ନୂଆଦିଲ୍ଲୀ : ଇରାନ ମାର୍ଚ୍ଚ ୨୦୨୬ରେ ଇସ୍ରାଏଲ-ଆମେରିକା ଯୁଦ୍ଧ ବେଳେ ଛୋଟିଆ ଡ଼ଙ୍ଗା ଓ ହେଲକପ୍ଟରରେ ହର୍ମୁଜରେ ମାଇନ୍ସ ବିଛାଇ ଥିଲା। ପ୍ରାରମ୍ଭିକ ରିପୋର୍ଟ ମୁତାବିକ ପାଖାପାଖି ଏକ ଡର୍ଜନ ମାଇନ୍ସ ଥିଲା, କିନ୍ତୁ ପରେ ସଂଖ୍ୟା ବଢି ଥିଲା ଏବଂ IRGC ସେଗୁଡ଼ିକୁ ଅଯଥାରେ ପୋତି ଦେଇ ଥିଲା। ଆମେରିକୀୟ ଗୁଇନ୍ଦା ସଂସ୍ଥା ଅନୁଯାୟୀ, ଇରାନ ଏବେ ଏହି ଖଣିଗୁଡ଼ିକର ଅନେକ ରେକର୍ଡ ହରାଇଛି ଏବଂ ସମୁଦ୍ର ସ୍ରୋତ ଯୋଗୁଁ ସେମାନଙ୍କର ସ୍ଥାନ ସ୍ଥାନାନ୍ତରିତ ହୋଇଛି।

ଇରାନର ମାଇନ୍ସ -

  • ମହମ୍-୩ : ମୋର୍ଡ କିମ୍ବା ବୁୟାଣ୍ଟ୍ ମାଇନ। ଏହାର ଓଜନ ୩୦୦ କିଲୋଗ୍ରାମ ଏବଂ ଏଥିରେ ଶବ୍ଦ ସେନ୍ସର ଲାଗିଛି। ଏହା ପାଣି ପୃଷ୍ଠ ତଳେ ଝୁଲି ରହିଥାଏ। ଜାହାଜ ପାଖକୁ ଆସିବାରେ ୧୦ ଫୁଟ ଦୂରତାରେ ସକ୍ରିୟ ହୋଇଥାଏ। ଏହା ହାଲୁକା ଜାହାଜ ଏବଂ ଟ୍ୟାଙ୍କର ପାଇଁ ଘାତକ।
  • ମହମ-୭ : ବଟମ ମାଇନ୍ ( ସିବେଡ୍ ମାଇନ)। ୨୨୦ କିଲୋଗ୍ରାମ, ଅଗଭୀର ପାଣିରେ (୧୦-୩୦୦ ଫୁଟ)ରେ କାର୍ଯ୍ୟ କରେ। ମାଗ୍ନେଟିକ୍ / ଏକାଷ୍ଟିକ୍ ସେନ୍ସର। ଛୋଟ ଜାହାଜ ଏବଂ ଲ୍ୟାଣ୍ଡିଂ କ୍ରାଫ୍ଟକୁ ଟାର୍ଗେଟ୍ କରିଥାଏ।
  • EM-52 ଚାଇନା ରକେଟ୍-ପ୍ରପେଲ୍ଡ ରାଇଜିଂ ମାଇନ୍ସ : ଏହି ମାଇନ୍ ସମୁଦ୍ରତଟରେ ବୁଡ଼ି ରହିଥାଏ, ସେନ୍ସର ଦ୍ୱାରା ସକ୍ରିୟ ହୋଇ ଉପରକୁ ଉଠି ଜାହାଜର ହଲ୍‌ରେ ଧକ୍କା ହୁଏ। ୬୦୦ ପାଉଣ୍ଡ ବିସ୍ଫୋରକ। ପାରମ୍ପରିକ କଣ୍ଟାକ୍ଟ ମାଇନ୍ସ, ଫ୍ଲୋଟିଂ ମାଇନ୍ସ (ଡ୍ରିଫ୍ଟିଂ) ଏବଂ ଲିମ୍ପେଟ୍ ମାଇନ୍ସ।

ଇରାନ ପାଖରେ ମୋଟ ୫ହଜାରରୁ ୬ ହଜାର ମାଇନ୍ସର ଷ୍ଟକ୍ ଅଛି, କିନ୍ତୁ ହର୍ମୁଜରେ ବିଶେଷ ଭାବେ ମହମ ସିରିଜ ଓ EM-52 ଟାଇପର ମାଇନ୍ସ ବ୍ୟବହୃତ ହୋଇଛି। ଏହି ମାଇନ୍ ଗୁଡ଼ିକ ଶସ୍ତା, ସହଜରେ ବିଛାଇ ଦିଆ ଯାଇପାରେ ଏବଂ ଏଗୁଡ଼ିକୁ ଡିଟେକ୍ଟ କରିବା ଖୁବ୍ କଷ୍ଟକର।

ଆମେରିକାର ମାଇନ କ୍ଲିୟରେନ୍ସ ପ୍ଲାନ କଣ ?

ଆମେରିକା ସେଣ୍ଟ୍ରାଲ କମାଣ୍ଡ ୧୧ ଅପ୍ରେଲରେ ଘୋଷଣା କରିଛି ଯେ, ୟୁଏସଏସ୍ ଫ୍ରାଙ୍କ ଇ. ପିଟରସନ୍ ଜୁନିଅର (DDG-121) ଏବଂ USS ମାଇକେଲ୍ ମର୍ଫି (DDG-112) ଡିଷ୍ଟ୍ରାୟର୍ସ ହର୍ମୁଜ ଟ୍ରାଞ୍ଜିଟ୍‌ରେ ସେଣ୍ଟିଂ କଣ୍ଡିସନ୍ସ ଫର୍ କ୍ଲିୟରିଂ ମାଇନ୍ସ ଆରମ୍ଭ କରି ଦେଇଛି।

ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ସମସ୍ତ ୨୮ ଟି ଇରାନୀ ମାଇନ୍-ଲେଇଙ୍ଗ୍ ବୋଟ୍ସକୁ ବୁଡ଼ାଇ ଦିଆଯାଇଛି। ଏବଂ ଏବେ କେବଳ ସୁରକ୍ଷିତ ପଥ ତିଆରି କରାଯାଉଛି। ଏପ୍ରିଲ୧୩ ତାରିଖରୁ ଇରାନୀ ବନ୍ଦରଗୁଡ଼ିକରେ ସମ୍ପୂର୍ଣ୍ଣ ଅବରୋଧ ଲାଗୁ ହୋଇଛି, କିନ୍ତୁ ଅଣ-ଇରାନୀ ଜାହାଜ ପାଇଁ ହର୍ମୁଜ ପ୍ରଣାଳୀ ଖୋଲାଯିବ।

କ୍ଲିୟରାନ୍ସର ରଣନୀତି:

  •  ଡିଟେକ୍ସନ : ଲେଜର ଏବଂ ସୋନାର ସାହାଯ୍ୟରେ ମାଇନ୍ସ ଖୋଜିବା।
  •  ନ୍ୟୁଟ୍ରାଲାଇଜେସନ : ଗୋଟିଏ ପରେ ଗୋଟିଏ ମାଇନ୍ସକୁ ନଷ୍ଟ କିମ୍ବା ନିରସ୍ତ୍ର କରିବା (କାରଣ ଅନେକ ମାଇନ୍ସ ସ୍ମାର୍ଟ ଓ ପାରମ୍ପରିକ ସ୍ୱିପିଂ ଦ୍ୱାରା ହଟି ନଥାଏ)
  •  ନିରାପଦ କରିଡର : ଏକ ନୂଆ ନେଭିଗେସନ୍ ପଥ ସୃଷ୍ଟି କରିବା ଯାହା ମାଇନ-ଫ୍ରି ହୋଇଥିବ।

ହେଲେ ଇରାନ ପରି, ଆମେରିକାର ପାଖରେ ମଧ୍ୟ ପାରମ୍ପରିକ ମାଇନ୍ସୱିପର ଅଛି, ଯେଉଁଥିରେ କିଛି ଆଭେଞ୍ଜର-କ୍ଲାସ ୨୦୨୫ରେ ଡିକମିଶନ ହୋଇ ସାରିଛି, ଏଥିପାଇଁ ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପରେ ନିର୍ଭର କରାଯାଉଛି।