ନୂଆଦିଲ୍ଲୀ ୧୬/୦୪: ଦୂରଦର୍ଶନରେ ପ୍ରସାରିତ ରମାନନ୍ଦ ସାଗରଙ୍କ ଟେଲିଭିଜନ ଶୋ ‘ରାମାୟଣ’ର ଲୋକପ୍ରିୟତା ସମସ୍ତଙ୍କୁ ଜଣା। ଆଜିର ପିଢ଼ି ମଧ୍ୟ ଏହି ଶୋ'କୁ ଖୁବ୍ ପସନ୍ଦ କରନ୍ତି। ଲୋକମାନେ ଏହି ଶୋ' ସହିତ ଏତେ ଗଭୀର ଭାବରେ ଜଡିତ ଥିଲେ ଯେ ଅଭିନେତାମାନଙ୍କୁ ଦେବତା ମାନୁଥିଲା। ଅରୁଣ ଗୋଭିଲ (ଭଗବାନ ରାମ), ଦୀପିକା ଚିଖଲିଆ (ଦେବୀ ସୀତା), ଏବଂ ସୁନୀଲ ଲହରୀ (ଲକ୍ଷ୍ମଣ)ଙ୍କ ବ୍ୟତୀତ, ‘ରାମାୟଣ’ର ପ୍ରତ୍ୟେକ ଚରିତ୍ର ଦର୍ଶକଙ୍କଠାରୁ ଅପାର ପ୍ରେମ ପାଇଥିଲେ, ଯେଉଁଥିରେ ଲବ କୁଶ ମଧ୍ୟ ସାମିଲ ଥିଲେ। ରାମ ରାବଣଙ୍କୁ ବଧ କରିବା ପରେ, ଲବ -କୁଶ ଶୋ’ରେ ଏଣ୍ଟ୍ରି କରନ୍ତି। ଏହା ‘ଉତ୍ତର ରାମାୟଣ’ର ଅଧ୍ୟାୟର ଆରମ୍ଭ। ଲବ ଭୂମିକାରେ ମୟୂରେଶ କ୍ଷତ୍ରମାଦେ ଏବଂ କୁଶ ଭୂମିକାରେ ସ୍ୱପ୍ନିଲ ଯୋଶୀ ଅଭିନୟ କରିଥିଲେ।
ଏହି ଧାରାବାହିକ ସମୟରେ ସ୍ୱପ୍ନିଲଙ୍କୁ ମାତ୍ର ୯ ବର୍ଷ ହୋଇଥିଲା। ଆଜି ସେ ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ନାମ ପାଲଟିଛନ୍ତି। ସେ ରମାନନ୍ଦ ସାଗରଙ୍କ ଧାରାବାହିକ ‘କୃଷ୍ଣ’ ରେ ଭଗବାନ କୃଷ୍ଣଙ୍କ ଶିଶୁ ରୂପ ଭୂମିକାରେ ଅଭିନୟ କରିଥିଲେ। ଏହା ପରେ, ସେ କିଛି ସମୟ ପାଇଁ ଅଭିନୟରୁ ବ୍ରେକ୍ ନେଇଥିଲେ। ସଞ୍ଜୀବ ଭଟ୍ଟାଚାର୍ଯ୍ୟଙ୍କ ସୋ ‘କ୍ୟାମ୍ପସ’ ସହିତ ସ୍ୱପ୍ନିଲ କମବ୍ୟାକ୍ କରିଥିଲେ। ପରବର୍ତ୍ତୀ ସମୟରେ ସେ ‘ଅମାନତ’, ‘ହଦ୍ କର ଦି’, ‘ଫିର କହତା ହୈ ଦିଲ’, ‘ଦେସ ମେଁ ନିକଲା ହୋଗା ଚାନ୍ଦ’ ଏବଂ ‘ହରେ କାଞ୍ଚ କି ଚୁଡିଆ’ ପରି ଟିଭି ସିରିଏଲରେ ଅଭିନୟ କରିଥିଲେ। ସେ ‘ଗୁଲାମ-ଏ-ମୁସ୍ତାଫା’, ‘ଟାର୍ଗେଟ’, ‘ଗୋବିନ୍ଦା’ ଏବଂ ‘ରଣଙ୍ଗନ’ ଭଳି ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ସେ ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ସକ୍ରିୟ ଅଛନ୍ତି।
‘ଉତ୍ତର ରାମାୟଣ’ରେ ଲଭ ଭୂମିକାରେ ଅଭିନୟ କରିଥିବା ମୟୂରେଶଙ୍କ ବିଷୟରେ କହିବାକୁ ଗଲେ, ସେ ଶୋ'ରେ କୁଶ ଭୂମିକାରେ ଅଭିନୟ କରିବା ପରେ ସବୁଦିନ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡି ଦେଇଥିଲେ। ଅଭିନୟ କ୍ୟାରିୟର କରିବା ପରିବର୍ତ୍ତେ, ସେ ବ୍ୟବସାୟରେ କ୍ୟାରିଅର କରିଥିଲେ। ସେ ଏବେ ଆମେରିକାର ନ୍ୟୁ ଜର୍ସିର ଏକ କମ୍ପାନୀର ସିଇଓ। ସେ ଜଣେ ସଫଳ ଲେଖକ ମଧ୍ୟ। ସମ୍ପ୍ରତି ଦୁଇଜଣ ବିଦେଶୀ ଲେଖକଙ୍କ ସହ ମିଶି ସେ ତାଙ୍କର ପୁସ୍ତକ ‘ସ୍ପାଇଟ୍ ଆଣ୍ଡ୍ ଡେଭଲପମେଣ୍ଟ’ ରଚନା କରିଛନ୍ତି।
ଆହୁରି ପଢ଼ନ୍ତୁ...୧୫ ବର୍ଷ ହେବ ସିଙ୍ଗଡା ଖାଉନାହାଁନ୍ତି ଅକ୍ଷୟ, କାରଣ କହିଲେ ଅଭିନେତା