ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ସଚେତ୍ ଆପ୍ କଣ ? ମନ୍ କି ବାତ୍‌ରେ କାହିଁକି ଏ ନେଇ ଚର୍ଚ୍ଚା କଲେ ପିଏମ୍ ମୋଦି

Published By : Ankita S | April 27, 2025 2:49 PM

ନୂଆଦିଲ୍ଲୀ,୨୭/୦୪: ପହଲଗାମ ଆତଙ୍କୀ ଆକ୍ରମଣ ପରେ ମନ୍ କି ବାତ୍‌ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପହଲଗାମ ଆତଙ୍କୀ ଆକ୍ରମଣଠୁ ନେଇ ଇସ୍ରୋ ପୂର୍ବତନ ଅଧ୍ୟକ୍ଷଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହିତ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା କରିଛନ୍ତି । ମନ୍ କି ବାତ୍‌ ସଚେତ୍ ଆପ୍ ପ୍ରସଙ୍ଗରେ କହିଛନ୍ତି ପ୍ରଧାନମନ୍ତ୍ରୀ । ସମସ୍ତଙ୍କୁ ଏହି ଆପ୍ ବ୍ୟବହାର କରିବାକୁ ଅପିଲ୍ କରିଛନ୍ତି । ତେବେ କଣ ଏହି ଆପ୍ ଜାଣନ୍ତୁ ?

ମନ୍ କି ବାତ୍‌ରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏବେ ପ୍ରାକୃତିକ ବିପର୍ଯ୍ୟୟ ଦିଗରେ ସତର୍କ, ସଚେତନ ରହିବାକୁ ପଡିବ । ମିଆଁମ୍ୟାର, ଥାଇଲାଣ୍ଡରେ ଆସିଥିବା ଭୂକମ୍ପରେ କେତେ ଜୀବନ ଚାଲିଯାଇଛି । ଏପରି ପ୍ରାକୃତିକ ବିପର୍ଯ୍ୟୟ ନେଇ ସତର୍କ ରହିବାକୁ ଭାରତରେ ଏକ ଆପ୍ ଲଞ୍ଚ କରିଛି ଯାହାର ନାମ  'ସଚେତ୍' । ଏହି ମୋବାଇଲେ ଆପ୍ ଜରିଆରେ ପ୍ରାକୃତିକ ବପର୍ଯୟ ନେଇ ସହାୟତା ମିଳିପାରିବ । ଏହା ପ୍ରାକୃତିକ ବିପର୍ଯ୍ୟୟରୁ ମୁକୁଳିବାରେ ସାହାଯ୍ୟ କରିବ । 

'ସଚେତ୍ ଆପ୍‌' ଫାଇଦା କଥା କହି ପିଏମ୍ ଆହୁରି କହିଛନ୍ତି, 'ବନ୍ୟା, ବାାତ୍ୟ, ସୁନାମୀ, ଜଙ୍ଗଲ ନିଆଁ, ହିମସ୍ଖଳନ, ବର୍ଷା ପବନ ଏବଂ ଘଡଘଡି ପରି ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ଆଲର୍ଟ କରିବ । ଏହା ଆଞ୍ଚଳିକ ଭାଷାରେ ମଧ୍ୟ ସୂଚନା ଦେବ ।'


ସଚେତ୍ ଆପ୍ କଣ ? ସଚେତ୍ ଆପ୍‌କୁ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମଏ) ଲଞ୍ଚ କରିଥିଲା । ଏହି ଆପ୍ ରାଜ୍ୟ ଏବଂ ଜିଲ୍ଲାରେ ହେବାକୁ ଥିବା ପ୍ରାକୃତିକ ବିପର୍ଯ୍ୟୟ ନେଇ ୟୁଜର୍ସଙ୍କୁ ସତର୍କ କରାଇବ । ଏହା ସହିତ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ପାଣିପାଗ ପୂର୍ବାନୁମାନ ନେଇ ଅପଡେଟ୍ କରିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.