ନୂଆଦିଲ୍ଲୀ ୧୪/୦୭: ବଲିଉଡରେ 'ହିରୋ ନମ୍ବର ୧' ଭାବରେ ଜଣାଶୁଣା ସୁପରଷ୍ଟାର ଗୋବିନ୍ଦା ତାଙ୍କ ପ୍ରଶଂସକମାନଙ୍କୁ ଏକ ସ୍ୱତନ୍ତ୍ର ଉପହାର ଦେଇଛନ୍ତି। ଗତ ସାତ ବର୍ଷ ଧରି ବଡ଼ ପରଦାରୁ ଦୂରେଇ ରହିବା ପରେ, ଗୋବିନ୍ଦା ସୋମବାର ଦିନ ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କର କମବ୍ୟାକ୍ ବିଷୟରେ ଘୋଷଣା କରିଛନ୍ତି; ସେ ଦୁଇଟି ନୂଆ ଫିଲ୍ମରେ ନଜର ଆସିବେ। ଏଥିମଧ୍ୟରେ, ସୁପରହିଟ୍ ଫିଲ୍ମ 'ପାର୍ଟନର୍' ପରେ ତାଙ୍କ କ୍ୟାରିୟର୍ କାହିଁକି ବୁଡିଗଲା ଏବଂ ତାଙ୍କୁ କାମ କାହିଁକି ଆସିବା ବନ୍ଦ ହୋଇଗଲା, ଆସନ୍ତୁ ଜାଣିବା।

ଗୋବିନ୍ଦାଙ୍କ କ୍ୟାରିୟରକୁ ନେଇ ଦିବଂଗତ ଫିଲ୍ମ ନିର୍ମାତା ଏବଂ ପୂର୍ବତନ CBFC ଅଧ୍ୟକ୍ଷ ପହଲାଜ ନିହଲାନି ଅନେକ ସାକ୍ଷାତକାରରେ କହିଥିଲେ। ପହଲାଜ ହିଁ ସେହି ବ୍ୟକ୍ତି ଯିଏକି ଗୋବିନ୍ଦଙ୍କୁ ଇଣ୍ଡଷ୍ଟ୍ରିରେ ଲଞ୍ଚ କରିଥିଲେ। ଯେତେବେଳେ ଗୋବିନ୍ଦାଙ୍କ କ୍ୟାରିୟର ପ୍ରାରମ୍ଭିକ ପର୍ଯ୍ୟାୟରେ ଭଲ ଭାବରେ ଆଗକୁ ବଢ଼ୁନଥିଲା, ସେତେବେଳେ ପହଲାଜ ତାଙ୍କୁ ‘ଶୋଲା ଔର ଶବନମ’ ଭଳି ଫିଲ୍ମ ମାଧ୍ୟମରେ ପରିଚିତ କରାଇଥିଲେ। ପହଲାଜ ଏହା ମଧ୍ୟ ପ୍ରକାଶ କରିଥିଲେ ଯେ ଗୋବିନ୍ଦାଙ୍କ ସହିତ ଇଣ୍ଡଷ୍ଟ୍ରିରେ ବହୁତ ଖରାପ ବ୍ୟବହାର କରାଯାଇଥିଲା ଏବଂ ତାଙ୍କ ସହ ବିଶ୍ୱାସଘାତକତା ମଧ୍ୟ ହୋଇଥିଲା। ଏପରିକି ଲୋକମାନେ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ମଧ୍ୟ କରିଥିଲେ।

୯୦ ଦଶକରେ ଗୋବିନ୍ଦା ବଲିଉଡରେ ରାଜ୍ କରୁଥିଲେ। ତଥାପି, ୨୦୦୦ ଦଶକର ପ୍ରାରମ୍ଭରେ, ତାଙ୍କୁ ସହଜରେ କାମ ମିଳୁନଥିଲା। ଯଦିଓ ସେ ‘ଭାଗମ୍ ଭାଗ୍’ ଏବଂ ‘ପାର୍ଟନର୍’ ଭଳି ଫିଲ୍ମ ସହିତ କମବ୍ୟାକ୍ କରିବାରେ ସଫଳ ହୋଇଥିଲେ। କିନ୍ତୁ ‘ପାର୍ଟନର୍’ ଭଳି ହିଟ୍ ଫିଲ୍ମର ସଫଳତା ସତ୍ତ୍ୱେ ତାଙ୍କୁ ଅଫର୍ ଆସିବା ବନ୍ଦ ହୋଇଗଲା। ୨୦୨୫ରେ ଏକ ସାକ୍ଷାତକାରରେ, ପହଲାଜ ନିହଲାନି ପ୍ରକାଶ କରିଥିଲେ ଯେ ‘ପାର୍ଟନର୍’ ପରେ ଗୋବିନ୍ଦା କାମ ଅଭାବରେ ସଂଘର୍ଷ କରୁଥିଲେ।

ଆହୁରି ପଢ଼ନ୍ତୁ...Samantha Maa Inti Bangaram: ଫେଲ୍ ମାରିଲା ଆଲିଆଙ୍କ ‘ଆଲ୍ଫା’, ବକ୍ସ ଅଫିସ୍‌ରେ ରେକର୍ଡ ଭାଙ୍ଗୁଛି କିଲର୍ ବୋହୂ

ପହଲାଜ ନିହଲାନି ଗୋବିନ୍ଦାଙ୍କ ଡାଉନଫଲ୍ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଦାୟୀ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ଗୋବିନ୍ଦାଙ୍କ ବିରୁଦ୍ଧରେ ଏକ ଷଡ଼ଯନ୍ତ୍ର ରଚା ଯାଇଥିଲା ଏବଂ ଲୋକମାନେ ତାଙ୍କ ପଛପଟେ ଛୁରି ମାରିବାର କାମ କରିଥିଲେ। ପହଲାଜ କହିଥିଲେ, "ଯେତେବେଳେ କେହି ତୁମର ପଛପଟେ ଛୁରି ମାରିଥାଏ, ଏହା କୌଣସି ଚିହ୍ନ ଛାଡି ନଥାଏ; ତୁମେ ଜାଣି ମଧ୍ୟ ପାରିବ ନାହିଁ ଯେ ଏହା ଘଟିଛି। ତାଙ୍କ ପଛପଟେ ଅନେକ ଥର ଛୁରି ଭୁସି ଯାଇଥିଲା।"

 

ଇଣ୍ଡଷ୍ଟ୍ରିକୁ ଟାର୍ଗେଟ କରି ପହଲାଜ କହିଥିଲେ ଯେ ସେଠାରେ କେହି ପ୍ରକୃତରେ କାହାର ବନ୍ଧୁ ନୁହଁନ୍ତି। ସମୟ ସହିତ ଲୋକମାନେ ପରିବର୍ତ୍ତନ ହୁଅନ୍ତି, ଏବଂ ବନ୍ଧୁତା କେବଳ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ରହିଥାଏ। ଏହି କ୍ଷେତ୍ରରେ କୌଣସି ପ୍ରକୃତ ବନ୍ଧୁ କିମ୍ବା ସମ୍ପର୍କ ନାହିଁ; ଯେତେବେଳେ କାହାର ଫିଲ୍ମ ଫ୍ଲପ୍ ହୁଏ ସେତେବେଳେ ଲୋକମାନେ ପ୍ରକୃତରେ ଉତ୍ସବ ପାଳନ କରନ୍ତି। ଇଣ୍ଡଷ୍ଟ୍ରିରେ ଏପରି କେହି ନାହାନ୍ତି ଯାହାକୁ ଆପଣ ପ୍ରକୃତରେ ନିଜର ବୋଲି କହିପାରିବେ।