PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଯେତେବେଳେ ଯୁବ ସାଂସଦଙ୍କୁ ମୋଦି ପଚାରିଲେ ଆପଣମାନେ ରାଜନୀତି ବ୍ୟତୀତ ଅନ୍ୟ କ’ଣ କରନ୍ତି?

ନୂଆଦିଲ୍ଲୀ,୧୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଯୁବ ସାଂସଦଙ୍କୁ ନିଜର ଘରେ ପ୍ରାତଃଭୋଜନରେ ନିମନ୍ତ୍ରଣ କରିବା ସହ ସାକ୍ଷାତ କରିଥିଲେ। ଏହି ସମୟରେ ମୋଦି ଯୁବ ସାଂସଦମାନଙ୍କୁ ବିସୃତ ଭାବରେ ନିଜର ପରିଚୟ ଦେବାକୁ କହିଥିଲେ। ମୋଦି ସାଂସଦମାନଙ୍କୁ ପଚାରିଥିଲେ ରାଜନୀତି ବ୍ୟତୀତ ଆପଣମାନେ ଅନ୍ୟ କେଉଁ କେଉଁ କାମ କରିପାରିବେ? ସାମାଜିକ କାର୍ଯ୍ୟ ବ୍ୟତୀତ ବାକି କାମରେ କିଭଳି ରୁଚି ରହିଛି? ପ୍ରଧାନମନ୍ତ୍ରୀ କହିଥିଲେ, ସମାଜରେ ଳୋକଙ୍କ ସାମନାରେ ରାଜନୀତି ବ୍ୟତୀତ ଯେଉଁ କାମ ଆପଣ କରନ୍ତି, ସମାଜରେ ତାହା ଫୁଟିକି ବାହାରିବା ଦରକାର। ଲୋକଙ୍କୁ ଏହାର ସୂଚନା ରହିବା ଦରକାର। ଲୋକ ଖାଣ୍ଟି ରାଜନୀତି ବ୍ୟତୀତ ଅନ୍ୟକାମକୁ ଅଧିକ ପସନ୍ଦ କରିଥାନ୍ତି। ଏଥିପାଇଁ ସେସବୁ ଉପରେ ଧ୍ୟାନ ମଧ୍ୟ ଦେବା ଦରକାର।

ଏଭଳି ଭାବରେ ଗତ କିଛି ଦିନ ତଳେ ଲୋକସଭା ନିର୍ବାଚନରେ ବିପୁଳ ବିଜୟ ପରେ ବିଜେପି ସଂସଦୀୟ ଦଳର ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ୨ ଅକ୍ଟୋବର(ଗାନ୍ଧି ଜୟନ୍ତୀ)କୁ ନେଇ ୩୧ ଅକ୍ଟୋବର(ସର୍ଦ୍ଦାର ପଟେଲ ଜୟନ୍ତୀ) ଏପର୍ଯ୍ୟନ୍ତ ସମସ୍ତ ସାଂସଦ ନିଜର ବିଭିନ୍ନ କ୍ଷେତ୍ରଠାରୁ ୧୫୦ କିଲୋମିଟର ପଦଯାତ୍ରା ବାହାର କରିବାର ନିର୍ଦେଶ ଦେଇଛନ୍ତି।

ଏଥିପାଇଁ ଭିନ୍ନ ଭିନ୍ନ ଗ୍ରୁପ ତିଆରି କରାଯିବ ଓ ସାଂସଦମାନେ ଦିନେ ଦିନେ ଗ୍ରୁପ ସହିତ ପଦଯାତ୍ରା କରିବେ। ଏଥିରେ ବିଜେପି ବିଧାୟକ, କାର୍ଯ୍ୟକର୍ତ୍ତା ସମିତି ରହିବେ। ପ୍ରତିଦିନ ୧୫ କିଲୋମିଟର ପଦଯାତ୍ରା କରିବେ ଓ ସମସ୍ତ ବୁଥ୍ କଭର କରିବେ। ରାଜ୍ୟସଭା ସାଂସଦଙ୍କୁ ମଧ୍ୟ ସଂସଦୀୟ କ୍ଷେତ୍ର ଆର୍ଲଟ ହେବ। ପଦଯାତ୍ରା ମାଧ୍ୟମରେ ଗାନ୍ଧିଜୀଙ୍କ ବିଚାରଧାରା, ଶିକ୍ଷାର ପ୍ରସାର ଓ ବୃକ୍ଷରୋପଣ କରିବେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ସଂକଳ୍ପ ଯାତ୍ରାରେ ଯାହାବି କୁହାଯାଇଥିଲା, ଭବିଷ୍ୟତରେ ତାହା ଆମ ଦୃଷ୍ଟିରେ ପରିଲକ୍ଷିତ ହେବା ଦରକାର।

ସମ୍ବନ୍ଧିତ ଖବର