ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

କିଏ ଏହି ଯୋଶୁଆ ଟ୍ରମ୍ପ ଯାହାଙ୍କ ପାଇଁ ଟ୍ରୋଲ୍ ହେଲେ ଡୋନାଲ୍ଡ ଟ୍ରମ୍ପ, ରାଷ୍ଟ୍ରପତିଙ୍କ ଭାଷଣ ସମୟରେ ଶୋଇପଡିଥିଲେ ଏହି ଛୋଟ ଅତିଥି

ୱାଶିଂଟନ୍ ୮/୨: ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯୋଶୁଆ ଟ୍ରମ୍ପଙ୍କ ପଟୋ । ଯୋଶୁଆ, ଡୋନାଲ୍ଡ ଟ୍ରମ୍ପଙ୍କ ‘ରେଷ୍ଟ ଅଫ୍ ଦ ୟୁନିୟନ୍ ସ୍ପିଚ୍’ କାର୍ଯ୍ଯକ୍ରମରେ ଶୋଇପଡିଥିବାର ନଜର ଆସିଛନ୍ତି । ଏବେ ଏହି ଫଟୋ ଜରିଆରେ ୟୁଜର୍ସ ଡୋନାଲ୍ଡ ଟ୍ରମ୍ପଙ୍କ ମଜା ଉଡାଉଛନ୍ତି ।

ଆମେରିକା  ରାଷ୍ଟ୍ରପତି  ଡୋନାଲ୍ଡ ଟ୍ରମ୍ପ କଂଗ୍ରେସରେ ନିଜ ୨ୟ ‘ଷ୍ଟେଟ୍ ଅଫ ଦ ୟୁନିୟନ’ ସମ୍ବୋଧନ ପାଇଁ ୬ଷ୍ଠ ଶ୍ରେଣୀର ଛାତ୍ର ଯୋଶୁଆ ଟ୍ରମ୍ପଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ । କିନ୍ତୁ ୮୦ ମିନିଟର ଲମ୍ବା ସ୍ପିଚରେ ଛୋଟ ଅତିଥି ଯୋଶୁଆ ଶୋଇପଡିଲେ । ତେବେ ତାଙ୍କର ଏହି ଶୋଇପଡିଥିବା ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଲା ।  

ୟୁଜର୍ସ ଯୋଶୁଆ ଟ୍ରମ୍ପଙ୍କ ଫଟୋ ସେୟାର କରିବାପରେ ମଜାଦାର ପ୍ରତିକ୍ରିୟାର ସୁଅ ଛୁଟିଲା । ଜେଫରୀ ଇୱନ ଗୋଲ୍ଡ ଟ୍ୱିଟ୍ କରିଥିଲେ, ‘ରାଷ୍ଟ୍ରପତି ଟ୍ରମ୍ପଙ୍କ ଷ୍ଟେଟ୍ ଅପ ଦ ୟୁନିୟନ ସମୟରେ ଆମେ ସମସ୍ତେ ଯୋଶୁଆ ଟ୍ରମ୍ପ ବନିଯାଇଥିଲୁ ।‘ ଅନ୍ୟ ଜଣେ ଯୁଜର ଲେଖିଛନ୍ତି 'ଯୋଶୁଆ ଟ୍ରମ୍ପ ଏକମାତ୍ର ଭଲ ଟ୍ରମ୍ପ' ।

କିଏ ଏହି ଯୋଶୁଆ ଟ୍ରମ୍ପ
ଆମେରିକାରେ ସୋସିଆଲ ମିଡିଆରେ ଯୋଶୁଆଙ୍କୁ ହିରୋ ଭଳି ପ୍ରଦର୍ଶନ କରାଯାଉଛି । ପ୍ରକୃତରେ ଟ୍ରମ୍ପ ସରନେମ୍ ଯୋଗୁଁ ଯୋଶୁଆଙ୍କୁ ତାଙ୍କ ସହିତ ପଢୁଥିବା ପିଲାମାନେ ବହୁତ ହଇରାଣ କରନ୍ତି । ଯୋଶୁଆଙ୍କ ପିତା-ମାତା କୁହନ୍ତି ଟ୍ରମ୍ପ ଟାଇଟଲ୍ ହୋଇଥିବାରୁ ଯୋଶୁଆଙ୍କୁ ତାଙ୍କ ସାଙ୍ଗମାନେ ‘ଇଡିୟଟ୍’, ‘ଷ୍ଟପିଡ୍’ କହି ଚିଡାଉଛନ୍ତି । ସେଥିପାଇଁ ପରିବାର ଲୋକେ ତାଙ୍କୁ ସେହି ସ୍କୁଲରୁ କିଛିଦିନ ପାଇଁ କାଢି ନେଲେ କିନ୍ତୁ ପରେ ସେହି ସ୍କୁଲକୁ ଫେରିବା ପରେ ମଧ୍ୟ ତାଙ୍କ ସାଙ୍ଗମାନେ ଏହି କାର୍ଯ୍ଯ ଜାରିରଖିଲେ । ତେବେ ଯୋଶୁଆ ସେହି ଗେଷ୍ଟଙ୍କ ତାଲିକାରେ ସାମିଲ ଯେଉଁ ୧୩ ଜଣଙ୍କୁ ଆମେରିକାର ଫାର୍ଷ୍ଟ ଲେଡି ନିମନ୍ତ୍ରଣ କରିଥିଲେ ।

Copyright © 2022 - Summa Real Media Private Limited. All Rights Reserved.