ଫିରିଙ୍ଗିଆ,୨୬।୧୧ : ବୟସ ୮୩। ମିଳୁନି ବର୍ଦ୍ଧିତ ଭତ୍ତା। ୩୫୦୦ ଟଙ୍କା ଭତ୍ତା ପାଇବା ପାଇଁ ଦୌଡି ଦୌଡି ନୟାନ୍ତ ବିନା ଦିଗାଲ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପଲାବୃଡି ପଞ୍ଚାୟତ ଅନ୍ତର୍ଗତ କେରେଙ୍ଗେଲି ଅଲିମାଡା ଗ୍ରାମରେ ଏହା ଦେଖିବାକୁ ମିଳିଛି।
କେରେଙ୍ଗେଲି ଅଲିମାଡା ଗ୍ରାମର ବିନା ଦିଗାଲଙ୍କ ବୟସ ୮୩। ସେ ୩୫୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ସେ ପ୍ରଶାସନକୁ ବାରମ୍ବାର ଜଣେଇବା ପରେ ମଧ୍ୟ କୌଣସି ଲାଭ ହେଉନଥିବା ଅଭିଯୋଗ କରିଛନ୍ତି। ଅଫିସରେ କାଗଜପତ୍ର ଦେବାର ୪ ମାସ ବିତିଗଲାଣି କିନ୍ତୁ ବର୍ଦ୍ଧିତ ଭତ୍ତା ମିଳୁ ନାହିଁ। ପ୍ରଶାସନ ବିନାଙ୍କ କାଗଜପତ୍ର ଯାଞ୍ଚ କରି ଭତ୍ତା ବାବଦକୁ ୩୫୦୦ ଟଙ୍କା ଓ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗେଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।