- ପରଲୋକରେ ୭୦ ଦଶକର ଇଂରାଜୀ ଖବର ଉପସ୍ଥାପିକା
- ଦୁରଦର୍ଶନରେ ଦୀର୍ଘବର୍ଷର ଯାତ୍ରା, ଭାରତୀୟଙ୍କ ଫେଭରେଟ୍ ନ୍ୟୁଜ୍ ଆଙ୍କର୍
- ୪ଥର ହୋଇଛନ୍ତି ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ
ନୂଆଦିଲ୍ଲୀ,୦୮/୦୬: ଭାରତର ପ୍ରତିଷ୍ଠିତ ଖବର ଉପସ୍ଥାପିକା ଗୀତାଞ୍ଜଳୀ ଆୟରଙ୍କର ବୁଧବାର ପରଲୋକ ହୋଇଛି। ସେ ହେଉଛନ୍ତି ପ୍ରଥମ ମହିଳା ଇଂରାଜୀ ଖବର ଉପସ୍ଥାପିକା ଯିଏକି, ୯୦ ଦଶକରେ ଦୁରଦର୍ଶନରେ ଖବର ଉପସ୍ଥାପନ କରୁଥିଲେ। ତେବେ ତାଙ୍କ ପରିବାରର ସୂଚନା ମୁତାବକ ଅବସର ପରେ ସେ ପରିବାର ସହିତ ସମୟ ବିତାଉଥିଲେ। ତେବେ କିଛି ଦିନ ହେବ ମସ୍ତିଷ୍କ ଜନିତ ରୋଗରେ ପୀଡ଼ିତ ହୋଇ ସେ ଚିକିତ୍ସିତ ହେଉଥିଲେ। ତେବେ ବୁଧବାର ୭୧ ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।
ସୂଚନାଥାଉକି, ୧୯୭୧ରେ ଦୁରଦର୍ଶନରେ କାର୍ଯ୍ୟାରମ୍ଭ କରିଥିଲେ ଆୟର। ସେ ତାଙ୍କ ଜୀବନକାଳ ମଧ୍ୟରେ ୪ଥର ଶ୍ରେଷ୍ଠ ଉପସ୍ଥାପିକା ଭାବେ ସମ୍ମାନୀତ ହୋଇଛନ୍ତି। ତେବେ ଗୀତାଞ୍ଜଳୀ ଆୟରଙ୍କ ପରି ଜଣେ ବର୍ଷିଆନ୍ ଖବର ଉପସ୍ଥାପିକାଙ୍କ ଦେହାନ୍ତରେ ବିଭିନ୍ନ ରାଜନେତା, ଦାର୍ଶନୀକଙ୍କ ଠାରୁ ଆରମ୍ଭ କରି ଗଣମାଧ୍ୟମ ପ୍ରତିନିଧି ପର୍ଯ୍ୟନ୍ତ ସମସ୍ତେ ଟ୍ବିଟ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି।
କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅରୁରାଗ ଠାକୁର ଟ୍ବିଟ କରି ଲେଖିଛନ୍ତି ଯେ,'ଅଲ୍ ଇଣ୍ଡିଆ ରେଡିଓ ଏବଂ ଦୁରଦର୍ଶନରେ ପ୍ରଥମ ମହିଳା ଇଂରାଜୀ ଖବର ଉପସ୍ଥାପିକା ଭାବେ ଦିର୍ଘବର୍ଷ ଧରି କାର୍ଯ୍ୟକରିଆସୁଥିବା ଗୀତାଞ୍ଜଳୀ ଆୟରଙ୍କ ଦେହାନ୍ତରେ ମୁଁ ଗଭୀର ମର୍ମାହତ। ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରୁଛି।' ସେ ଆହୁରି ମଧ୍ୟ କହିଛନ୍ତି ଯେ, 'ଆୟର ଜଣେ ବିପ୍ଳବୀ ଓ ଆଜନ୍ମ ବକ୍ତା ଥିଲେ। ସେଥିପାଇଁ ସେ ପ୍ରତ୍ୟେକ ସମ୍ବାଦ ଉପସ୍ଥାପନାରେ “ବିଶ୍ୱସନୀୟତା, ବୃତ୍ତିଗତତା ଏବଂ ଏକ ଭିନ୍ନ ସ୍ୱର” ଆଣିଥିଲେ।'

ପଢ଼ନ୍ତୁ: ଚଳିତ ବର୍ଷ ଖୋଲିବ ୫୦ଟି ନୂତନ ମେଡିକାଲ କଲେଜ; ଏମ୍ବିବିଏସ୍ରେ ବୃଦ୍ଧି ହେବ ୮,୧୯୫ ସିଟ୍!
ଗୀତାଞ୍ଜଳୀଙ୍କ ବିଷୟରେ କିଛି ଅଜଣା କଥା:
୧. ପ୍ରାଇମ ଟାଇମ୍ ଇଂରାଜୀ ନ୍ୟୁଜ୍ ଆଙ୍କର୍ ଗୀତାଞ୍ଜଳି ଆୟାର କୋଲକାତାର ଲୋରେଟୋ କଲେଜରୁ ସ୍ନାତକ ହାସଲ କରିଥିଲେ ଏବଂ ଦିଲ୍ଲୀର ପ୍ରତିଷ୍ଠିତ ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା (NSD) ରୁ ଡିପ୍ଲୋମା ଡିଗ୍ରୀ ହାସଲ କରିଥିଲେ।
୨. ସ୍ନାତକ ପରେ ସେ ସର୍ବଭାରତୀୟ ରେଡିଓ (ଅଲ୍ ଇଣ୍ଡିଆ ରେଡିଓ)ରେ ଜଏନ୍ କରିଥିଲେ ଏବଂ ପ୍ରତି ଶୁକ୍ରବାର ରାତିରେ 'ଏ ଡେ' ଓ୍ବିଥ୍ ୟୁ' ନାମକ ଏ ଶୋ' ମାଧ୍ୟମରେ ଇଂରାଜୀ କବିତା ଆବୃତ୍ତି କରୁଥିଲେ।
୩. ୧୯୭୧ ରେ ସେ ଯେତେବେଳେ ଜାତୀୟ ପ୍ରସାରଣକାରୀ ସଂସ୍ଥା ଦୁରଦର୍ଶନରେ ଯୋଗ ଦେଲେ ଏବଂ ଇଂରାଜୀ ଖବର ଉପସ୍ଥାପନ କଲେ, ସେତେବେଳେ ଦିନକୁ ଦିନ ତାଙ୍କ ଖ୍ୟାତି ବଢ଼ିବାକୁ ଲାଗିଥିଲା।
୪. ୧୯୮୯ ରେ, ତାଙ୍କୁ ଶ୍ରେଷ୍ଠ ସମ୍ବାଦ ଉପସ୍ଥାପିକା ଭାବରେ ୪ଥର ଇନ୍ଦିରା ଗାନ୍ଧୀ ପ୍ରିୟଦର୍ଶିନୀ ପୁରଷ୍କାର ପ୍ରଦାନ କରାଯାଇଥିଲା
୫. ଇଣ୍ଡିଆନ୍ ଏକ୍ସପ୍ରେସ୍ ରିପୋର୍ଟରେ ଦର୍ଶାଯାଇଛି ଯେ ଆୟର ସରୋଜିତ୍ ସେନ୍ ଏବଂ ପାମେଲା ସିଂଙ୍କ ପରି ରେଡିଓରେ ଖବର ପଢ଼ି ଆଗକୁ ବଢ଼ିଥିଲେ ଏବଂ ସେମାନଙ୍କ ଦ୍ୱାରା ବହୁତ ପ୍ରଭାବିତ ହୋଇଥିଲେ।
୬. ଦୁରଦର୍ଶନରେ ତାଙ୍କର ଏକ ଚମତ୍କାର କ୍ୟାରିଅର୍ ପରେ, ସେ ଅଗଷ୍ଟ ୨୦୦୨ ରେ ସଂସ୍ଥା ଛାଡିଥିଲେ।
୭. ଦୁରଦର୍ଶନରେ ଖବର ପରିବେଶଣ କରିବା ଭିତରେ ସେ ଶ୍ରୀଧର କ୍ଷିରସାଗରଙ୍କ ଟିଭି ଡ୍ରାମା' ଖାନ୍ଦାନ୍'ରେ ଅଭିନୟ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା।
୮. ଆୟରଙ୍କର ଦୁଇଟି ସନ୍ତାନ୍ତ। ଝିଅ ପଲ୍ଲବୀ ଏବଂ ପୁଅ ସେଖର।