ନୂଆଦିଲ୍ଲୀ,୧୪/୦୨; ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମୁକାବିଲାର ରାସ୍ତା ତ କ୍ଲିୟର ହୋଇଗଲା । ହେଲେ ଏବେ ନୂଆ ବିପଦ ଖଣ୍ଡା ଝୁଲୁଛି । ଆସନ୍ତାକାଲି କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ହେବାକୁ ଥିବା ହାଇଭୋଲ୍ଟେଜ ମୁକାବିଲାରେ ବର୍ଷା ଆଶଙ୍କା ରହିଛି । ତେଣୁ ମ୍ୟାଚ ଧୋଇଯିବା ସମ୍ଭାବନା ରହିଛି । ଯଦି ଭାରତ ବିପକ୍ଷ ମ୍ୟାଚ ଧୋଇଯାଏ ତେବେ ପାକିସ୍ତାନକୁ ମିଳିବ କି ଫାଇଦା ? ମ୍ୟାଚ ନ ହେଲେ ୩ଟି ଦଳ ଟି-ଟ୍ୱେଣ୍ଟି ବିଶ୍ୱକପରୁ ବିଦା ହୋଇଯିବେ ।
ମ୍ୟାଚ ଧୋଇଗଲେ କ'ଣ ହେବ ? ଯଦି ବର୍ଷା ପାଇଁ ମ୍ୟାଚ ଧୋଇଯାଏ ତେବେ ଭାରତୀୟ ଟିମ୍ ସୁପର-୮ରେ ପହଞ୍ଚିବ । ଏହା ସହିତ ପାକିସ୍ତାନକୁ ଫାଇଦା ମିଳିବ । ପାକିସ୍ତାନ ବି ସୁପର-୮ରେ ଏଣ୍ଟ୍ରୀ କରିବ । ମ୍ୟାଚ ରଦ୍ଦ ହେବା ପରେ ଭାରତ-ପାକିସ୍ତାନକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିବ । ଦୁଇ ଦଳରେ ୩ ମ୍ୟାଚରେ ୫-୫ ଲେଖାଏଁ ପଏଣ୍ଟ ହୋଇଯିବ । ଗ୍ରୁପ-ଏରୁ ସୁପର-୮ରେ ପହଞ୍ଚିବେ ଦୁଇ ଦଳ । ଭରତ ବର୍ତ୍ତମାନ ଗ୍ରୁପ-ଏରେ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି । ଦ୍ୱିତୀୟରେ ରହିଛି ପାକିସ୍ତାନ । ଆମେରିକା ତୃତୀୟ ସ୍ଥାନରେ ରହିଛି । ଭାରତ-ପାକ୍ ମ୍ୟାଚ ଧୋଇଗଲେ ଏହାର ପ୍ରଭାବ ଆମେରିକା, ନାମ୍ବିବିୟା ଏବଂ ନେଦରଲାଣ୍ଡସ ଉପରେ ପଡିବ । ଏହି ଟିମ ବିଶ୍ୱକପରୁ ବାହାରି ଯିବେ । ନେଦରଲାଣ୍ଡସ ଏବଂ ୟୁଏସଏ ପାଖରେ ୩ ମ୍ୟାଚରୁ ୨-୨ ଲେଖାଏଁ ପଏଣ୍ଟ ରହିଛି । ବାକି ୧-୧ଟି ଲେଖାଏଁ ମ୍ୟାଚ ଜିତିଲେ ବି ୪ ଅଙ୍କରେ ପହଞ୍ଚିବେ । ଯାହା ଭାରତ ଏବଂ ପାକିସ୍ତାନଠୁ କମ । ନାମ୍ବିବିୟା ତାର ୨ଟି ଯାକ ମ୍ୟାଚ ହାରି ସାରିଛି । ପଏଣ୍ଟ ଶୂନ୍ୟ ରହିଛି । ଯଦି ଭାରତ-ପାକିସ୍ତାନ ମ୍ୟାଚ ଖେଳାଯାଏ ବିଜୟୀ ଟିମ୍ ସିଧା ସୁପର-୮ରେ ପହଞ୍ଚିବ । ଗ୍ରୁପ ପର୍ଯ୍ୟାୟ ମ୍ୟାଚ ପାଇଁ ରଜର୍ଭ ଡେ ରଖା ଯାଇନାହିଁ । ଏହା କେବଳ ସେମି ଫାଇନାଲ ଏବଂ ଫାଇନାଲ ପାଇଁ ରହିଛି ।
ଏହା ବି ପଢନ୍ତୁ...ରାତିରେ ଅଭିଷେକଙ୍କ ଫାଇନାଲ୍ ଫିଟ୍ନେସ୍ ଟେଷ୍ଟ, ରବିବାର ଭାରତ-ପାକିସ୍ତାନ ଲଢେଇ
ଭାରତ-ପାକିସ୍ତାନ ମ୍ୟାଚରେ ବର୍ଷା ଆଶଙ୍କା- ରବିବାର ହେବାକୁ ଥିବା ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍ର ସବୁଠୁ ଚର୍ଚ୍ଚିତ ମୁକାବିଲାରେ ବର୍ଷା ଖଳନାୟକ ସାଜିବାର ଯଥେଷ୍ଟ ସମ୍ଭାବନା ରହିଛି । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ କଲମ୍ବୋ ସ୍ଥିତ ପ୍ରେମଦାସା ଷ୍ଟାଡ଼ିୟମ୍ରେ ପରସ୍ପରକୁ ଭେଟିବେ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ତାମିଲନାଡ଼ୁ ଉପକୂଳ ଆଡ଼କୁ ମୁହାଁଉଛି । ଫଳରେ ରବିବାର ଦିନ କଲମ୍ବୋ ଓ ନିକଟସ୍ଥ ଅଞ୍ଚଳରେ ବର୍ଷା ହେବାର ଆଶଙ୍କା ଦେଖା ଦେଇଛି । ରବିବାର ଅପରାହ୍ଣରେ ୫୦ରୁ ୭୦% ବର୍ଷା ରହିଥିବା ଶ୍ରୀଲଙ୍କା ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି । ଶନିବାର ଅପରାହ୍ଣରେ ମଧ୍ୟ ବର୍ଷା ହେବ ବୋଲି ଆଶଙ୍କା କରାଯାଉଛି । କଲମ୍ବୋ ଯାତ୍ରା କରିଥିବା ଭାରତୀୟ ଦଳ ଶନିବାର ଅପରାହ୍ଣରେ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ, ପ୍ରେମଦାସା ଷ୍ଟାଡ଼ିୟମ୍ରେ ବର୍ଷା ପାଣି ନିଷ୍କାସନ କରିବା ପାଇଁ ଅତ୍ୟାଧୁନିକ ଡ୍ରେନ ବ୍ୟବସ୍ଥା ରହିଛି । ଖାଲି ସେତିକି ନୁହେଁ, ବର୍ଷା ସମୟରେ ଗ୍ରାଉଣ୍ଡକୁ ସମ୍ପୂର୍ଣ୍ଣ ରୂପେ ଘୋଡ଼ାଇ ରଖିବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି ।