PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ : ଆଠଗଡ ଅଂଶୁପା ହ୍ରଦ ନିକଟରୁ କାରରୁ ୧୩୫୫ ଗ୍ରାମର ବ୍ରାଉନସୁଗାର ଜବତ
  • ||
  • ତିଗିରିଆ : ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର, ରାତ୍ରି ପାଟ୍ରୋଲିଂ ବେଳେ ଉଦ୍ଧାର କଲା ପୋଲିସ
  • ||
  • ବଲାଙ୍ଗିର : ରେଲୱେ ଜଙ୍କସନରୁ ୨୫ ଦାଦନ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗିର : ପୁତୁରାର ଗୁଳିମାଡ଼ରେ ଖୁଡ଼ୀ ଗୁରୁତର, କାରଣ ଅସ୍ପଷ୍ଟ
  • ||
  • ନିଶ୍ଚିନ୍ତକୋଇଲି : ନଗସପୁର ବଜାରରେ ସିରିଜ୍ ଲୁଟ୍, ୧୬ଟି ଦୋକାନରୁ ଚୋରି କରିନେଲେ ଦୁର୍ବୃତ୍ତ
  • ||

ଫିଲ୍ମ ଷ୍ଟାଇଲରେ ସ୍ତ୍ରୀର ଭଲପାଇବାକୁ ପରୀକ୍ଷା କରିବାକୁ ରାସ୍ତା ମଝିରେ ଠିଆ ହେଲେ ସ୍ବାମୀ, ଏହାପରେ ଜାଣନ୍ତୁ କ’ଣ ହେଲା?

ନୂଆଦିଲ୍ଲୀ,୧୫।୩: ଅଧିକାଂଶ ବଲିଉଡ ଫିଲ୍ମ ଭାରତ ବ୍ୟତୀତ ଚୀନ ଓ ପାକିସ୍ତାନରେ ଖୁବ୍ ଲୋକପ୍ରିୟ। କାରଣ ଏଥିରେ ହିରୋ-ହିରୋଇନଙ୍କ ପ୍ରେମ କାହାଣୀକୁ ଏଭଳି ଦେଖାଯାଏ , ଯାହାକୁ ଦେଖି ଦର୍ଶକ ନିଜକୁ ଫିଲ୍ମ ଦୁନିଆ ଭିତରେ ହଜାଇ ଦିଏ। ଫିଲ୍ମର ହିରୋମାନେ ନିଜ ପ୍ରେମିକା ପାଇଁ ଅଗ୍ନିପରୀକ୍ଷା ଦେଇ ଶେଷରେ ଜିତିଯାଇଥାନ୍ତି। କିନ୍ତୁ ଯଦି ଏଭଳି ପ୍ରକୃତ ଜୀବନରେ ହୁଏ? ହଁ ଆଜ୍ଞା ବଲିଉଡ ଫିଲ୍ମର ପ୍ରଭାବ ଯଦି ବାସ୍ତବ ଜୀବନରେ ହୁଏ ତାହା କେତେ ବିପଦଜନକ ତାହାର କଳ୍ପନା ଆପଣମାନଙ୍କ ମଧ୍ୟରୁ କେହି କରିନଥିବେ। ଏଭଳି କିଛି ଏକ ଭାଇରାଲ ଭିଡିଓ ଦେଖିବାକୁ ମିଳିଛି। ଯେଉଁଥିରେ ଜଣେ ବ୍ୟକ୍ତି ନିଜର ସ୍ତ୍ରୀର ଭଲ ପାଇବାର ପରୀକ୍ଷା କରିବାକୁ  ଯାଇ ସିଧା ପହଁଞ୍ଚି ଯାଆନ୍ତି ହସ୍ପିଟାଲ।

ଏଭଳି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯାହାର କଳ୍ପନା ଆପଣ କେବେ ମଧ୍ୟ କରିପାରିବେନି। ଏହି ଭିଡିଓରେ ଦେଖିବାକୁ ମିଳୁଛି  ପେନ୍ ନାମକ ଜଣେ ବ୍ୟକ୍ତି ନିଶାଶକ୍ତ ଅବସ୍ଥାରେ  ନିଜ ସ୍ତ୍ରୀ ଜୋ’ଙ୍କର ଭଲ ପାଇବାକୁ ପରୀକ୍ଷା କରିବାକୁ ରାସ୍ତା ମଝିରେ ଠିଆ ହୋଇଯାଆନ୍ତି।   ଯଦି ତାଙ୍କୁ ସ୍ତ୍ରୀ ଭଲ ପାଆନ୍ତି ତେବେ ସେ ତାଙ୍କୁ ରାସ୍ତା ମଝିରୁ ହଟାଇ ଦେବେ। ତା ହେଲେ ସେ ନିଜ ସ୍ତ୍ରୀଙ୍କ ଭଲପାଇବା ଉପରେ ବିଶ୍ବାସ କରିବେ, ଯଦି ରକ୍ଷା କରିପାରିବେ ନାହିଁ ତେବେ ତାଙ୍କ ନିକଟରେ ଭଲପାଇବା ନାହିଁ । ଏଭଳି ଭାବି ପେନ୍  ନିଜ ଜୀବନକୁ ବିପଦରେ ପକାଇଛନ୍ତି।

source: https://www.dailymail.co.uk/

ଏହି ଭିଡିଓଟି ଚୀନର ବୋଲି କୁହାଯାଉଚି। ଭିଡିଓରେ ଯେଉଁ ଦମ୍ପତ୍ତିଙ୍କୁ ଦେଖିବାକୁ ମିଳୁଛି ତାଙ୍କ ଭିତରେ କୌଣସି କଥାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଯାଏ। ପେନ୍ ତାଙ୍କ ସ୍ତ୍ରୀ ଜୋ’ଙ୍କ ସହିତ ଝଗଡା କରି ରାସ୍ତା ମଝିକୁ ଆସି ଯାଆନ୍ତି। ଏହାପରେ   ତାଙ୍କ ସ୍ତ୍ରୀ ଜୋ’ ରାସ୍ତା ମଝିରୁ ବାରମ୍ବାର ହଟାଇବାକୁ ଚେଷ୍ଟା କରନ୍ତି କିନ୍ତୁ ସେ ମାନନ୍ତି ନାହିଁ। ଏହି ସବୁ ଭିତରେ ଏକ କାର ଆସି ତାଙ୍କୁ ଧକ୍କା ଦିଏ। ଯାହାଫଳରେ ପେନ୍  ଏବେ ହସ୍ପିଟାଲରେ  ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ହସ୍ପିଟାଲରେ ଏ ସମ୍ପର୍କରେ ପେନ୍ ପୋଲିସ ନିକଟରେ ନିଜେ ସ୍ବୀକାର କରିଛନ୍ତି ଯେ ଏହା କେବଳ ସେ ତାଙ୍କ ସ୍ତ୍ରୀଙ୍କ ଭଲପାଇବାର ପରୀକ୍ଷା ନେବାକୁ କରିଥିଲେ। ପେନଙ୍କ ଛାତି ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଏହା ସହ ସେ ତାଙ୍କ ସ୍ତ୍ରୀଙ୍କୁ ଏ ଭଳି ଢଙ୍ଗରେ ପରୀକ୍ଷା କରିଥିବାରୁ ଦୁଃଖ ପ୍ରକାଶ କରିଛନ୍ତି। ତେବେ ପେନଙ୍କୁ ଧକ୍କା ଦେଇଥିବା ଏହି କାରଟି କିନ୍ତୁ କ୍ଷତିଗସ୍ତ ହୋଇଯାଇଛି। ଏହାର ଆଗପଟ କାଚ ଭାଙ୍ଗିଯାଇଛି। ଏହି  ଭିଡିଓଟି କିନ୍ତୁ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଭିଡିଓଟିକୁ ୨୫ ହଜାରରୁ ଅଧିକ ଲୋକ ଦେଖିସାରିଛନ୍ତି।

ସମ୍ବନ୍ଧିତ ଖବର