ଆମେରିକା, ୨୫/୧ : ଗୁଗଲ ବିଶ୍ବର ସବୁଠାରୁ ବଡ଼ ସର୍ଚ ଇଞ୍ଜିନ ଅଟେ । ଏହା ସାହାଯ୍ୟରେ ୟୁଜର୍ସ କୌଣସି ବି ବିଷୟରେ ସୂଚନା ହାସଲ କରିପାରିବେ । ପ୍ରତ୍ୟେକ ଦିନ କୋଟି କୋଟି ଲୋକ ଏହାର ବ୍ୟବହାର କରିଥାନ୍ତି । ୟୁଜରଙ୍କୁ ଯେଉଁ ବିଷୟରେ ସୂଚନା ଆବଶ୍ୟକ ହୋଇଥାଏ ସେ ତାଙ୍କର ନାଁ ଗୁଗଲରେ ସର୍ଚ କରି ତାଙ୍କ ବିଷୟରେ ସୂଚନା ପାଇଥାନ୍ତି । କିନ୍ତୁ କେତେକ ଥର ଗୁଗଲ ବି କଣ୍ଟେ୍ରାଭର୍ସି ଉତ୍ତର ବି ଦେଇଥାଏ । ଯେଉଁ କାରଣରୁ କମ୍ପାନୀକୁ ସମାଲୋଚନାର ଶିକାର ହେବାକୁ ପଡ଼ିଥାଏ । ଏବେ ପୁଣି ଥରେ ଏଭଳି ସ୍ଥିତି ହୋଇଛି । ଯାହାକି ଗୁଗଲ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବିଡେନଙ୍କୁ ଭୁଲି ଯାଇଛି । ଆସନ୍ତୁ ଆପଣଙ୍କୁ ଏହା ବିଷୟରେ ସମ୍ପୂର୍ଣ୍ଣ ଭାବେ କହୁଛୁ ।
ଜୋ ବିଡେନ ଆମେରିକାର ୪୬ତମ ରାଷ୍ଟ୍ରପତି ଥିଲେ । ସେ ୨୦ଜାନୁଆରୀ ୨୦୨୧ରୁ ୨୦ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ। ଜୋ ବିଡେନଙ୍କ ପରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହୋଇଛନ୍ତି । କିନ୍ତୁ ଗୁଗଲ ବିଡେନଙ୍କ ପୂରା ଟର୍ମକୁ ବି ଭୁଲି ଯାଇଛି । ଜଣେ ୟୁଜର ଗୁଗଲରେ ଆମେରିକାର ରାଷ୍ଟ୍ରପତିଙ୍କ ବିଷୟରେ ସର୍ଚ କରିଥିଲେ । ସର୍ଚ ପରେ ଯାହା ରେଜଲ୍ଟ ଆସିଲା ତାହା ୟୁଜରଙ୍କୁ ଆଶ୍ଚର୍ଯ୍ୟ କରିଦେଲା । ଆମେରିକାର ରାଷ୍ଟ୍ରପତି ଲିଷ୍ଟରେ ଜୋ ବିଡେନଙ୍କ ନାଁ ଗାୟବ ଥିଲା । ସିଏନବିସିର ରିପୋର୍ଟ ଅନୁସାରେ ରେଜଲ୍ଟରେ ଜର୍ଜ ଓ୍ବାଶିଂଟନଙ୍କଠାରୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ସିକ୍ବେନ୍ସ ଦେଖାଯାଇଛି ।