PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ବିଜେପିର ସଂସଦୀୟ ବୋର୍ଡରେ ସାମିଲ ହେଲେ ସୁଧା ଯାଦବ , ସୁଷମାଙ୍କ ମୃତ୍ୟୁ ପରେ ଖାଲି ଥିଲା ଏହି ସ୍ଥାନ  

ନୂଆଦିଲ୍ଲୀ :  ୨୦୨୪ ମସିହାର ଲୋକସଭା ନିର୍ବାଚନ ପ୍ରସ୍ତୁତିର ବିଗୁଲ ବାଜିବା ପୂର୍ବରୁ ଭାରତୀୟ ଜନତା ପାର୍ଟି ( ବିଜେପି) ନିଜର ସଂଗଠନକୁ ସଜାଡି଼ବାର କାମ ଆରମ୍ଭ କରି ଦେଇଛି। ଏହି କ୍ରମରେ ବୁଧବାର ଅର୍ଥାତ୍‌ ଆଜି ବିଜେପି ନିଜର ସଂସଦୀୟ ବୋର୍ଡ ଓ କେନ୍ଦ୍ରୀୟ ନିର୍ବାଚନ ସମିତିକୁ ନୂତନ ଭାବେ ଗଠନ କରିଛି। ପାର୍ଟି ନିଜର ଭେଟେରାନ ନେତା ନିତିନ ଗଡ଼କରୀ ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ସଂସଦୀୟ ବୋର୍ଡରୁ ବାହାର କରି ଦେଇଛି ଏବଂ ବିଏସ୍‌ ୟେଦୟୁରପ୍ପା , ସର୍ବାନନ୍ଦ  ସୋନୋୱାଲ , କେ ଲକ୍ଷ୍ମଣ , ଇକବାଲ ସିଂହ ଲାଲପୁରା , ସୁଧା ଯାଦବ ଓ ସତ୍ୟନାରାୟଣ ଜଟିଆଙ୍କୁ ନୂଆ ଚେହେରା ଭାବେ ବୋର୍ଡରେ ସାମିଲ କରିଛି।

ଏହି ଅଦଳବଦଳ ପରେ ଗଡ଼କରୀ ଓ ଚୌହାନଙ୍କୁ ବୋର୍ଡରୁ ବାହାର ହେବାର କାରଣ ଉପରେ ତ ଚର୍ଚ୍ଚା ହେଉଛି , ଏହାସହ ବୋର୍ଡରେ ସାମିଲ ହୋଇଥିବା ଏକମାତ୍ର ମହିଳା ସଦସ୍ୟ ଡା. ସୁଧା ଯାଦବଙ୍କର ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ଚର୍ଚ୍ଚା ଏଥିପାଇଁ କାରଣ ସୁଧା ଯାଦବଙ୍କ ପୂର୍ବରୁ ବୋର୍ଡରେ ଏକମାତ୍ର ମହିଳା ସଦସ୍ୟ ସ୍ୱର୍ଗୀୟ ସୁଷମା ସ୍ୱରାଜ ଥିଲେ , ଯିଏ ୨୦୧୪ ପୂର୍ବରୁ ଲୋକସଭାରେ ବିରୋଧୀ ଦଳ ନେତ୍ରୀ ଥିଲେ ଏବଂ ମୋଦି  ସରକାର ଗଠନ ହେବା ପରେ ଦେଶର ପ୍ରଥମ ମହିଳା ବିଦେଶ ମନ୍ତ୍ରୀ ହୋଇଥିଲେ ।  

ଏବେ ସୁଧା ଯାଦବ କିଏ , ସେ କେଉଁଠାରୁ ଆସିଛନ୍ତି , କେମିତି ତାଙ୍କର ରାଜନୀତିକ କ୍ୟାରିୟର ଆରମ୍ଭ ହେଲା ଭଳି ପ୍ରଶ୍ନ ଗୁଗଲରେ ସର୍ଚ୍ଚ କରାଯାଉଛି।

୧୯୯୯ ମସିହା କଥା । ଯେବେ ସୁଧା ଯାଦବଙ୍କର ନାଁ ପ୍ରଥମ ଥର ଜଣେ ନେତା ଭାବେ ସାମ୍ନାକୁ ଆସିଥିଲା । କାର୍ଗିଲ ଯୁଦ୍ଧ ପରେ ୧୯୯୯ରେ ହୋଇଥିବା ଲୋକସଭା ନିର୍ବାଚନ ପରେ ବିଜେପି ଆଗରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ଥିଲା କି କଂଗ୍ରେସ ପକ୍ଷରୁ ନିର୍ବାଚନ ମୈଦାନକୁ ଓହ୍ଲାଇ ଥିବା ରାଓ ଇନ୍ଦ୍ରଜିତ୍‌ ସିଂହଙ୍କ ମୁକାବିଲା କେମିତି କରାଯିବ। ପାର୍ଟିର ସବୁ ବଡ଼ ବଡ଼ ନେତାଙ୍କ ଇଚ୍ଛା ଥିବା କି ଇନ୍ଦ୍ରଜିତ୍‌ଙ୍କ ସାମନାରେ କୌଣସି ଭେଟେରାନ ନେତାଙ୍କୁ ଠିଆ କରାଇବା ଉଚିତ୍‌ , ଯାହାକି ପାର୍ଟିକୁ ଫାଇଦା ମିଳିବ । ସେ କଂଗ୍ରେସକୁ ହରିଆଣା ମାଟିରେ ମାତ୍‌ ଦେଇପାରିବ।

ଏହି ସମୟରେ ନରେନ୍ଦ୍ର ମୋଦି ହରିଆଣାର ପାର୍ଟି ପ୍ରଭାରୀ ଥିଲେ। ପାର୍ଟିର ବରିଷ୍ଠ ନେତା ମାନେ ତାଙ୍କୁ ମହେନ୍ଦ୍ରଗଡ଼ର ଲୋକସଭା ସିଟ୍‌ର ପ୍ରାର୍ଥୀକୁ ନେଇ ଯେବେ ପ୍ରଶ୍ନକଲେ ,ସେ ଏହି ସମୟରେ ଗୋଟିଏ ନାଁ  ପ୍ରସ୍ତାବ ରଖିଥିଲେ ଏବଂ ସେହି ନାଁ ଆଉ କାହାର ନୁହେଁ , ଡ. ସୁଧା ଯାଦବଙ୍କର ଥିଲା ।   

ସୁଧା ଯାଦବଙ୍କର ସ୍ୱାମୀ ବିଏସ୍‌ଏଫ୍‌ରେ ଡେପୁଟୀ କମାଣ୍ଡର ଥିଲେ ଏବଂ କାର୍ଗିଲ୍‌ ଯୁଦ୍ଧରେ ସହିଦ ହୋଇଥିଲେ । ସୁଧା ଏସବୁ ପରେ ରାଜନୀତିକୁ  ଆସିବା କି ନିର୍ବାଚନ ଲଢ଼ିବା ଏସବୁ କେବେ ଭାବି ନଥିଲେ।

ସମ୍ବନ୍ଧିତ ଖବର