PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ହ୍ୱାଟ୍ସଆପରେ ଆସିଲା ନୂଆ ଫିଚର, ଏଣିକି ପୋଲ୍ କ୍ରିଏଟ୍ କରି ନେଇପାରିବେ ଲୋକଙ୍କ ମତାମତ

ନୂଆଦିଲ୍ଲୀ ୧୯/୧୧: ହ୍ୱାଟ୍ସଆପ୍ ପୋଲ୍(Poll) ଫିଚର ଲଞ୍ଚ୍ କରିଦେଇଛି । ଏହି ଫିଚରର ବ୍ୟବହାର ଗ୍ରୁପ୍ ଚାଟ୍ ଏବଂ ଇଣ୍ଡିଭିଜୁଆଲ୍ ଚାଟରେ ବ୍ୟବହାର କରାଯିବ । ହ୍ୱାଟ୍ସଆପ୍ ପୋଲ୍ ଜରିଆରେ ଆପଣ ନିଜର କୌଣସି ବି ପ୍ରଶ୍ନରେ ଲୋକଙ୍କ ପ୍ରତିକ୍ରିୟା ଜାଣିପାରିବେ ।

କେମିତି କାମ କରେ ?

ଷ୍ଟେପ୍ ୧- ନିଜ ସ୍ମାର୍ଟଫୋନରେ ହ୍ୱାଟ୍ସଆପ୍ ଖୋଲନ୍ତୁ ଏବଂ ଗ୍ରୁପ୍ ବା ଇଣ୍ଡିଭିଜୁଆଲ୍ ଚାଟକୁ ଯାଆନ୍ତୁ ।

ଷ୍ଟେପ୍ ୨ ଏବେ ଆଣ୍ଡ୍ରଏଡରେ ଆଟାଚମେଣ୍ଟ ବଟନ ଏବଂ ଆଇଓଏସରେ ପ୍ଲସ୍(+) ବଟନ ଉପରେ ଟ୍ୟାପ୍ କରନ୍ତୁ ।

ଷ୍ଟେପ୍ ୩- ଏବେ ଆପଣ ଲୋକେସନ୍, କଣ୍ଟାକ୍ଟ ଭଳି ଅନ୍ୟ ଅପ୍ସନ ସହିତ ତଳେ ପୋଲ୍ ଅପ୍ସନ ଦେଖିପାରିବେ । ପୋଲ୍ ଉପରେ ଟ୍ୟାପ୍ କରନ୍ତୁ ।

ଷ୍ଟେପ୍ ୪- ଏବେ ନିଜ ପ୍ରଶ୍ନ ‘Ask question’ ବିଶିଷ୍ଟ ବ୍ଲକରେ ଲେଖନ୍ତୁ ।

ଷ୍ଟେପ୍ ୫- ଏହା ପରେ ଆପଣଙ୍କୁ ଭୋଟିଂ(ଅପ୍ସନ)ରେ ଜବାବ ଯୋଡିବାକୁ ହେବ ।

ଷ୍ଟେପ୍ ୬- ଏହା ପରେ ସେଣ୍ଡ ବଟନ ଉପରେ କ୍ଲିକ୍ କରନ୍ତୁ ।

ଏଥିରେ ଆପଣଙ୍କୁ ମିଳିବ ପ୍ରତିକ୍ରିୟା

ଏବେ ଆପଣଙ୍କୁ ପୋଲ୍ ପଠାଇବାକୁ ହେବ ଏବଂ ଗ୍ରୁପର ୟୁଜର ସେହି ବ୍ୟକ୍ତି ଯାହା ସହିତ ଆପଣ ପୋଲ୍ ସେୟାର କରିଛନ୍ତି, ପୋଲରେ ପ୍ରତିକ୍ରିୟା ଦେଇପାରିବେ । ଯଦି ଜଣେ ବ୍ୟକ୍ତି ଚାହିଁବ ତେବେ ଉତ୍ତର ରୂପେ ସମସ୍ତ ଅପ୍ସନକୁ ମଧ୍ୟ ସିଲେକ୍ଟ କରିପାରିବ । ପୋଲ୍ସ ସେୟାର ବା ଫରୱାର୍ଡ କରାଯାଇପାରିବ ନାହିଁ । ଆପଣ ସେଥିରେ ରିପ୍ଲାଏ ବା ରିଆକ୍ଟ କରିପାରିବେ ।

ଭାରତରେ ହ୍ୱାଟ୍ସଆପର ପ୍ରାୟ ୪୮.୯ କୋଟି ୟୁଜର ଅଛନ୍ତି । ସେହିଭଳି ସାରା ବିଶ୍ୱରେ ଏହାର ପ୍ରାୟ ୨ ଅରବରୁ ଅଧିକ ୟୁଜର ଅଛନ୍ତି । ହ୍ୱାଟ୍ସଆପକୁ ୨୦୦୯ରେ ଲଞ୍ଚ୍ କରାଯାଇଥିଲା । ୨୦୧୪ରେ ଫେସବୁକ୍ ହ୍ୱାଟ୍ସଆପକୁ ୧୯ ବିଲିୟନ୍ ଡଲାରରେ କିଣିଥିଲା ।

ସମ୍ବନ୍ଧିତ ଖବର