PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଲକାତା :ପଶ୍ଚିମବଙ୍ଗ ବିଜେପି ନେତାଙ୍କ ଅଭିଯୋଗ, ରାଜ୍ୟରେ ମମତା ବାନାର୍ଜି ଓ ଶୁଭେନ୍ଦୁ ଅଧିକାରୀଙ୍କ ଭିତରେ ହୋଇଛି ଗୁପ୍ତ ବୁଝାମଣା…
  • ||
  • ନୟାଗଡ଼ : ମାର୍ବଲ ବୋଝେଇ ଟ୍ରକ୍ ପଛକୁ ପିଟିଲା ମାଣିକେଶ୍ଵରୀ ବସ୍ : ଜଣେ ମୃତ,୫ ଗୁରୁତର
  • ||
  • ଭୁବନେଶ୍ୱର: ଆଜି ପଛୁଆ ବର୍ଗର ଭାରତ ବନ୍ଦ ଡାକରା, ସକାଳ ସାଢ଼େ ୯ଟା ପୂର୍ବରୁ ଅଫିସ ପହଞ୍ଚିବାକୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଏବେ ଉତ୍ତର ପୂର୍ବରୁ ପବନ ବହୁଥିବାରୁ କମିବ ଶୀତ, ୩ ତାରିଖରୁ ପ୍ରବଳ ଶୀତ: ୫.୬ ଡିଗ୍ରୀରେ ଥରୁଛି ସିମିଳିଗୁଡ଼ା
  • ||

ସର୍ବାଧିକ କେତୋଟି ବ୍ୟାଙ୍କ ଆକାଉଣ୍ଟ ଖୋଲିପାରିବେ ଆପଣ ? ଏଥିପାଇଁ ଆରବିଆଇର କ’ଣ ରହିଛି ନିୟମ ରହିଛି ତାହା ଜାଣି ନିଅନ୍ତୁ

ନୂଆଦିଲ୍ଲୀ,୭।୧୦: ବ୍ୟାଙ୍କଗୁଡିକରେ କାରବାର କରିବା ସମୟରେ କିମ୍ବା କୌଣସି ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାବେଳେ, ଆପଣଙ୍କ ମନରେ ନିହାତି ପ୍ରଶ୍ନ ନିଶ୍ଚୟ ଆସିଥିବ ଯେ, ଆମେ ଅତିବେଶୀରେ କେତେ ବ୍ୟାଙ୍କ ଆକାଉଣ୍ଟ ଖୋଲିପାରିବା? ଭାରତରେ ଆପଣ ଅତିବେଶୀରେ କେତେ ବ୍ୟାଙ୍କ ଆକାଉଣ୍ଟ ଖୋଲିପାରିବେ? ଅଧିକାଂଶ ଲୋକଙ୍କ ପାଖରେ ୩ ରୁ ୪ଟି ସେଭିଂ ଆକାଉଣ୍ଟ ଥାଏ। ସେଭଳି କିଛି ଲୋକଙ୍କର ୟା ଠାରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଥାଏ। ଭାରତରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବାର କୌଣସି ଲିମିଟ୍‌ ନାହିଁ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଭାରତର କେନ୍ଦ୍ରୀୟ ବ୍ୟାଙ୍କ ହୋଇଥିବାରୁ ସବୁ ବ୍ୟାଙ୍କ ପାଇଁ ନିୟମ ନିର୍ଦ୍ଧାରିତ କରିଥାଏ। ରିଜର୍ଭ ବ୍ୟାଙ୍କର ଖାତା ସଂଖ୍ୟାରେ ମଧ୍ୟ କୌଣସି ଲିମିଟ୍‌ ନାହିଁ। ଆପଣ ଯେତେ ପାରିବେ ସେତେ ବ୍ୟାଙ୍କ ଆକାଉଣ୍ଟ ଖୋଲି ପାରିବେ।

ଯଦି ଆପଣ କୌଣସି ବ୍ୟାଙ୍କର ନିଜର ଆକାଉଣ୍ଟ ଖୋଲିବାକୁ ଚାହାନ୍ତି, ତେବେ ଏହାକୁ ସହଜରେ ପରିଚାଳନା କରିପାରିବେ। ଏଥିପାଇଁ ଆପଣଙ୍କୁ ନିଜର ଆକାଉଣ୍ଟରୁ ଲେଣଦେଣ ଚାଲୁ ରଖିବାକୁ ହେବ। ଦୀର୍ଘ ସମୟ ପର୍ଯ୍ୟନ୍ତ ଆକ୍ଟିଭ ନରହିଲେ ବ୍ୟାଙ୍କ ଆପଣଙ୍କ ଆକାଉଣ୍ଟ କ୍ଲୋଜ କରିଦେବ। ସେଥିପାଇଁ ଆପଣଙ୍କୁ ନିଜର ସବୁ ଆକାଉଣ୍ଟର ବ୍ୟବହାର କରିବାକୁ ପଡିବ। ତେବେ ବହୁତ ଗୁଡିଏ ବ୍ୟାଙ୍କ ଆକାଉଣ୍ଟ ଖୋଳିବା ସମୟରେ ଆପଣଙ୍କୁ ଅନେକ କଥା ଉପରେ ଧ୍ୟାନ ଦେବାକୁ ପଡିବ।

ବର୍ତ୍ତମାନ ପ୍ରାୟ ସବୁ ବ୍ୟାଙ୍କରେ ସାଲାରୀ ଆକାଉଣ୍ଟ ବ୍ୟତୀତ ସେଭିଂ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ରଖିବା ପ୍ରାୟ ସମସ୍ତ ବ୍ୟାଙ୍କରେ ବାଧ୍ୟତାମୂଳକ କରାଯାଇଛି। ଏହାର ଅର୍ଥ ଆପଣଙ୍କୁ ସର୍ବଦା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ରଖିବା ବାଧ୍ୟତାମୂଳକ ହୋଇଯାଇଛି। ଯଦି ଆପଣ ଏହା ନକରନ୍ତି ତେବେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଚାର୍ଜ କଟାଯିବ। ଯଦି ଆପଣ ଚାର୍ଜ କାଟିବା ପରେ ମଧ୍ୟ ସର୍ବନିମ୍ନ ଆକାଉଣ୍ଟ୍ ମେଣ୍ଟେନ୍ କରନ୍ତି ନାହିଁ, ତେବେ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ନେଗେଟିଭ ହୋଇଯାଏ। ଏଭଳି ପରିସ୍ଥିତିରେ ଆପଣଙ୍କୁ ମିନିମମ୍ ବାଲାନ୍ସକୁ ନେଇ ସାବଧାନ ରହିବାକୁ ପଡିବ।  ଏହି ଉପାୟରେ ଆପଣ ବ୍ୟାଙ୍କ ଆକାଉଣ୍ଟ ପରିଚାଳନା କରିପାରିବେ।

ବ୍ୟାଙ୍କକୁ ଅଧିକ ଆକାଉଣ୍ଟରୁ ଖୁବ୍ ଲାଭ ମିଳିଥାଏ। ମେସେଜ୍ ପଠାଇବା ପାଇଁ ପ୍ରତ୍ୟେକ ବ୍ୟାଙ୍କ ପ୍ରତି ମାସରେ ଏକ ଆମାଉଣ୍ଟ ଚାର୍ଜ କରନ୍ତି। ବ୍ୟାଙ୍କ ଆକାଉଣ୍ଟକୁ ମେଣ୍ଟେନ କରିବା ପାଇଁ ଆପଣଙ୍କୁ ଏକ ଖର୍ଚ୍ଚ ମଧ୍ୟ ଦେବାକୁ ପଡିବ।  ଏଥି ସହିତ ବ୍ୟାଙ୍କର ଡେବିଟ୍ କାର୍ଡ ପାଇଁ ବାର୍ଷିକ ଶୁଳ୍କ ଦେବାକୁ ପଡିଥାଏ। ଏପରି ସ୍ଥିତିରେ, ଆପଣ ଯେତିକି ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ଚାହିଁବେ ସେତିକି ଖୋଲିପାରିବେ।