PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଇଣ୍ଡିଜ ଗସ୍ତରେ ୪ନଂ ସ୍ଥାନ ପାଇଁ ପରୀକ୍ଷା

ନୂଆଦିଲ୍ଲୀ, ୨୫/୦୭ : ଆସନ୍ତା ମାସ ୩ ତାରିଖରୁ ଭାରତର ୱେଷ୍ଟଇଣ୍ଡିଜ୍‌ ଗସ୍ତ ଆରମ୍ଭ ହେବ । ଏହି ଗସ୍ତରେ ସୀମିତ ଓଭର ସିରିଜ୍‌ (ଟି-ଟ୍ୱେଣ୍ଟି, ଦିନିକିଆ) ଭାରତ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ରହିଛି । ଖାସ୍‌ କରି ଦଳ କେଉଁ ଖେଳାଳିଙ୍କୁ ୪ନଂ ସ୍ଥାନରେ ସୁଯୋଗ ଦେବ ତାହା ସମସ୍ତଙ୍କ ନଜର ରହିବ । ୨୦୧୫ ବିଶ୍ୱକପ୍‌ ପରଠୁ ୪ନଂ ସ୍ଥାନରେ ଜଣେ ସ୍ଥାୟୀ ଖେଳାଳି ବାଛିବାରେ ଭାରତ ବିଫଳ ହୋଇଛି । ଏହା ଦଳର ମୁଖ୍ୟ ସମସ୍ୟା ପାଲଟିଛି । ସଦ୍ୟ ସମାପ୍ତ ବିଶ୍ୱକପ୍‌ରେ ଏହି ସମସ୍ୟା ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା । ଆସନ୍ତା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜ୍‌ରେ ବି ଏହା ଦଳକୁ ଚିନ୍ତାରେ ପକାଇବ ବୋଲି କ୍ରିକେଟ୍‌ ପଣ୍ଡିତମାନେ ଆକଳନ କରିଛନ୍ତି ।

ବିଶ୍ୱକପ୍‌ରେ ଭାରତକୁ ଟାଇଟଲ ଦାବିଦାର କୁହାଯାଉଥିଲେ ମଧ୍ୟ ଦଳ ସେମି ଫାଇନାଲ୍‌ରେ (ନ୍ୟୁଜିଲାଣ୍ଡଠୁ) ହାରି ବିଦାୟ ନେଇଥିଲା । ଦଳ ବିଫଳତା ପାଇଁ ଅନେକ ବ୍ୟାଟିଂ ବିଭାଗକୁ ଦାୟୀ କରିଥିଲେ । ଖାସକରି ୪ନଂ ସ୍ଥାନ ଦୁର୍ବଳତା ଟାଇଟଲ ସ୍ୱପ୍ନ ଧୂଳିସାତ୍‌ କରିବାରେ ମୁଖ୍ୟ କାରଣ ସାଜିଥିଲା । ବିଶ୍ୱକପ୍‌ରେ ଏହି ସ୍ଥାନ ପାଇଁ ଲୋକେଶ ରାହୁଲ, ବିଜୟ ଶଙ୍କର ଓ ରିଷଭ ପନ୍ତଙ୍କୁ ସୁଯୋଗ ମିଳିଥିଲା । ହେଲେ କେହି ସଫଳ ହୋଇ ପାରିନଥିଲେ । ଏହା ଦଳୀୟ ପ୍ରଦର୍ଶନ ଉପରେ ପ୍ରଭାବ ପକାଇଥିଲା । ବିଶ୍ୱକପ୍‌ ଭଳି ଇଣ୍ଡିଜ୍‌ ଗସ୍ତ ପାଇଁ ଘୋଷିତ ଭାରତୀୟ ଦଳରେ ୩ଜଣ ଖେଳାଳିଙ୍କୁ ୪ନଂ ସ୍ଥାନର ବିକଳ୍ପ ଭାବେ ନିଆଯାଇଛି । ସେମାନେ ହେଲେ ଲୋକେଶ ରାହୁଲ, ଶ୍ରେୟାସ ଆୟର ଓ ମନୀଷ ପାଣ୍ଡେ । ଇଣ୍ଡିଜ୍‌ ସିରିଜ୍‌ ପୂର୍ବରୁ ଏହି ୩ ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଏମାନଙ୍କ ମଧ୍ୟରୁ କିଏ ୪ନଂ ସ୍ଥାନ ପାଇଁ ଯୋଗ୍ୟ ବିବେଚିତ ହେବ ତା’ହା ଦେଖିବା ବାକି ରହିଛି । ଇଣ୍ଡିଜ୍‌ ଗସ୍ତରେ ଭାରତର ୪ନଂ ସ୍ଥାନ ଖେଳାଳି ଚୟନର ଅନ୍ତ ଘଟିବ କି ନାହିଁ ତା’ହା ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଯୁବରାଜ ସିଂହଙ୍କ ଗଲା ପରେ ଫାଙ୍କା ପଡ଼ିଛି: ଭେଟେରାନ ଅଲରାଉଣ୍ଡର ଯୁବରାଜଙ୍କ ପରେ କୌଣସି ଖେଳାଳି ୪ନଂ ସ୍ଥାନ ପୂରଣ କରି ପାରିନାହାନ୍ତି । ଯିଏ ଖେଳିଛି ସିଏ ବିଫଳ ହୋଇଛି । ୨୦୧୫ ବିଶ୍ୱକପ୍‌ ପରଠୁ ଏଯାଏଁ ଦଳ ଏହି ସ୍ଥାନରେ ୧୧ଜଣ ଖେଳାଳିଙ୍କୁ ପରୀକ୍ଷା କରି ସାରିଲାଣି । ୨୦୧୯ ବିଶ୍ୱକପ୍‌ ପରେ ଏହି ସଂଖ୍ୟା ୧୩ରେ ପହଞ୍ଚିଛି । ତଥାପି ସମସ୍ୟାର ସମାଧାନ ବାହାରି ପାରିନି । ଯୁବରାଜଙ୍କ ବ୍ୟତୀତ ବିଜୟ ଶଙ୍କର, ରିଷଭ ପନ୍ତ, କେଦାର ଯାଦବ, ଲୋକେଶ ରାହୁଲ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଅମ୍ବାତି ରାୟୁଡୁ, ମନୀଷ ପାଣ୍ଡେ, ବିରାଟ କୋହଲି, ମହେନ୍ଦ୍ର ସିଂହ ଧୋନି ଓ ଅଜିଙ୍କ୍ୟ ରାହାଣେ ଏହି ସ୍ଥାନ ପାଇଁ ପରୀକ୍ଷାମୂଳକ ଭାବେ ଖେଳିଥିଲେ । ଭାରତ ତୁଳନାରେ ବିଶ୍ୱ ବିଜେତା ଇଂଲଣ୍ଡ ୪ନଂ ସ୍ଥାନରେ ଏହି ଅବଧି ମଧ୍ୟରେ ମାତ୍ର ୪ଜଣ ଖେଳାଳିଙ୍କୁ ପରୀକ୍ଷା କରିଛି ।

ଇଣ୍ଡିଜ୍‌ ଗସ୍ତରେ ଶ୍ରେୟାସ, ମନୀଷ, ରାହୁଲ ଦେବେ ପରୀକ୍ଷା: ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଭାରତ ୩ଜଣ ଖେଳାଳିଙ୍କୁ ୪ନଂ ସ୍ଥାନରେ ବିକଳ୍ପ ଭାବେ ସାମିଲ କରିଛି । ଯୁବ ଖେଳାଳି ଶ୍ରେୟାସଙ୍କ ସମେତ ମନୀଷ ଓ ରାହୁଲ ଏହି ସ୍ଥାନରେ ନିଜ ଭାଗ୍ୟ ପରୀକ୍ଷା କରିପାରନ୍ତି । ଯୁବ ୱିକେଟ୍‌ ରିଷଭ ପନ୍ତଙ୍କୁ ମଧ୍ୟରେ ଏହି ସ୍ଥାନ ପାଇଁ ବିଚାରକୁ ନିଆଯାଇପାରେ । ହେଲେ ଭେଟେରାନ ମହେନ୍ଦ୍ର ସିଂହ ଧୋନି ଦଳରୁ ଓହରି ଯାଇଥିବାରୁ ପନ୍ତ ୫ନଂ ସ୍ଥାନରେ ଖେଳିପାରନ୍ତି । ଶ୍ରେୟାସ ଘରୋଇ କ୍ରିକେଟ୍‌ରେ ପ୍ରଭାବୀ ପ୍ରଦର୍ଶନ କରି ଦଳରେ ସ୍ଥାନ ପାଇଛନ୍ତି । ତାଙ୍କର ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ଅଭିଜ୍ଞତା କମ୍‌ ଅଛି । ସେ ୬ଟି ଦିନିକିଆ ଓ ୬ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିଛନ୍ତି ।

ଅନ୍ୟପକ୍ଷରେ ମନୀଷଙ୍କ ପାଖରେ ଢେର ଅଭିଜ୍ଞତା ରହିଛି । ସେ ୨୩ଟି ଦିନିକିଆ ଓ ୨୮ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିଛନ୍ତି । ନିକଟରେ ଇଣ୍ଡିଜ୍‌ ଗସ୍ତରେ ଭାରତ ‘ଏ’ ଦଳର ନେତୃତ୍ୱ ନେଇ ଦମ୍‌ଦାର ପ୍ରଦର୍ଶନ କରିଥିଲେ । ଶ୍ରେୟାସ ଓ ମନୀଷଙ୍କ ତୁଳନାରେ ରାହୁଲ ପ୍ରଥମ ପସନ୍ଦ ହୋଇପାରନ୍ତି । କାରଣ ଓପନର ଶିଖର ଧାୱନ ଦଳକୁ ଫେରିଥିବାରୁ ସେ ୪ନଂ ସ୍ଥାନରେ ଖେଳିବା ସମ୍ଭାବନା ରହିଛି । ଧାୱନ ଆହତ ସମସ୍ୟା ପାଇଁ ବିଶ୍ୱକପ୍‌ରୁ ଓହରିଯିବା ପରେ ରାହୁଲ ଓପନିଂ କରିଥିଲେ । ତାଙ୍କ ପାଖରେ ୨୩ଟି ଦିନିକିଆ ଓ ୨୭ଟି ଟି-ଟ୍ୱେଣ୍ଟି ଖେଳିବାର ଅଭିଜ୍ଞତା ରହିଛି ।

ସମ୍ବନ୍ଧିତ ଖବର