ନୂଆଦିଲ୍ଲୀ – ଭାରତୀୟ ମହିଳା କ୍ରିକେଟର ରିଚା ଘୋଷଙ୍କୁ ପଶ୍ଚିମବଙ୍ଗ ପୁଲିସ ବିଭାଗରେ ଡିଏସପିର ପୋଷ୍ଟରେ ଚାକିରି ମିଳିଛି। ରିଚା ୱାନଡେ କ୍ରିକେଟ୍ ବିଶ୍ୱକପ୍ ବିଜେତା ଟିମରେ ସାମିଲ ଥିଲେ। ୱିମେନ୍ସ ପ୍ରିମିୟର ଲିଗ୍ ୨୦୨୫ରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଟିମ୍ ପକ୍ଷରୁ ମ୍ୟାଚ୍ ଖେଳିଥିଲେ। ତାଙ୍କୁ ଏହି ଚାକିରି ସ୍ପୋର୍ଟ୍ସ କୋଟାରେ ମିଳିଛି। ଘୋଷ ସିଲିଗୁଡ଼ିରେ ଏସିପି ପଦରେ ମୁତୟନ ହୋଇଛନ୍ତି। ଏହି କ୍ରମରେ ଆସନ୍ତୁ ଜାଣିବା ତାଙ୍କ ପାଠପଢା ଓ କ୍ୟାରିୟର ବିଷୟରେ ଏବଂ ଡିଏସପି ପୋଷ୍ଟରେ କେତେ ଦରମା ପାଇବେ।

ରିଚା ଘୋଷ ଜଣେ ମହିଳା କ୍ରିକେଟ୍ ଟିମ୍‌ର ୱିକେଟ କିପର-ବ୍ୟାଟ୍ସମ୍ୟାନ,ଯିଏ ଆକ୍ରମଣାତ୍ମକ ହିଟିଂ ପାଇଁ ଜଣାଶୁଣା । ତାଙ୍କର ଜନ୍ମ ୨୮ ସେପ୍ଟେମ୍ୱର ୨୦୦୩ରେ ସିଲିଗୁଡ଼ି , ପଶ୍ଚିମବଙ୍ଗରେ ହୋଇଥିଲା। ସେ ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ୍ରେ କ୍ୟାରିୟର ଆରମ୍ଭ କରିଥିଲେ। ଯେବେ ରିଚା ଘୋଷ ୧୬ ବର୍ଷ ବୟସର ଥିଲେ , ସେ ଟି-୨୦ ବିଶ୍ୱକପ୍ ୨୦୨୦ ପାଇଁ ଭାରତୀୟ ଟିମ୍‌ରେ ସାମିଲ ହୋଇଥିଲେ। ସେ ୨୦୨୩ ରେ ପ୍ରଥମ ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ୍‌ରେ ଭାଗ ନେଇଥିଲେ।

ରିଚାଙ୍କର ପ୍ରାରମ୍ଭିକ ପାଠପଢା ତାଙ୍କର ସହର ସିଲିଗୁ଼ଡ଼ିରେ ହୋଇଥିଲା। ସ୍କୁଲ୍ ପଢା ସେ ସିଲିଗୁଡ଼ିର ମାର୍ଗାରେଟ୍ ସିଷ୍ଟ ନିବେଦିତା ଇଂଗ୍ଲିଶ ସ୍କୁଲରେ କରିଥିଲେ। ତାଙ୍କ ବାପା ତାଙ୍କୁ ଟେବୁଲ ଟେନିସ୍ ଖେଳାଳି କରିବାକୁ ଚାହୁଁଥିଲେ, କିନ୍ତୁ ରିଚାଙ୍କ ରୁଚି କ୍ରିକେଟ୍ ମଧ୍ୟ ଥିଲା। ସେ ୧୧ ବର୍ଷ ବୟସରେ କ୍ରିକେଟ୍ ଖେଳୁଛନ୍ତି। ଇଣ୍ଟରନ୍ୟାସନାଲ କ୍ରିକେଟ୍ କାଉନ୍ସିଲର ଅନେକ ରାଙ୍କିଂରେ ରିଚା ଘୋଷଙ୍କର ନାଁ ମଧ୍ୟ ସାମିଲ ଅଛି।

ରିଚା ଘୋଷଙ୍କୁ ରାଜ୍ୟ ପୁଲିସ ବିଭାଗରେ ଚାକିରି ଦେବାକୁ ରାଜ୍ୟର ସିଏମ୍ ମମତା ବାନାର୍ଜୀ , ଗତ ମାସରେ ଆୟୋଜିତ ଏକ ସମ୍ମାନ ସମାରୋହରେ ଘୋଷଣା କରିଥିଲେ। ତାଙ୍କ ନାମରେ ସିଲିଗୁଡ଼ିରେ ଏକ ଷ୍ଟାଡିୟମରେ ଏକ ଷ୍ଟାଡିୟମ ମଧ୍ୟ ନିର୍ମାଣ କରାଯିବାର ଘୋଷଣା କରାଯାଇଛି। ଡିଏମପି ପଦରେ ରିଚା ଘୋଷ ପାଖାପାଖି ୫୬,୧୦୦ ଟଙ୍କା ପ୍ରତି ମାସ ବେସିକ୍ ଦରମା ମିଳିବ। ଏହା ବ୍ୟତୀତ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ କରାଯାଇ ଥିବା ସବୁ ସୁବିଧା ସୁଯୋଗ ମଧ୍ୟ ତାଙ୍କୁ ମିଳିବ।