ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଫ୍ୟାକ୍ଟ୍ରିର ଛାତ ଉପରେ ଘୁରୁଥିବା ଜିନିଷଟି କ'ଣ ? ଆସନ୍ତୁ ଜାଣିବା...

Published By : Anindita Ratha | January 20, 2025 12:06 PM

ନୂଆଦିଲ୍ଲୀ,୨୦/୦୧: ବିଭିନ୍ନ ଫ୍ୟାକ୍ଟ୍ରିର ଛାତ ଉପରେ ଆପଣ ଏକ ବଡ଼ ପାତ୍ର ଭଳି ଥିବା ଜିନିଷଟି ନିଶ୍ଚିତ ଦେଖିଥିବେ। ଯାହା ସିଲଭର ରଙ୍ଗର ହୋଇଥାଏ। ଏଥିସହ ଏହା ଗୋଲ ଗୋଲ ହୋଇ ଘୁରୁଥାଏ ମଧ୍ୟ । ସାଧାରଣ ଲୋକଟିଏ ଏହାକୁ ଦେଖିଲେ ଏହି ଜିନିଷଟି କଣ ବୋଲି ମନରେ ପ୍ରଶ୍ନ ଆସେ । ଆଉ କାହିଁକି ଏହା ଫ୍ୟାକ୍ଟ୍ରିର ଛାତ ଉପରେ ଏପରି ଲାଗିଥାଏ । ତେବେ ଏହା କଣ ଓ ଏହାର କାମ କଣ ଆସନ୍ତୁ ଜାଣିବା।ଏହି ଗୋଲାକାର ପାତ୍ରଗୁଡିକ  କାରଖାନାର ଛାତ ଉପରେ ଅଳ୍ପ ଦୂରରେ ଲଗାଯାଇଥାଏ । କାରଖାନାର ଛାତ ଉପରେ ଲାଗିଥିବା ଏହି ଇସ୍ପାତ ପାତ୍ରଗୁଡ଼ିକର ନାମ ହେଉଛି ଟର୍ବୋ ଭେଣ୍ଟିଲେଟର । ଏହା କେବଳ ପବନରେ ହିଁ ଘୁରିବାରେ ଲାଗେ ।  ଏହା ଅତ୍ୟନ୍ତ ଲାଭଦାୟକ ଉପକରଣ । କାରଣ ଫ୍ୟାକ୍ଟ୍ରିଗୁଡିକରେ ଅନ୍ୟ କାର୍ଯ୍ୟାଳୟ ଅପେକ୍ଷା ଅଧିକ ଗରମ ହୁଏ । 

ଏହି ଗରମ ପବନ ବା ଉତ୍ତପ୍ତ ଉତ୍ତାପ ଓ ରାସାୟନିକ ନିର୍ଗମନକୁ କାରଖାନାରୁ ବାହାର କରିବା ପାଇଁ ବ୍ୟବହୃତ ହୁଏ ।  ଯାହାଦ୍ବାରା ଶ୍ରମିକମାନଙ୍କ ପାଇଁ ଏକ ସୁସ୍ଥ ପରିବେଶ ସୁନିଶ୍ଚିତ ହୋଇଥାଏ । ଏହା କେବଳ କାରଖାନାରେ ନୁହେଁ, ବରଂ ଜନବହୁଳ ସ୍ଥାନରେ ମଧ୍ୟ ବ୍ୟବହାର କରାଯାଏ । ଏହା ସାଧାରଣତଃ କାରଖାନା, ଗୋଦାମ, ରେଳ ଷ୍ଟେସନ୍ ଏବଂ ଅନ୍ୟାନ୍ୟ ବଡ଼ ପରିସରରେ ଦେଖାଯାଏ । ଏହି ଟର୍ବୋ ଭେଣ୍ଟିଲେଟର ଫ୍ୟାନ୍ ଗୁଡିକ ଆମ ଘରମାନଙ୍କରେ ଲାଗିଥିବା ଫ୍ୟାନ ଠାରୁ ପୁରା ବିପରିତ ଢଙ୍ଗରେ କାମ କରେ । ଅର୍ଥାତ୍ ଘରେ ଫ୍ୟାନ ବୁଲିବା ଦ୍ୱାରା ଥଣ୍ଡା ପବନ ତଳକୁ ଆସୁଥିବା ବେଳେ ଭେଣ୍ଟିଲେଟର ଫ୍ୟାନ କିନ୍ତୁ ପବନକୁ ଉପରକୁ ଠେଲିଥାଏ । ଅର୍ଥ ଏହା ବୁଲିବା ଦ୍ୱାରା ପବନ ଉଦ୍ଧ୍ୱର୍ଗାମୀ ହୋଇଥାଏ । ଫଳରେ ଭିତରର ତାପମାତ୍ରା ଥଣ୍ଡା ରହେ। ଏହା ରେଳ ଷ୍ଟେସନ ଏବଂ ଅନ୍ୟାନ୍ୟ ବୃହତ କମ୍ପ୍ଲେକ୍ସରେ ବାୟୁ ପ୍ରବାହରେ ଉନ୍ନତି ଆଣିବା ଲାଗି ଅତ୍ୟନ୍ତ ଉପଯୋଗୀ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.