ନୂଆଦିଲ୍ଲୀ: ସୁଲଭ ଏବଂ ସୁଗମ ଯାତ୍ରା ପାଇଁ ଭାରତର ଅଧିକାଂଶ ଲୋକ ରେଳଯାତ୍ରା ଉପରେ ନିର୍ଭର କରନ୍ତି । ଦେଶରେ ପ୍ରତିଦିନ ହଜାର ହଜାର ଟ୍ରେନ ଚଳାଚଳ କରୁଥିବାବେଳେ ଲକ୍ଷ ଲକ୍ଷ ଯାତ୍ରୀ ଯାତାୟତ କରନ୍ତି । ସବୁ ବର୍ଗର ଲୋକେ ରେଳଯାତ୍ରା କରନ୍ତି । ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ପାଇଁ ଆମେ ରେଳରେ ଯାଇଥାଉ । ରେଳପଥକୁ ଭାରତର ମେରୁଦଣ୍ଡ ବୋଲି କୁହାଯାଏ । କାରଣଏହା ଦେଶର ସବୁଠାରୁ ସୁଲଭ ଏବଂ ନିର୍ଭରଯୋଗ୍ୟ ପରିବହନ ପଦ୍ଧତି ମଧ୍ୟରୁ ଗୋଟିଏ । କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଭାରତରେ ଏପରି ଏକ ରାଜ୍ୟ ଅଛି ଯେଉଁଠାରେ ଆଜି ପର୍ଯ୍ୟନ୍ତ ଗୋଟିଏ ମଧ୍ୟ ନିୟମିତ ଟ୍ରେନ୍ ସେବା ପ୍ରତିଷ୍ଠା ହୋଇନାହିଁ? ଆମ ଭାରତରେ ଏମିତି ଏକ ରାଜ୍ୟ ରହିଛି ।
ସିକ୍କିମ ହେଉଛି ଭାରତର ଏକମାତ୍ର ରାଜ୍ୟ ଯେଉଁଠାରେ ଗୋଟିଏ ମାତ୍ର କାର୍ଯ୍ୟକ୍ଷମ ରେଳ ଷ୍ଟେସନ ନାହିଁ । ଯଦି ଆପଣ ଏବେ ସିକିମ ମଧ୍ୟରେ ରେଳଯାତ୍ରା ପାଇଁ ଚାହାଁନ୍ତି ତାହେଲେ ଏହା ଅସମ୍ଭବ । ଅନେକ ସମୟରେ କେଉଁ ରାଜ୍ୟରେ ରେଳ ଚଳାଚଳ କରେନାହିଁର ପ୍ରଶ୍ନ ମଧ୍ୟ ପଚରାଯାଏ ।ସିକିମ୍ ପୂର୍ବ ହିମାଳୟରେ ଅବସ୍ଥିତ ଏକ ସୁନ୍ଦର ପାହାଡିଆ ରାଜ୍ୟ, କିନ୍ତୁ ଏହା ଏପର୍ଯ୍ୟନ୍ତ ଭାରତୀୟ ରେଳ ନେଟୱାର୍କ ସହିତ ସମ୍ପୂର୍ଣ୍ଣ ଭାବରେ ସଂଯୋଗ ହୋଇନାହିଁ । ଏହି କାରଣରୁ ରେଳ କ୍ଷେତ୍ରରେ ଏହି ରାଜ୍ୟକୁ ଦେଶର ଅନ୍ୟ ରାଜ୍ୟଠାରୁ ଭିନ୍ନ ବୋଲି ବିବେଚନା କରାଯାଏ ।
ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସିବ କି, ତାହେଲେ ଆମେ କେମିତି ସିକ୍କିମ ଯିବା । ତେବେ ଆପଣ ଯଦି ସିକ୍କିମ ଯିବାକୁ ଚାହିଁବେ ତାହେଲେ ପଶ୍ଚିମବଙ୍ଗକୁ ଯିବାକୁ ପଡ଼ିବ । ନ୍ୟୁ ଜଲପାଇଗୁଡ଼ି କିମ୍ବା ସିଲିଗୁଡ଼ିରେ ପହଞ୍ଚିବା ପରେ ବସ୍ କିମ୍ବା ଟ୍ୟାକ୍ସିରେ ଯାଇପାରିବେ । ଦଶନ୍ଧି ଦଶନ୍ଧି ପରେ ମଧ୍ୟ ପାହାଡ଼ିଆ ଅଞ୍ଚଳର ଏବଂ ଭୌଗଳିକ ସ୍ଥିତି ପାଇଁ ଏହି ରାଜ୍ୟରେ ରେଳ ସଂଯୋଗରେ ବାଧା ସୃଷ୍ଟି କରିଛି ।
ଏଠାରେ ପାଗ ମଧ୍ୟ ଦ୍ରୁତ ଗତିରେ ପରିବର୍ତ୍ତନ ହୁଏ, ଯାହା ଫଳରେ ରେଳ ଟ୍ରାକ ବିଛାଇବା ଏବଂ ରକ୍ଷଣାବେକ୍ଷଣ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ହୋଇଥାଏ। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏକ ବଡ଼ ଧରଣର ରେଳ ନେଟୱାର୍କ ନିର୍ମାଣ ପରିବେଶ ଏବଂ ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ ପକାଇପାରେ। ତେଣୁ, ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ପରିବେଶଗତ ସନ୍ତୁଳନକୁ ଧ୍ୟାନରେ ରଖି ଏଠାରେ ରେଳ ପ୍ରକଳ୍ପଗୁଡ଼ିକୁ ଅତ୍ୟନ୍ତ ସତର୍କତାର ସହିତ ବିଚାର କରାଯାଏ।
ଏହାସହ ପଢ଼ନ୍ତୁ : ଡେବ୍ୟୁ ଫିଲ୍ମ ସୁପରହିଟ୍, ଅଜବ ସର୍ତ୍ତ ପାଇଁ ବୁଡ଼ିଗଲା ନାୟିକାଙ୍କ କ୍ୟାରିୟର