ଭୁବନେଶ୍ୱର ୦୬/୧୨: ସାଧାରଣରେ ଧାରଣା ରହିଛି ଓଜନ କମାଇବା ପାଇଁ ସାଇକେଲିଂ ନା ଜଗିଙ୍ଗ୍‌ କିଏ ବେଶି ଲାଭଦାୟକ । ଅବଶ୍ୟ ବ୍ୟକ୍ତି ନିଜର ଶାରୀରିକ ସ୍ଥିତି, ପସନ୍ଦ ଓ ଲକ୍ଷ୍ୟକୁ ଆଧାର କରି ଚୟନ କରିପାରିବେ । କୌଣସି ବ୍ୟାୟାମ କରିବା ପୂର୍ବରୁ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବାକୁ ପଡିଥାଏ । ଯେଉଁ ବ୍ୟାୟାମ କରୁଛନ୍ତି ତାକୁ ନିୟମିତ କରିବାକୁ ପ୍ରୟାସ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରିବ । ସ୍ଲିମ୍‌ ରହିବା ପାଇଁ ଆଜିକାଲି ଲୋକମାନେ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । କିନ୍ତୁ ଖରାପ ଖାଦ୍ୟପାନୀୟ, ପରିବର୍ତ୍ତିତ ଜୀବନଶୈଳୀ ଓ ବିଭିନ୍ନ ରୋଗ ଯୋଗୁ ଓଜନ ବଢିବାର ସମସ୍ୟା ଲାଗି ରହୁଛି । ଓଜନ କମ୍‌ କରିବା ପାଇ ନିୟମିତ ବ୍ୟାୟାମ କରିବା ଜରୁରି । ସାଇକେଲିଂ ବା ଜଗିଙ୍ଗ୍‌ ସ୍ଲିମ୍‌ ହେବା ପାଇଁ କେଉଁ ବ୍ୟାୟାମ ବେଶୀ ଲାଭଦାୟକ? କିଏ ଅଧିକ କ୍ୟାଲୋରୀ ବର୍ଣ୍ଣ କରିଥାଏ । ଚାଲନ୍ତୁ ଜାଣିବା... 

ଜଗିଙ୍ଗ୍‌ରୁ କ୍ୟାଲୋରୀ ବର୍ଣ୍ଣ :

ଜଗିଙ୍ଗ୍‌ ଏକପ୍ରକାରର ପ୍ରଭାବଶାଳୀ ଏରୋବିକ୍‌ ବ୍ୟାୟାମ । ଜଗିଙ୍ଗ୍‌ କରିବା ସମୟରେ ଶରୀରର ପ୍ରାୟ ଅଙ୍ଗ ପ୍ରଭାବିତ ହୋଇଥାଏ । ତେଣୁ ଯେଉଁମାନେ ଓଜନ କମାଇବାକୁ ଚାହାନ୍ତି, ସେମାନଙ୍କ ପାଇଁ ଜଗିଙ୍ଗ୍‌ ଶ୍ରେଷ୍ଠ ବିକଳ୍ପ । ଯଦି ଆପଣ ନିୟମିତ ହାଇସ୍ପିଡ୍‌ ଜଗିଙ୍ଗ୍‌ କରୁଥାନ୍ତି, ତେବେ ତୀବ୍ର ବେଗରେ ଓଜନ କମିପାରିବ । ଏପରି କରିବା ଦ୍ୱାରା ଫୁସ୍‌ଫୁସ୍‌ର କାର୍ଯ୍ୟକ୍ଷମତା ବଢିବା ସହ ହୃଦୟର ସ୍ୱାସ୍ଥ୍ୟରେ ସୁଧାର ଆସିଥାଏ । ଉଦାହରଣସ୍ୱରୂପ ଯଦି ଜଣେ ୭୦ କିଲୋର ବ୍ୟକ୍ତି ମଧ୍ୟମ ଗତିରେ ଜଗିଙ୍ଗ୍‌ କରେ, ତେବେ ସେ ଘଣ୍ଟାକୁ ୪୭୦ କ୍ୟାଲୋରୀ ବର୍ଣ୍ଣ କରିଥାନ୍ତି ।

ସାଇକେଲିଂରୁ କ୍ୟାଲୋରୀ ବର୍ଣ୍ଣ :

ସାଇକେଲିଂର ପ୍ରଭାବ କମ୍‌ ରହିଥାଏ । କାରଣ ଏହା ଏକ ଏମିତି ବ୍ୟାୟାମ, ଯାହା ଗଣ୍ଠି ଉପରେ ଅଧିକ ଚାପ ପକାଇ ନ ଥାଏ । ଯଦି ଜଣେ ବ୍ୟକ୍ତିର ଓଜନ ୭୦ କିଲୋ ହୋଇଥାଏ, ତେବେ ସାଧାରଣ ବେଗରେ ସାଇକେଲିଂ କରିବା ଦ୍ୱାରା ଘଣ୍ଟାକୁ ୩୦୦ରୁ ୪୦୦ କ୍ୟାଲୋରି ବର୍ଣ୍ଣ ହୋଇଥାଏ । 

ଓଜନ କମାଇବାରେ ପ୍ରଭାବଶାଳୀ କିଏ? 

ଜଗିଙ୍ଗ୍‌ କମ୍‌ ସମୟରେ ଅଧିକ କ୍ୟାଲୋରୀ ବର୍ଣ୍ଣ କରିଥାଏ । ଏହା ସେମାନଙ୍କ ପାଇଁ ଜରୁରି, ଯେଉଁମାନେ ତୀବ୍ର ବେଗରେ ଓଜନ କମ୍‌ କରିବାକୁ ଚାହାନ୍ତି । ସାଇକେଲିଂ ବିଶେଷକରି ଯଦି ତୀବ୍ର ବେଗରେ କିମ୍ବା ଉପରକୁ ଚଢାଯାଏ, ତେବେ ଜଗିଙ୍ଗ୍‌ ପରି କ୍ୟାଲୋରୀ ବର୍ଣ୍ଣ କରିପାରିବ । ଏହା ଗଣ୍ଠି ଉପରେ ଚାପ ପକାଇ ନଥାଏ । ତେଣୁ ଅଧିକ ସମୟ କରିବା ସହଜ ହୋଇଥାଏ । 

କାହାକୁ ବାଛିବେ?

ଯଦି ଗଣ୍ଠିରେ ଯନ୍ତ୍ରଣା କିମ୍ବା ଆଘାତ ଲାଗିଥାଏ, ତେବେ ସାଇକେଲିଂ କରିବା ବେଶୀ ଭଲ । କିନ୍ତୁ ଯଦି ତୀବ୍ର ବେଗରେ ଓଜନ କମାଇବାକୁ ଚାହାନ୍ତି, ତେବେ ଜଗିଙ୍ଗ୍‌ କରିବା ଆବଶ୍ୟକ । କାରଣ ଏହା ସାରା ଶରୀରକୁ ସକ୍ରିୟ ରଖିଥାଏ । ସାରା ଶରୀରର ମାଂସପେଶୀ ଉପରେ ଚାପ ବଢେ, ଯାହା କିଛି ଦିନରେ ଓଜନ କମ୍‌ କରି ସ୍ଲିମ୍‌ କରି ଦେଇଥାଏ । ଯଦି ସପ୍ତାହରେ କିଛିଦିନ ସାଇକେଲିଂ ଓ କିଛିଦିନ ଜଗିଙ୍ଗ୍‌ କରିବା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଭଲ ।