PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ହ୍ୱାଟ୍ସଆପ୍‌ରେ ଚ୍ୟାଟିଂ କରିବାକୁ ଏବେ ଆଉ ଫୋନ୍‌ ନମ୍ୱରର ଆବଶ୍ୟକ ପଡ଼ିବନି, ୟୁଜରନେମ୍‌ରେ ହୋଇଯିବ କାମ

ନୂଆଦିଲ୍ଲୀ – ମେଟାର ମାଲିକାନାରେ ଥିବା ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ୱାଟ୍ସଆପ୍‌ରେ କାହାକୁ ମେସେଜ ପଠାଇବାକୁ ହେଲେ ତାଙ୍କର କଣ୍ଟାକ୍ଟ ନମ୍ୱର ଥିବା ଜରୁରି ହୋଇଥାଏ। ଏହି କଥା ୟୁଜରଙ୍କୁ ସମସ୍ୟାରେ ପକାଇଥାଏ , କାହାକୁ ହ୍ୱାଟ୍ସଆପ୍‌ ମେସେଜ୍‌ ପଠାଇବାକୁ ହେଲେ ତାଙ୍କର ନମ୍ୱର ଆପଣାଛାଏଁ ସେୟାର ହୋଇଯାଏ। ଏବେ ପ୍ଲାଟଫର୍ମ ଏଥି ସଂପର୍କିତ ଭଲ ପ୍ରାଇଭେସି ଦେବା ପାଇଁ ପଦକ୍ଷେପ ନେଇଛି ଏବଂ ୟୁଜରଙ୍କ ମୋବାଇଲ ନମ୍ୱର ସ୍ଥାନରେ ତାଙ୍କର ୟୁଜରନେମ୍ ଦେଖାଯିବ।

ନୂଆ ହ୍ୱାଟ୍ସଆପ୍‌ ଫିଚର ଏବେ ଡେଭେଲପମେଣ୍ଟ ମୋଡ୍‌ରେ ଅଛି ଏବଂ ଏହା ୟୁଜରଙ୍କୁ ଏକ ୟୁଜରନେମ୍‌ ସେଟ୍‌ କରିବାକୁ କହିବ। ଯେମିତି ଏବେ ୟୁଜରମାନେନିଜର ଇନଷ୍ଟାଗ୍ରାମ୍‌ ବା ଟ୍ୱିଟର ଆକାଉଣ୍ଟ ପାଇଁ ୟୁଜରନେମ୍‌ ବାଛି ଥାନ୍ତ, ସେମିତି ୟୁନିକ୍‌ ୟୁଜରନେମ୍‌ ତାଙ୍କୁ ହ୍ୱାଟ୍ସଆପ୍‌ ପାଇଁ ମଧ୍ୟ ତିଆରି କରିବାକୁ ପଡ଼ିବ। ଏହି ୟୁଜରନେମ୍‌ ଆଗାମୀ ଦିନରେ କଣ୍ଟାକ୍ଟ ନମ୍ୱର ସ୍ଥାନରେ ଦେଖାଯିବ ଏବଂ ହ୍ୱାଟ୍ସଆପ୍‌ରେ କାହାକୁ ମେସେଜ୍‌ କରିବା ପାଇଁ ତାଙ୍କର ଫୋନ୍‌ ନମ୍ୱରର ଆବଶ୍ୟକତା ପଡ଼ିବ ନାହିଁ।

ସୂଚନା ଆଧାରରେ , ହ୍ୱାଟ୍ସଆପ୍‌ ଅପଡେଟ୍ସ ଓ ନୂଆ ଫିଚରକୁ ମନିଟର କରୁଥିବା ପ୍ଲାଟଫର୍ମ WABetaInfo କହିଛି କି, ଲାଟେଷ୍ଟ ଆଣ୍ଡ୍ରଏଡ୍‌ ବିଟା ବିଲ୍ଡରେ ନୂଆ ପରିବର୍ତ୍ତନର ସଙ୍କେତ ମିଳିଛି। ପବ୍ଲିକେସନ ଲେଖିଛି , ଲାଟେଷ୍ଟ ହ୍ୱାଟ୍ସଆପ୍‌ ବିଟା ଫର୍‌ ଆଣ୍ଡ୍ରଏଡ୍‌ ଭର୍ସନ ୨.୨୩.୧୧.୧୫ର ଗୁଗଲ ପ୍ଲେ ଷ୍ଟୋରରେ ଆସିଥିବା ଅପଡେଟ୍‌ରେ ଏହି ବିଲ୍ଡରେ ଏକ ବଡ଼ ଫିଚର ଦେଖାଇଛି। ସେୟାର କରାଯାଇଥିଲା ସ୍କ୍ରିନସଟ୍‌ରୁ ଜଣାପଡ଼ୁଛି କି ହ୍ୱାଟ୍ସଆପରେ ଆପ୍‌ ସେଟିଂରେ ନୂଆ ୟୁଜରନେମ୍‌ ମେନ୍ୟୁ ଖୁବ ଶୀଘ୍ର ଦେଖାଦେଇ ପାରେ।