PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ରାଜ୍ୟସଭା ସାଂସଦଙ୍କ ଆକାଉଣ୍ଟ ହେଲା ବନ୍ଦ, ଆପଣଙ୍କର ବି ହୋଇପାରେ

ଆନ୍ଧ୍ର ପ୍ରଦେଶର ତେଲୁଗୁ ଦେଶମ ପାର୍ଟିର ରାଜ୍ୟସଭା ସାଂସଦ ସିଏମ୍ ରମେଶ ଆକାଉଣ୍ଟକୁ ହ୍ବାଟସ୍ଅପ୍ କରିଛି ବନ୍ଦ। ଏହାର ଉତ୍ତରରେ ସିଏମ୍ ରମେଶ କହିଛନ୍ତି କି, ସେ ହ୍ବାଟସ୍ଅପ୍ ଜରିଆରେ କାହାକୁ ମ୍ୟାସେଜ୍ କରିପାରନ୍ତି ନାହିଁ। ଏବେ ପ୍ରଶ୍ନ ଉଠୁଛି ଯଦି ହ୍ବାଟସ୍ଅପ୍ ରାଜ୍ୟସଭା ସାଂସଦ ଆକାଉଣ୍ଟକୁ ବନ୍ଦ କରିପାରୁଛି ତେବେ ସାଧାରଣ ଲୋକଙ୍କର କାହିଁକି କରିପାରିବନି?

ମିଳିଥିବା ସୂଚନା ଅନୁସାରେ ଜଣାପଡ଼ିଛି କି, ସିଏମଙ୍କ ଆକାଉଣ୍ଟ ବିରୋଧରେ ବହୁତ ଲୋଗ ଅଭିଯୋଗ କରିଛନ୍ତି। କିନ୍ତୁ କେଉଁ କଥାକୁ ନେଇ ଏହା କରିଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ଆପଣଙ୍କ ଆକାଉଣ୍ଟ ବିରୋଧରେ ଯଦି କିଛି ଲୋକ ଅଭିଯୋଗ କରନ୍ତି ତେବେ ଆପଣଙ୍କ ଅକାଉଣ୍ଟ ମଧ୍ୟ ସିଏମଙ୍କ ପରି ବନ୍ଦ ହୋଇଯିବ। ଏହା ବ୍ୟତୀତ ଯଦି ହ୍ବାଟସ୍ଅପ୍ ନିୟମକୁ ଉଲଘଂନ କରିବେ, ହଂସାତ୍ମକ ଭିଡ଼ିଓ ସେୟାର କରିବେ, ଅଶାଳୀନ ଫଟୋ ପଠାଇବେ କିମ୍ବା କୈାଣସି ଧର୍ମକୁ ନେଇ ମ୍ୟାସେଜ୍ ପଠାଇବେ ତାହାଲେ ଆପଣଙ୍କ ଆକାଉଣ୍ଟ ବି ବନ୍ଦ ହୋଇଯାଇପାରେ। ଏହା ବ୍ୟତୀତ ଯଦି କୈାଣସି ବ୍ୟକ୍ତି ବିରୋଧରେ ଘୃଣାତ୍ମକ ଭଳି କିଛି ପୋଷ୍ଟ ସେୟାର କରୁଛନ୍ତି ତେବେ କମ୍ପାନି ଆପଣଙ୍କର ହ୍ବାଟସ୍ଅପ୍ ଅକାଉଣ୍ଟ ବନ୍ଦ କରିଦେଇପାରେ। କାରଣ କମ୍ପାନି ପାଖରେ ଏହି ଅଧିକାର ଅଛି।

ଯଦିବି ଆପଣ ମଜାକରେ ବି ଏମିତି କାମ କରୁଛନ୍ତି ତେବେ ଆଜି ହିଁ ବନ୍ଦ କରିଦିଅନ୍ତୁ ଏସବୁ। ନହେଲେ ହ୍ବାଟସ୍ଅପ୍ ଆପଣଙ୍କ ଆକାଉଣ୍ଟକୁ ସବୁଦିନ ପାଇଁ ବନ୍ଦ କରିଦେବ। କମ୍ପାନି ପ୍ରତି ମାସରେ ପାଖାପାଖି ୨୦ଲକ୍ଷ ଆକାଉଣ୍ଟ ବନ୍ଦ କରୁଛନ୍ତି ଯେଉଁମାନେ ମଜାକରେ ଏମିତି ମ୍ୟାସେଜ୍ କରୁଛନ୍ତି। ଏହା ବ୍ୟତୀତ ଯଦି ଆପଣ ହ୍ବାଟସ୍ଅପ୍ ସର୍ବରକୁ ହ୍ୟାକ୍ କରିବା ପାଇଁ ଚେଷ୍ଟା କରୁଛନ୍ତି କିମ୍ବା ଗୁଇନ୍ଦାଗିରି କରିବାକୁ ଚେଷ୍ଟା କରୁଛନ୍ତି ତେବେ ଆପଣଙ୍କ ଆକାଉଣ୍ଟ ବି  ବନ୍ଦ ହୋଇପାରେ। ତେଣୁ ଏଥିପ୍ରତି ସାବଧାନ ରୁହନ୍ତୁ।

ସମ୍ବନ୍ଧିତ ଖବର