PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ଏତେ ଉଚ୍ଚରେ କାହିଁକି ଉଡ଼ାଣ କରିଥାଏ ବିମାନ? କ’ଣ ପାଇଲଟଙ୍କୁ ହୋଇଥାଏ ସହଜ ନା ଆଉ କିଛି ରହିଛି କାରଣ

ନୂଆଦିଲ୍ଲୀ: ଦୂର ସ୍ଥାନକୁ କମ ସମୟରେ ଯାତ୍ରା କରିବା ପାଇଁ ଆର୍ଥିକ ସ୍ଥରରେ ମଜବୁତ ଲୋକମାନେ ଫ୍ଲାଇଟ ବ୍ୟବହାର କରିଥାନ୍ତି। ଯାତ୍ରୀବାହୀ ବିମାନଗୁଡ଼ିକ ୧୦ କି ୨୦ ନୁହେଁ ୪୦ ହଜାର ଫୁଟ ଉଚ୍ଚରୁ ଅଧିକ ଏଲଟିଟ୍‌ୟୁଡ ଉପରେ ଉଡ଼ାଣ କରିଥାଏ। ସବୁବେଳେ ଅଧିକ ଉଚ୍ଚରେ ଯାଉଥିଲା ବିମାନର ଯାନ୍ତ୍ରିକ ତ୍ରୁଟି କିମ୍ୱା ଦୁର୍ଘଟଣା ହୋଇଥିଲେ ଏହାର ଫଳାଫଳ ଭୟାଭୟ ହୋଇଥାଏ। ଏହାପରେ ମଧ୍ୟ ବିମାନ କମ୍‌ ଉଚ୍ଚରେ କାହିଁକି ଉଡ଼ି ନଥାଏ। ଅଧିକ ଉଚ୍ଚରେ ଉଡ଼ିବା ଦ୍ୱାରା କ’ଣ ସ୍ପିଡ ଓ ମାଇଲେଜ ବଢ଼ିଥାଏ? ନାଁ ଏତେ ଉଚ୍ଚରେ ବିମାନ ଉଡ଼ାଇବା ସହଜ ହୋଇଥାଏ?

Which Layer Of The Atmosphere Do Airplanes Fly In? - WorldAtlas

ବିମାନ ଅଧିକ ଉଚ୍ଚରେ ଉଡ଼ିବାର ଅନେକ କାରଣ ରହିଥାଏ। ଗୋଟିଏ କାରଣ ହେଲା କମ୍‌ ଉଚ୍ଚରେ ବିମାନ ଉଡ଼ାଇଲେ ଖୁବ ଘନ ମୋଲେୟୁକୁଲ୍‌ସ ମଧ୍ୟରେ ଉଡ଼ାଣ କରିବାକୁ ପଡ଼ିଥାଏ। ହେଲେ ଅଧିକ ଉଚ୍ଚରେ ବିମାନ ଉଡ଼ାଇବା ଫଳରେ ପବନ ପତଳା ଥାଏ ଏବଂ ଏୟାଲ ମୋଲେୟୁକୁଲ୍‌ସ ରହିନଥାଏ। ଏହା ଦ୍ୱାରା ବିମାନ ପୂରା କ୍ଷମତା ସହ ଉଡ଼ାଇବା ସହଜ ହୋଇଥାଏ। ଏହାସହ ବିମାନର ମାଇଲେଜ ମଧ୍ୟ ବଢ଼ିଯାଇଥାଏ।

ପକ୍ଷୀ ଏବଂ ମେଘର ଡର ନଥାଏ

ସଡ଼କରେ କାର, ବାଇକ କିମ୍ୱା ଅନ୍ୟ ଗାଡ଼ି ଚଳାଇବାରେ ପକ୍ଷୀ କିମ୍ୱା ମେଘ ପ୍ରତି ବିପଦ ନଥାଏ। ହେଲେ ଯଦି ବିମାନ କମ୍‌ ଉଚ୍ଚରେ ଉଡ଼ିଥାଏ ତେବେ ପକ୍ଷୀ ସହ ଧକ୍କା ହେବାର ଆଶଙ୍କା ଅଧିକ ରହିଥାଏ। ପକ୍ଷୀ ସହ ଧକ୍କା ହେବା ଦ୍ୱାରା ଅନେକ ସମୟରେ ବିମାନ ଜରୁରି କାଳିନ ଅବତରଣ କରିଥିବାର ଅନେକ ନଜିର ରହିଛି। ତେଣୁ କୌଣସି ପକ୍ଷୀ ୪୦ ହଜାର ଫୁଟରୁ ଅଧିକ ଉଚ୍ଚରେ ଉଡ଼ି ପାରିନଥାଏ। ଏଥିପାଇଁ ଅଧିକ ଉଚ୍ଚରେ ବିମାନ ଉଡ଼ିବା ଅଧିକ ସୁରକ୍ଷିତ ହୋଇଥାଏ। ଏଭଳିସ୍ଥିତିରେ ପାଇଲଟଙ୍କୁ କେବଳ ଉଡ଼ାଣ ଭରିବା ଏବଂ ଅବତରଣ ସମୟରେ ପକ୍ଷୀଙ୍କ ଉପରେ ବିଶେଷ ନଜର ରଖିବାକୁ ପଡ଼ିଥାଏ।

2,354,158 Flying Stock Photos, Pictures & Royalty-Free Images - iStock |  Airplane, Flying money, Person flying

ବାତ୍ୟା କିମ୍ୱା ଟର୍ବୁଲେନ୍ସର ସମସ୍ୟା ରହିନଥାଏ

ବିମାନ ଉଡ଼ାଣ ବେଳେ ସବୁବେଳେ ପାଣିପାଗର ସମସ୍ୟା ସାମ୍ନା କରିବାକୁ ପଡ଼ିଥାଏ। କମ୍‌ ଉଚ୍ଚାରେ ବାତ୍ୟାର ପ୍ରଭାବ ଖୁବ୍‌ ଅଧିକ ଥାଏ। ଏହାସହ ମେଘର ମଧ୍ୟ ବିପଦ ରହିଥାଏ। ଏଥିରେ ଡ୍ର୍ୟାଗ୍‌ ଫ୍ଲାଇଟ କାରଣରୁ ବିମାନର ସ୍ପିଡି ମଧ୍ୟ ହ୍ରାସ ପାଇଥାଏ। ଟର୍ବୁଲାନ୍ସ ଯୋଗୁ ଏୟାରକ୍ରାଫ୍ଟର ମଧ୍ୟ କ୍ଷତି ହୋଇଥାଏ। ଟର୍ବୁଲାନ୍ସ ଯୋଗୁ ଯାତ୍ରୀମାନେ ଡରି ଯାଉଥିବାରୁ ଉଡ଼ାଣରେ ମଧ୍ୟ ସମସ୍ୟା ହୋଇଥାଏ। ଯଦି ବିମାନ ୪୦ ହଜାର ଫୁଟ ଉଚ୍ଚରେ ଉଡ଼ିଥାଏ ତେବେ ମେଘ ଏହା ତଳେ ରହିଯାଇଥାଏ। ମେଘ ତଳେ ରହିଯିବା କାରଣରୁ ପାଇଲଟଙ୍କୁ ସମସ୍ୟା ହୋଇନଥାଏ।

ସମ୍ବନ୍ଧିତ ଖବର