ହ୍ୱାଟସଆପ୍ରେ ଅନ୍ୟ କେହି ପଢୁନାହାନ୍ତି ତ ମେସେଜ୍ ? ତୁରନ୍ତ ଜାଣିପାରିବେ ଏଭଳି

ନୂଆଦିଲ୍ଲୀ,୨୩।୫: ହ୍ୱାଟସଆପ୍ ସାରା ବିଶ୍ବରେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ। ଏହି ପ୍ଲାଟଫର୍ମରେ ଆପଣ ଅଡିଓ ଓ ଭିଡିଓ କଲିଂ ସହିତ ଟେକ୍ସଟ ମେସେଜ୍, ଫଟୋ, ଭିଡିଓ, ଅଡିଓ ଏବଂ ଅନ୍ୟ ଫାଇଲ ପଠାଇ ପାରିବେ। ଏହା ତ ଗଲା ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମର ବେସିକ୍ ଫିଚର୍ସ କଥା,କିନ୍ତୁ ଯଦି କେହି ହ୍ବାଟସଆପ୍ରେ ଆପଣଙ୍କ ପର୍ସନାଲ ଚାଟ୍ ପଢୁଛି? ଆପଣ ଭାବୁଥିବେ ହ୍ବାଟସଆପ୍ ଚାଟ୍ ଏଣ୍ଡ ଟୁ ଏଣ୍ଡ ଏନକ୍ରିପଟେଡ୍, ଏଭଳି ସ୍ଥିତିରେ କିଏ କିପରି ଚାଟ୍ ପଢିପାରିବ?
ସବୁଠାରୁ ପ୍ରଥମ କଥା ହେଲା ଏହି ଫିଚର ବିଷୟରେ, ଯେଉଁଥିରେ ଆପଣଙ୍କ ଚାଟ୍ ଅନ୍ୟ କେହି ପଢିପାରେ। WhatsApp Web ନାଁ ତ ଆପଣ ଜାଣିଥିବେ। ଏହି ଫିଚର କମ୍ପ୍ୟୁଟରରେ କାମ କରୁଥିବା ଲୋକଙ୍କ ପାଇଁ ଖୁବ୍ କାମର ହୋଇଥାଏ। ଏହି ପିଚର ସାହାଯ୍ୟରେ ୟୁଜର୍ସ ନିଜର ହ୍ବାଟସଆପ୍ ଆକାଉଣ୍ଟକୁ ଡେସ୍କଟପ୍ କିମ୍ବା ଲାପଟପ୍ରେ ବ୍ୟବହାର କରିପାରିବେ। ଏଥିପାଇଁ ଆପଣଙ୍କୁ ବାରମ୍ବାର ଲଗଇନ୍ କରିବାକୁ ଦରକାର ପଡିନଥାଏ। ଏହି କାରଣରୁ ଅନ୍ୟ କୌଣସି ବ୍ୟକ୍ତି ସହଜ(ଲୁଚାଛୁପା ଭାବରେ)ରେ ଆପଣଙ୍କ ଆକାଉଣ୍ଟକୁ ନିଜର ସିଷ୍ଟମରେ ଓପନ କରିପାରେ। ଏଭଳି ଭାବରେ ସେ ଆପଣଙ୍କ ମେସେଜ୍ ଓ ଚାଟ୍ସ ଉପରେ ନଜର ରଖିପାରେ।
ଏହାକୁ ଜାଣିବା ପାଇଁ ସବୁଠାରୁ ସହଜ ପ୍ରଣାଳୀ ହ୍ବାଟସଆପ୍ରେ ହିଁ ଅଛି। ଯଦି ଆପଣଙ୍କୁ କେବେ ଲାଗେ ଆପଣଙ୍କ ଫୋନ୍ରେ ଲିଙ୍କଡ୍ ଡିଭାଇସ୍ ଡିଟେଲ୍ ଚେକ୍ କରିପାରିବେ। ସେଥିପାଇଁ ହ୍ବାଟସଆପ୍ରୁ କେଉଁ ଡିଭାଇସ୍ କନେକ୍ଟ ରହିଛି ତାହା ଜାଣିପାରିବେ। ଯଦି କେହି ଏଭଳି ଡିଭାଇସ୍ ଲିଷ୍ଟରେ ରହିଛି, ଯେପରିକି ଆପଣ ଜାଣନ୍ତି ନାହିଁ, ତେବେ ସହଜରେ ରିମୁଭ କରିପାରିବେ। ଏହା ସହିତ ଜଣାପଡିଯିବ ଆପଣଙ୍କ ମେସେଜ୍ କିଏ ପଢିଛି।