ନୂଆଦିଲ୍ଲୀ,୨୨/୦୨ : ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ଵାଟ୍ସଆପ୍‌ର ବଡ଼ କାର୍ଯ୍ୟାନୁଷ୍ଠାନ। ୮୪ ଲକ୍ଷ ଭାରତୀୟ ୟୁଜର୍ସଙ୍କ ଆକାଉଣ୍ଟ ବ୍ୟାନ୍। ମାସକରେ ଭାରତରେ ୮୪ ଲକ୍ଷ ଆକାଉଣ୍ଟ ବନ୍ଦ କରିଛି ହ୍ୱାଟ୍‌ସଆପ୍‌ । ଜାଲିଆତି ଏବଂ ସନ୍ଦେହଜନକ କାର୍ଯ୍ୟକଳାପ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ମେସେଜିଂ ପ୍ଲାଟ୍‌ଫର୍ମ ପକ୍ଷରୁ କୁହାଯାଇଛି । 

ସ୍କାମ୍‌, ଭ୍ରମାତ୍ମକ ସୂଚନା ପ୍ରସାରଣ ଏବଂ ବେଆଇନ କାର୍ଯ୍ୟକଳାପ ପାଇଁ ହ୍ୱାଟ୍‌ସଆପ୍‌ର ବହୁଳ ବ୍ୟବହାର କରାଯାଉଥିବା ବେଳେ ଏହାର ମୁକାବିଲା ପାଇଁ ମୂଳ କମ୍ପାନି ମେଟା ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ୨୦୨୪ ଅଗଷ୍ଟ ୧ରୁ ୩୧ ମଧ୍ୟରେ ଭାରତରେ ପ୍ରାୟ ୮୪.୫ ଲକ୍ଷ ହ୍ୱାଟ୍‌ସଆପ୍‌ ଆକାଉଣ୍ଟ ବ୍ୟାନ୍‌ ହୋଇଥିବା ମେଟା ସୂଚନା ଦେଇଛି । ଏଥିମଧ୍ୟରୁ ବୃହତ୍‌ ସଂଖ୍ୟକ ଆକାଉଣ୍ଟ ୟୁଜରଙ୍କ ଅଭିଯୋଗ ପରେ ବ୍ୟାନ୍‌ ହୋଇଥିବାବେଳେ ଆଇନର ଉଲ୍ଲଂଘନ ପାଇଁ ୧୬.୬ ଲକ୍ଷ ଆକାଉଣ୍ଟକୁ ତତ୍କାଳ ବ୍ୟାନ୍‌ କରାଯାଇଥିବା ଜଣାପଡ଼ିଛି ।

ଆକାଉଣ୍ଟ ବ୍ୟାନ୍ କରିବା ପରେ ୟୁଜରମାନେ କାହାକୁ ମେସେଜ୍ କରିପାରିବେ ନାହିଁ। କୌଣସି ଡିଭାଇସ୍‌ରେ ଲଗଇନ୍ କରିପାରିବେ ନାହିଁ। ଯଦି କୌଣସି ତ୍ରୁଟି ପାଇଁ ଆକାଉଣ୍ଟ ବ୍ୟାନ୍ ହୋଇଛି ତାହେଲେ ଅଭିଯୋଗ କରିପାରିବେ। 

ଏହି ଖବରଟିକୁ ପଢନ୍ତୁ-୨୪ରୁ ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ, ଆଗତ ହେବ ସିଏଜି ରିପୋର୍ଟ