ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ସୋଲୋ ଟ୍ରାଭେଲିଂ କଣ ? କାହିଁକି ବଢୁଛି କ୍ରେଜ

Published By : Ankita S | December 9, 2024 3:01 PM

ନୂଆଦିଲ୍ଲୀ,୦୯/୧୨: ବିଭିନ୍ନ ସ୍ଥାନକୁ ବୁଲିଯିବାକୁ ସମସ୍ତେ ପସନ୍ଦ କରିଥାନ୍ତି । ପରିବାର ସହ ସାଙ୍ଗସାଥୀଙ୍କ ସହ ବୁଲିଯାଆନ୍ତି । ହେଲେ ଜାଣିଛନ୍ତି କି କେହି କେହି ପରିବାର, ପିଲା, ସାଙ୍ଗସାଥୀଙ୍କ ବିନା ଏକୁଟିଆ ବୁଲିବାକୁ ପସନ୍ଦ କରିଥାନ୍ତି । ଯାହାକୁ ସୋଲା ଟ୍ରାଭେଲିଂ କୁହାଯାଏ । ତେବେ କଣ ଏହି ସୋଲୋ ଟ୍ରାଭେଲିଂ । କାହିଁକି ଏହାର କ୍ରେଜ ବଢୁଛି । ସ୍ବାସ୍ଥ୍ୟ ଉପରେ ଏହାର କଣ ପ୍ରଭାବ ରହିଛି । ଆସନ୍ତୁ ଜାଣିବା ।

ଗତ କିଛି ଦିନ ହେବ ସୋଲୋ ଟ୍ରାଭେଲିଂର କ୍ରେଜ ବଢିବାକୁ ଲାଗିଛି । ସୋଲୋ ଟ୍ରାଭେଲିଂ ଅର୍ଥ ଏକୁଟିଆ କୌଣସି ସ୍ଥାନକୁ ବୁଲିଯିବା । ବିଶେଷ କରି ଟୁରିଷ୍ଟ ସ୍ଥାନକୁ ବୁଲିଯିବା ଓ ପାଖରୁ ସେଗୁଡିକ  ଦେଖିବା ଓ ବୁଝିବା । କେବଳ ଭାରତ ନୁହେଁ ଦୁନିଆରେ ମଧ୍ୟ ସୋଲୋ ଟ୍ରାଭେଲିଂର କ୍ରେଜ ବଢୁଥିବା ଦେଖିବାକୁ ମିଳିଛି । କାରଣ ଏଥିରେ  ଜଣେ ବ୍ୟକ୍ତି ତା ମନର ମାଲିକ ହୋଇଥାଏ ନିଜ ଇଚ୍ଛାରେ ବୁଲିଥାଏ ।

ସୋଲୋ ଟ୍ରାଭେଲିଂ ପ୍ରଭାବ- ମାନସିକ ସ୍ବାସ୍ଥ୍ୟ ଉପରେ ସୋଲୋ ଟ୍ରାଭେଲିଂ ପ୍ରଭାବ ପକାଏଥାଏ । ଚିନ୍ତାମୁକ୍ତ କରିଥାଏ । ମହିଳାଙ୍କୁ ସଶକ୍ତ କରିଥାଏ । ସୋଲୋ ଟ୍ରାଭେଲ ମାନେ ନୁହେଁ ଯେ ପାର୍ଟନରଟୁ ଅଲଗା ହେବା । ଏହି ବିଶ୍ବାସକୁ ଅଧିକ ଶକ୍ତି ଦିଏ ।  ପାର୍ଟନର ମଧ୍ୟରେ ସମ୍ମାନ ବଢାଏ ସୋଲୋ ଟ୍ରାଭେଲ । ନିଜକୁ ନିଜେ ଖୋଜିବାରେ ସୋଲୋ ଟ୍ରାଭେଲିଂ ସହାୟକ ହୋଇଥାଏ । ଏକୁଟିଆ ଯାତ୍ରା କରିବା  ଆତ୍ମନିର୍ଭର କରିଥାଏ । ମନରେ ସାହାସ ଭରିଦିଏ । ଅନ୍ୟର ବିନା ସହାୟତାରେ କିଛି କରିବାକୁ ସାହସ ମିଳେ । ଧୀରେ ଧୀରେ ନିଜର କ୍ଷମତା ପରିଚୟ କରାଏ ସୋଲୋ ଟ୍ରାଭେଲିଂ । ସମୟ କ୍ରମେ ନିଜର ସବୁ କାମ ମ୍ୟାନେଜ କରିବା ସହଜ ହୋଇଯାଏ ।

ସୋଲୋ ଟ୍ରାଭେଲିଂ ଏକ ନିଶା- ପ୍ରକୃତରେ ସୋଲୋ ଟ୍ରେଭେଲିଂ ଏକ ନିଶା ପରି ହୋଇଥାଏ । ଯେଉଁମାନଙ୍କ ମନରେ ନୂଆ ନୂଆ ସ୍ଥାନକୁ ଏକ୍ସପ୍ଲୋର କରିବା ନିଶା ଥାଏ ସେମାନେ ସୋଲୋ ଟ୍ରାଭେଲ କରିବାକୁ ପସନ୍ଦ କରିଥାନ୍ତି । କାରଣ ସେମାନେ ଏକୁଟିଆ ବିରକ୍ତ ହୁ୍ଅନ୍ତି ନାହିଁ । ନୂଆ ନୂଆ ସ୍ଥାନ ଏକ୍ସପ୍ଲୋର କରିବାକୁ ତାଙ୍କୁ ମଜା ଲାଗେ । ସୋଲୋ ଟ୍ରାଭେଲିଂକୁ ସାହାସିକ ଗତିବିଧି କୁହାଯାଏ ।

ସୋଲୋ ଟ୍ରାଭେଲିଂ କରୁଥିଲେ ଏହି ଜିନିଷରେ ଧ୍ୟାନ ଦିଅନ୍ତୁ- ଆପଣ ସୋଲୋ ଟ୍ରାଭେଲ କରୁଛନ୍ତି କି । ତେବେ କିଛି ଜିନିଷ ଉପରେ ଅଧିକ ଗୁରୁତ୍ବ ଦେବାକୁ ପଡିବ । ସୋଲେ ଟ୍ରାଭେଲ କରିବାକୁ ହେଲେ ପ୍ରଥମେ ରିସର୍ଚ କରନ୍ତୁ । ଯେଉଁଠାକୁ ଯାଉଛନ୍ତି ସେ ସ୍ଥାନ ବିଷୟରେ ସୂଚନା ହାସଲ କରନ୍ତୁ । ଏହାପରେ ଘରୁ ବାହାରନ୍ତୁ । ଜରୁରୀ ସାମଗ୍ରୀ ସାଥୀରେ ନିଅନ୍ତୁ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.