ଭାରତରେ ଚା' ଓ କଫିକୁ ବେଶ୍ ପସନ୍ଦ କରନ୍ତି ଲୋକେ । ସକାଳ ଆରମ୍ଭ ହୁଏ କପେ ଚା' କିମ୍ବା କଫିରୁ । ଚା' ବିନା ତ ଦିନ କଳ୍ପନା କରିବା ବୋଧେ କିଛି ଲୋକଙ୍କ ପାଇଁ ଅସମ୍ଭବ । ସକାଳ ହେଉ  ସନ୍ଧ୍ୟା।  ପ୍ରାୟ ସମୟରେ ଅଧିକାଶଂ ଲୋକେ ଚା' ପିଇବାକୁ ପସନ୍ଦ କରନ୍ତି । ସେହିପରି  କିଛି ଲୋକ କଫିକୁ ମଧ୍ୟ ଏତେ ପସନ୍ଦ କରନ୍ତି ଯେ, ଦିନକୁ ୩ ରୁ ୪ ଥର ପିଇଥାନ୍ତି। ଚା ଏବଂ କଫି ଶରୀର ପାଇଁ ସେତେବେଳେ ଲାଭଦାୟକ ଯଦି ଏହାକୁ ସଠିକ୍ ଭାବରେ ପ୍ରସ୍ତୁତ କରାଯାଏ ଏବଂ ସୀମିତ ମାତ୍ରା ପିଆଯାଏ।  କିନ୍ତୁ ଯଦି ଆପଣ ଏହାକୁ ଆବଶ୍ୟକତାଠାରୁ ଅଧିକ ପିଅନ୍ତି କିମ୍ବା ଭୁଲ ଉପାୟରେ ପ୍ରସ୍ତୁତ କରନ୍ତି।ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ  କ୍ଷତି ମଧ୍ୟ ପହଞ୍ଚାଇପାରେ।

ଚା' ଏବଂ କଫି ଉଭୟରେ କ୍ୟାଫିନ୍ ଥାଏ। ତେଣୁ ଏହାକୁ ଅଧିକ ପିଇବା ସ୍ବାସ୍ଥ୍ୟ ପାଇଁ ଭଲ ନୁହେଁ। ବିଶେଷ କରି ରାତିରେ  ପିଇବା ଦ୍ବାରା ନିଦ ଠିକ୍ ସେ ହୋଇନଥାଏ। ଅତ୍ୟଧିକ ଚା' ଏବଂ କଫି ପିଇବା ଦ୍ୱାରା ପାଚନ କ୍ରିୟା ମଧ୍ୟ ପ୍ରଭାବିତ ହୋଇପାରେ। ଏସିଡିଟି ସମସ୍ୟା ସୃଷ୍ଟି ହୋଇଥାଏ। ଆପଣ କେବେ ଭାବିଛନ୍ତି କି ଆପଣ ଚା' କିମ୍ବା କଫି ଭିତରୁ ଯାହା ବି ପ୍ରତିଦିନ ପିଉଛନ୍ତି । ତାକୁ ଯଦି ଏକ ମାସ ପର୍ଯ୍ୟନ୍ତ ନ ପିଅନ୍ତି ତେବେ କଣ ଫାଇଦା ମିଳିବ । ଆସନ୍ତୁ ଜାଣିବା। 

କମିବ ଏସିଡିଟି:ଯଦି ଆମେ ଗୋଟିଏ ମାସ ପାଇଁ ଚା' କିମ୍ବା କଫି ପିଇବା ବନ୍ଦ କରିଦେବା।ତେବେ ଏହା ଏସିଡିଟି ସମସ୍ୟାକୁ କମ୍ କରିବାରେ ଏବଂ ପାଚନକୁ ସୁସ୍ଥ ରଖିବାରେ ସାହାଯ୍ୟ କରିପାରିବ।

ଭଲ ନିଦ ହେବ:ଚା' ଏବଂ କଫିରେ କ୍ୟାଫିନ୍ ଥାଏ।ଯାହା ନିଦକୁ ବାଧା ଦେଇପାରେ, ବିଶେଷକରି ସନ୍ଧ୍ୟାରେ ପିଇଲେ। ଯଦି ଆପଣ ଗୋଟିଏ ମାସ ପାଇଁ ଚା' କିମ୍ବା କଫି ଛାଡ଼ିଦିଅନ୍ତି, ତେବେ ଆପଣ ଆପଣଙ୍କ ନିଦରେ ଉନ୍ନତି ଲକ୍ଷ୍ୟ କରିପାରିବେ।

ଚିନ୍ତା ଦୂର ହେବ:ବିଶେଷଜ୍ଞମାନେ କୁହନ୍ତି ଯେ ଯେଉଁମାନଙ୍କର ଚିନ୍ତା ଅଛି କିମ୍ବା ଯେଉଁମାନେ ବହୁତ ହାଇପର ଅର୍ଥାତ୍ ପ୍ରତ୍ୟେକ କାମ ପାଇଁ ଶୀଘ୍ର ଥାଆନ୍ତି। ସେମାନେ ଗୋଟିଏ ମାସ ପାଇଁ ଚା କିମ୍ବା କଫି ନ ପିଇବା ଦ୍ୱାରା ଚିନ୍ତା ଏବଂ ହାଇପରଆକ୍ଟିଭିଟି ସମସ୍ୟା ହ୍ରାସ ପାଇପାରେ।

ରକ୍ତଚାପରେ ଉନ୍ନତି:ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ଥାଏ। ସେମାନେ ଚା' କିମ୍ବା କଫିରୁ ଦୂରେଇ ରହିବା ଉଚିତ୍ । ଏହା ବ୍ୟତୀତ ଅତ୍ୟଧିକ ଚା' କିମ୍ବା କଫି ପିଇବା ଦ୍ୱାରା ଆମର ନ୍ୟୁରୋଟ୍ରାନ୍ସମିଟର ଉପରେ ମଧ୍ୟ ନକରାତ୍ମକ ପ୍ରଭାବ ପଡ଼ିପାରେ। ତେଣୁ ଚା' କିମ୍ବା କଫି କିମ୍ବା କଫିର ସେବନ ହ୍ରାସ  କରିବା ଆବଶ୍ୟକ ।