନଥାଏ, ତେବେ ପାଚନ କ୍ରିୟା ଧୀମା ହେବା ସହ କବ୍ଚ ସମସ୍ୟା ସୃଷ୍ଟି ହୋଇଥାଏ । କିଛି ଲୋକ ରିଫାଇନ୍ ଅଟା ଖାଇବା ଦ୍ୱାରା ପେଟ ଫୁଲିବା କିମ୍ବା କବ୍ଚ ସମସ୍ୟା ସୃଷ୍ଟି ହୋଇଥାଏ । ମଲ୍ଟିଗ୍ରେନ୍ ଅଟାରେ ରିଫାଇନ୍ ଅଟାଠାରୁ ଅଧିକ ଫାଇବର ରହିଥାଏ । ଫାଇବର ଅଟା ଖାଇବା ଦ୍ୱାରା ଅଧିକ ପାଣି ପିଇବାକୁ ପଡିଥାଏ । ଅଚାନକ ଅଧିକ ଫାଇବର ଅଟା ଖାଇବା ଦ୍ୱାରା ପାଚନକ୍ରିୟା ଧୀମା ହୋଇପଡିଥାଏ । କିଛି ମଲ୍ଟିଗ୍ରେନ୍ ଅଟାରେ ମଧ୍ୟ ଏମିତି ଶସ୍ୟ ରହିଥାଏ, ଯାହା ସମ୍ବେଦନଶୀଳ ଲୋକଙ୍କ ପାଚନ କ୍ରିୟାକୁ ସମସ୍ୟା ପହଞ୍ଚାଏ । ମଲ୍ଟିଗ୍ରେନ୍ ଅଟାରୁ ହେଉଥିବା କବ୍ଚରୁ ରକ୍ଷା ପାଇବା ପାଇଁ ଅଧିକ ପାଣି ପିଇବା ଆବଶ୍ୟକ । ଅଧିକ ପାଣି ପିଇବା ଦ୍ୱାରା ଅଧିକ ଫାଇବର ସହଜରେ ହଜମ ହୋଇଯାଏ । ଏହବ୍ୟତୀତ ମଲ୍ଟିଗ୍ରେନ୍ ଅଟାର ଖାଇବାକୁ ଧୀରେ ଧୀରେ ବଢାନ୍ତୁ । ଅଚାନକ୍ କେବଳ ମଲ୍ଟିଗ୍ରେନ୍ ଉପରେ ନିର୍ଭରଶୀଳ ହୁଅନ୍ତୁନି ।