ନୂଆଦିଲ୍ଲୀ,୧୧/୦୨; ପୂର୍ବତନ କ୍ରିକେଟ୍ କିମ୍ବଦନ୍ତୀ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଶ୍ୱଶୁର ହେବାକୁ ଯାଉଛନ୍ତି । ତାଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ବର ହେବାକୁ ଯାଉଛନ୍ତି । ସଚିନ୍ ଘରକୁ ବୋହୂ ଆଣିବେ । ଗତକାଲି ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ଦେଇ ସାରିଛନ୍ତି ସଚିନ୍ ତେନ୍ଦୁଲକର । କେବେ କାହାକୁ ବିବାହ କରିବାକୁ ଯାଉଛନ୍ତି ଅର୍ଜୁନ ତେନ୍ଦୁଲକର । କିଏ ଅର୍ଜୁନଙ୍କ ଭାବିପତ୍ନୀ ସାନିୟା ଚାନ୍ଦୋକ ? ତାଙ୍କ ବିଷୟରେ ଜାଣନ୍ତୁ ସମ୍ପୂର୍ଣ୍ଣ ଖବର ।
କିଏ ସାନିୟା ଚାନ୍ଦୋକ ? ଅର୍ଜୁନ ତେନ୍ଦୁଲକରଙ୍କ ଭାବିପତ୍ନୀ ସାନିୟା ମୁମ୍ବାଇର ଜଣେ ପ୍ରସିଦ୍ଧ ବ୍ୟବସାୟୀ ପରିବାରର । ତାଙ୍କ ଜେଜେବାପା ରବି ଘାଇ ଗ୍ରାଭିସ୍ ଗ୍ରୁପ (ଫୁଡ୍ ବିଜନେସ) ପରିଚାଳନା କରନ୍ତି । ବ୍ରୁକଲିନ୍ କ୍ରିମେରୀ ଏବଂ ବାସ୍କିନ-ରବିନ୍ସ ଭଳି ପ୍ରସିଦ୍ଧ ଆଇସକ୍ରିମ ବ୍ରାଣ୍ଡର ମାଲିକା ସାନିୟାଙ୍କ ଜେଜେ । ସାନିୟା ବର୍ତ୍ତମାନ ମିଷ୍ଟର ମୁମ୍ବାଇର ପାଜ୍ ପେଟ୍ ସ୍ପା ଆଣ୍ଡ ଷ୍ଟୋରର ଜଣେ ଅଂଶୀଦାର ଏବଂ ନିର୍ଦ୍ଦେଶକ । ବିଡି ସୋମାନି ଇଣ୍ଟରନ୍ୟାସନାଲ ସ୍କୁଲ ଏବଂ ଦି କ୍ୟାଥେଡ୍ରାଲ ଆଣ୍ଡ ଜନ୍ କନନ୍ ସ୍କୁଲ ସମେତ ମୁମ୍ବାଇର ପ୍ରମୁଖ ଶିକ୍ଷାନୁଷ୍ଠାନରେ ତାଙ୍କର ଶିକ୍ଷା ସମାପ୍ତ କରିଥିଲେ । ୨୦୨୦ ମସିହାରେ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସ ଆଣ୍ଡ ପଲିଟିକାଲ୍ ସାଇନ୍ସରୁ ବ୍ୟବସାୟ ପରିଚାଳନାରେ ଡିଗ୍ରୀ ହାସଲ କରିଥିଲେ । ୨୦୨୪ ମସିହାରେ, ସେ ୱାର୍ଲ୍ଡୱାଇଡ୍ ଭେଟେରିନାରୀ ସର୍ଭିସର ABC ପ୍ରୋଗ୍ରାମ ମାଧ୍ୟମରେ ଏକ ପଶୁଚିକିତ୍ସା ଟେକ୍ନିସିଆନ୍ ସାର୍ଟିଫିକେସନ୍ ମଧ୍ୟ ହାସଲ କରିଥିଲେ । ଯଦିଓ କୌଣସି ସରକାରୀ ସୂଚନା ଉପଲବ୍ଧ ନାହିଁ, ରିପୋର୍ଟ ଅନୁସାରେ ତାଙ୍କର ସାନିୟାଙ୍କ ବ୍ୟକ୍ତିଗତ ସମ୍ପତ୍ତି $୧୦୦,୦୦୦ରୁ $୫୦୦,୦୦୦ ମଧ୍ୟରେ ହେବ । ଯାହା ତାଙ୍କ ବ୍ୟବସାୟକୁ ରୋଜଗାର ହୋଇଥାଏ ।
ଅର୍ଜୁନଙ୍କ କ୍ରିକେଟ କ୍ୟାରିୟର- ସିଚନ୍ ତେନ୍ଦୁଲକରଙ୍କ ଏକମାତ୍ର ପୁଅ ଅର୍ଜୁନ ତେନ୍ଦୁଲକର ଜଣେ ବାମହାତୀ ଦ୍ରୁତ ବୋଲର ଭାବେ କ୍ରିକେଟ କ୍ୟାରିୟର କରିଛନ୍ତି । ସେ ଘରୋଇ କ୍ରିକେଟରେ ଗୋଆ ଦଳ ପାଇଁ ପ୍ରତିନିଧିତ୍ୱ କରିଥିଲେ । ପୂର୍ବରୁ ଇଣ୍ଡିଆନ ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳି ସାରିଛନ୍ତି ।
ଏହା ବି ପଢନ୍ତୁ...ଅର୍ଜୁନ-ସାନିଆଙ୍କ ବାହାଘର, ପିଏମ ମୋଦିଙ୍କୁ ଭେଟି ନିମନ୍ତ୍ରଣ ପତ୍ର ଦେଲେ ବାପା ସଚିନ ତେନ୍ଦୁଲକର...
ପୁତ୍ର ଅର୍ଜୁନ ଓ ସାନିୟାଙ୍କ ବିବାହ ପାଇଁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ବିରୋଧୀ ଦଳ ନେତାଙ୍କୁ ନିମନ୍ତ୍ରଣ କରିଛନ୍ତି ସଚିନ ତେନ୍ଦୁଲକର । ପତ୍ନୀ, ପୁଅ, ଝିଅ ଏବଂ ବୋହୂ ସାନିୟାଙ୍କ ସହି ସଚିନ ଗତକାଲି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ରାହୁଲ ଗାନ୍ଧୀଙ୍କୁ ନିମନ୍ତ୍ରଣ ପତ୍ର ଦେଇଛନ୍ତି । ରିପୋର୍ଟ ଅନୁଯାୟୀ, ଅର୍ଜୁନ ତେନ୍ଦୁଲକର ଏବଂ ସାନୟା ଗତ ବର୍ଷ ଅଗଷ୍ଟ ରେ ବିବାହ ପାଇଁ ପ୍ରଥମ ପଦକ୍ଷେପ ନେଇଥିଲେ । ସେମାନଙ୍କର ଏକ ସିକ୍ରେଟ୍ ନିର୍ବନ୍ଧ ସମାରୋହ ହୋଇଥିଲା ଯେଉଁଥିରେ କେବଳ ନିକଟତର ପରିବାର ସଦସ୍ୟମାନେ ଯୋଗ ଦେଇଥିଲେ । ଅର୍ଜୁନ ତେନ୍ଦୁଲକର ଏବଂ ସାନିୟା ଚାନ୍ଦୋକଙ୍କ ବିବାହ ତାରିଖ ମଧ୍ୟ ଚୂଡ଼ାନ୍ତ ହୋଇଛି । ଆସନ୍ତା ମାସ, ମାର୍ଚ୍ଚ ୩ରେ ରୀତିନୀତି ଆରମ୍ଭ ହେବ ବୋଲି ଆଶା କରାଯାଉଛି । ବିବାହ ଉତ୍ସବ ୫ ମାର୍ଚ୍ଚ ୨୦୨୬ ରେ ଅନୁଷ୍ଠିତ ହେବ ।