ନୂଆଦିଲ୍ଲୀ,୧୪/୦୨; ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ଭାରତର ଷ୍ଟାର ବ୍ୟାଟର ଅଭିଷେକ ଶର୍ମା କଲମ୍ବୋରେ ପହଞ୍ଚି ସାରିଛନ୍ତି । ଆସନ୍ତାକାଲି ଟି-ଟ୍ୱେଣ୍ଟି ବିଶ୍ୱକପର ମହାମୁକାବିଲା ଖେଳାଯିବ । କଲମ୍ବୋରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ-ପାକିସ୍ତାନ । ମ୍ୟାଚରେ ପେଟ ସଂକ୍ରମଣରେ ଅସୁସ୍ଥ ଅଭିଷେକ ଶର୍ମା ଖେଳିବେ ନା ନାହିଁ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଆଜି ରାତିରେ ଅଭିଷେକଙ୍କ ଫାଇନାଲ ପିଟନେସ୍ ଟେଷ୍ଟ ହେବ । ବଡ଼ ମୁକାବିଲା ପୂର୍ବରୁ ଅଭିଷେକଙ୍କୁ ଫିଟନେସ ପରୀକ୍ଷା ଦେବାକୁ ପଡିବ ।
ନୂଆଦିଲ୍ଲୀର ଏକ ଘରୋଇ ହସ୍ପିଟାଲରୁ ଡିସଚାର୍ଜ ହେବା ସତ୍ତ୍ୱେ, ଅଭିଷେକ ଗୁରୁବାର ନାମ୍ବିବିୟା ବିପକ୍ଷରେ ଖେଳି ନଥିଲେ । ତାଙ୍କ ସ୍ଥାନରେ ସଞ୍ଜୁ ସାମସନ ଖେଳିଥିଲେ । ଅଭିଷେକ ଡ୍ରେସିଂ ରୁମରେ ଉପସ୍ଥିତ ଥିଲେ । ଭାରତ ବନାମ ପାକିସ୍ତାନ ବିପକ୍ଷ ମ୍ୟାଚ ପାଇଁ ଆଜି କଲମ୍ବୋରେ ଅଭ୍ୟାସ ମ୍ୟାଚ ରହିଛି । ଏହା ପରେ ନିର୍ଣ୍ଣୟ ନିଆଯିବ ଯେ ଖେଳିବା ପାଇଁ ଅଭିଷେକ ଫିଟ୍ ଅଛନ୍ତି ନା ନାହିଁ । ଚୂଡାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ଅଭିଷେକଙ୍କ ଫିଟନେସ୍ ଉପରେ ନଜର ରହିଛି । ପ୍ରଶିକ୍ଷଣ ଅଧିବେଶନ ପୂର୍ବରୁ ଏକ ପ୍ରେସମିଟ ହେବ । ଯେଉଁଠାରେ ଅଭିଷେକଙ୍କ ବିଷୟରେ ନିସନ୍ଦେହରେ ପ୍ରଶ୍ନ ପଚରାଯିବ । ଯଦି ସେଠାରେ ଚିତ୍ର ସ୍ପଷ୍ଟ ନହୁଏ ତେବେ ନେଟ୍ସରେ ଅଭିଷେକ ଶର୍ମା ବ୍ୟାଟିଂ ପ୍ରାକ୍ଟିସ କରିବେ କି ନାହିଁ ତାହା ଉପରେ ନଜର ରହିବ । ଯଦି ସେ ପ୍ରାକ୍ଟିସ୍ କରନ୍ତି ତେବେ ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳାବାର ସମ୍ଭାବନା ରହିଛି । ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ଅଭିଷେକ ତାଙ୍କ ବାପାମାଆଙ୍କ ସହିତ କଲମ୍ବୋରେ ପହଞ୍ଚି ସାରିଛନ୍ତି । ଏସିଆ କପରେ ମଧ୍ୟ ତାଙ୍କ ବାପାମାଆ ଦୁବାଇରେ ଉପସ୍ଥିତ ଥିଲେ ।
ଏହା ବି ପଢନ୍ତୁ...'ମୋ ଓଜନ କମୁଛି'...ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ହେଲ୍ଥ ଅପଡେଟ୍ ଦେଲେ ଅଭିଷେକ
ଯଦି ଅଭିଷେକ ଉପଲବ୍ଧ ନ ହେବେ ଭାରତ ସଞ୍ଜୁ ସାମସନ କିମ୍ବା ଫିଟ୍ ହୋଇ ଫେରିଥିବା ୱାସିଂଟନ ସୁନ୍ଦର ଇଶାନ କିଷନଙ୍କ ସହ ଶୀର୍ଷରେ ଖେଳାଇପାରେ । ୱାସିଂଟନ ସୁନ୍ଦରଙ୍କୁ ନେଇ ପରୀକ୍ଷା କରିବାକୁ ପସନ୍ଦ କରିବ ନାହିଁ କିନ୍ତୁ ଏକ ଅଫ୍ ସ୍ପିନ ବିକଳ୍ପ ପ୍ରଦାନ କରିବା ଲାଭଦାୟକ ହେବ । ତଥାପି ବଡ଼ ମ୍ୟାଚରେ ଭାରତ ଜଣେ ଉପଯୁକ୍ତ ଓପନରଙ୍କୁ ଖେଳାଇବାକୁ ପସନ୍ଦ କରିବ । ଦିଲ୍ଲୀରେ ଅଭିଷେକ ଶର୍ମାନଙ୍କ ଅନୁପସ୍ଥିତିରେ ସଞ୍ଜୁ ସାମସନ ଇନିଂସ ଆରମ୍ଭ କରିଥିଲେ । ସେ ୮ ବଲରେ ୨୨ ରନ୍ କରିଥିଲେ । ଏହି ଇନିଂସରେ ସେ ୩ଟି ଛକା ଏବଂ ଗୋଟିଏ ଚୌକା ମାରିଥିଲେ । ସାମସନ ପାକିସ୍ତାନ ବିପକ୍ଷରେ ମଧ୍ୟ ଖେଳି ଏକ ଦ୍ରୁତ ଆରମ୍ଭ ପ୍ରଦାନ କରିପାରିବେ । ଇଶାନ କିଷନ ଭଲ ଫର୍ମରେ ରହିଛନ୍ତି । ଫର୍ମରେ ନଥିବା ରିଙ୍କୁ ସିଂହଙ୍କ ସ୍ଥାନରେ ୱାସିଂଟନ ସୁନ୍ଦରଙ୍କୁ ସୁଯୋଗ ମିଳିପାରେ ।